ବ୍ଲକ୍ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଚତୁର୍ଥ ଦିବସର ଗଣଧାରଣା l


ବୌଦ୍ଧ -12/09-ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରସନର ଆହୁଆନ୍ କ୍ରମେ ଓଡ଼ିଶାର ସମସ୍ତ ବ୍ଲକରେ ତିନି ଦଫା ଦାବିପୂରଣ ନେଇ ବ୍ଲକ୍ ଶିକ୍ଷାଧିକାରୀ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଚାଲିଛି | ଏହି ପରିପେଖିରେ ବୌଦ୍ଧ ବ୍ଲକରେ କାର୍ଯ୍ୟରତ ସମସ୍ତ ବର୍ଗର ପ୍ରାଥମିକ ଶିକ୍ଷକମାନଙ୍କୁ ନେଇ ଅଦ୍ୟ ତା ୧୧/୦୯/୨୦୨୩ ରିଖ ପୂର୍ବାହ୍ନରେ ଗଣଧାରଣା ଆରମ୍ଭ ହୋଇଛି | ଦାବି ଗୁଡ଼ିକୁ ହେଲା – ଶିକ୍ଷାକର୍ମୀ ଓ ଶିକ୍ଷାସହାୟକ ଙ୍କ ଠିକା କାର୍ଯ୍ୟକାଳକୁ ନେସନାଲ ଏନକ୍ରିମେଣ୍ଟ ପ୍ରଦାନ କରି ମୂଳ ଚାକିରୀରେ ଗଣନା କରିବା ସହ ଗଣଶିକ୍ଷକଙ୍କ ଏକ୍ସକେଡର ଉଚ୍ଛେଦ କରି ଏଲିମେଣ୍ଟାରି କେଡ଼ରର ମାନ୍ୟତା ସହ କଳା କ୍ରୀଡ଼ା ଶିକ୍ଷକମାନଙ୍କୁ ନିୟମିତ ଶିକ୍ଷକର ମାନ୍ୟତା ଦିଆଯାଉ | (୨) ସମସ୍ତ ବର୍ଗର ଶିକ୍ଷକମାନଙ୍କୁ କେନ୍ଦ୍ରୀୟ ହାରରେ ଦରମା ପ୍ରଦାନ କରାଯାଉ | (୩) ନୂତନ ପେନସନ ବ୍ୟବସ୍ଥାକୁ ଉଚ୍ଛେଦ କରି ପୁରୁଣା ପେନସନକୁ ପୁନଃ ପ୍ରଚଳନ କରା ଯାଉ |
ଏହି ଉପରୋକ୍ତ ଦାବି ଗୁଡ଼ିକୁ ନେଇ ବ୍ଲକ୍ ଶିକ୍ଷାଧିକାରୀଙ୍କ ବୌଦ୍ଧଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସମସ୍ତ ପ୍ରକାର ଶିକ୍ଷକଙ୍କୁ ନେଇ ଗଣଧାରଣା ଅନୁଷ୍ଠିତ ହୋଇଥିଲା | ଉକ୍ତ କାର୍ଯ୍ୟକ୍ରମରେ ଓଡ଼ିଶା ପ୍ରାଥମିକ ଶିକ୍ଷକ ସଂଘର ଉପସଭାପତି ଶମ୍ଭୁ ଗିରି , ସଭାପତି ବୌଦ୍ଧ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ (AUPTF)ଦିଲ୍ଲୀପ କୁମାର ପ୍ରଧାନ, ସଭାପତି ବୌଦ୍ଧ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ (NPS) ଶିଶିର ଖଟୁଆ, ସମ୍ପାଦକ ବୌଦ୍ଧ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ (NPS) ମହେଶ କୁମାର ସେଠୀ, ସଭାପତି ବୌଦ୍ଧ ବ୍ଲକ୍ ପ୍ରାଥମିକ ଶିକ୍ଷକ ସଂଘ (NPS) ରାଜକୁମାର ପ୍ରଧାନ, ସମ୍ପାଦକ ବୌଦ୍ଧ ବ୍ଲକ୍ ପ୍ରାଥମିକ ଶିକ୍ଷକ ସଂଘ (NPS) ଉତ୍ତମ ନାଏକ, ଉପସଭାପତି ବୌଦ୍ଧ ବ୍ଲକ୍ ପ୍ରାଥମିକ ଶିକ୍ଷକ ସଂଘ (NPS) ରଞ୍ଜିତା ମିଶ୍ର, ସଭାପତି ଏକ୍ସ-କେଡ଼ର ବୌଦ୍ଧ ବ୍ଲକ୍ ପ୍ରାଥମିକ ଶିକ୍ଷକ ସଂଘ ସୁଶାନ୍ତ କୁମାର ଅମାତ, ବୌଦ୍ଧ ଜିଲ୍ଲା କୋଷାଧ୍ୟକ୍ଷ ଅଶୋକ ଘୀବେଲା, ବୌଦ୍ଧ ବ୍ଲକ୍ କୋଷାଧ୍ୟକ୍ଷ ସୁଶାନ୍ତ କୁମାର ପଣ୍ଡା, କାର୍ଯ୍ୟକାରୀ ସଭ୍ୟା ରେଣୁପ୍ରଭା ବେହେରା, ବିଜୟନି ପାତ୍ର, ମମତା ବରିହା ବରିଷ୍ଠ ଶିକ୍ଷକ ରଶ୍ମିରଞ୍ଜନ ଦାସ, ସନ୍ତୋଷ କୁମାର ଶତପଥୀ, ପ୍ରଶାନ୍ତ କୁମାର ଝାଙ୍କର , ବିଜୟ କୁମାର ସାହୁ,ରବୀନ୍ଦ୍ର ମେହେର, ପ୍ରତାପ କୁମାର ବେହେରା , ସୋମିତ୍ରି କର୍ଣ୍ଣ ପ୍ରମୁଖ ଯୋଗଦେଇ ସରକାର ଶିକ୍ଷକ ମାନଙ୍କର ନ୍ୟାର୍ଯ୍ୟଦାବି ପୂରଣ ନ କଲେ ଅନିର୍ଷ୍ଟକାଳ ଗଣଧାରଣା ଚାଲୁରହିବ ବୋଲି ମତ ପ୍ରକାଶ କରିଥିଲେ | ଗଣଧାରଣା ପୂର୍ବାହ୍ନରୁ ଆରମ୍ଭ ହୋଇ ଅପରାହ୍ନ ୫.୩୦ ମିନିଟ୍ ପର୍ଯ୍ୟନ୍ତ ଚାଲୁରହିଥିଲା |ଏଥିରେ ଶତାଧିକ ଶିକ୍ଷକ/ ଶିକ୍ଷୟତ୍ରୀଯୋଗ ଦେଇଥିଲେ |
ବୌଦ୍ଧରୁ ଜ଼ିଲ୍ଲା ପ୍ରତିନିଧି ହୃଦାନନ୍ଦ ମେହେରଙ୍କ ରିପୋର୍ଟ ସମର୍ଥ ନିୟୁଜ




