Orisha

ବିନିକାରେ ଯୁବ ସମ୍ବାଦ – ୨୦୪୭ @ କାର୍ଯ୍ୟକ୍ରମ

 

ବିନିକା, ୧୧/୯ (ସମର୍ଥ ନ୍ୟୁଜ୍)

ସୁବର୍ଣ୍ଣପୁର ଜିଲ୍ଲା ବିନିକା ଟାଉନ ହଲ ଠାରେ ସୁବର୍ଣ୍ଣପୁର ଜିଲ୍ଲାର ଯୁବ ଗୋଷ୍ଠୀ,ସେଛେସେବୀ ଓ ସାମାଜିକ ସଂଗଠନ ମାନଙ୍କୁ ନେଇ ମହାନଦୀ ଯୁବ ସଙ୍ଗଠନର ପ୍ରତିଷ୍ଠାତା ଶ୍ରୀକ୍ଷିରସାଗର ବିଭାରଙ୍କ ସଭାପତିତ୍ବରେ ତଥା ନେହେରୁ ଯୁବ ସଙ୍ଗଠନ ସୋନପୁର ଓ ମହାନଦୀ ଯୁବ ସଙ୍ଗଠନ ବିନିକା ତରଫରୁ ଆୟୋଜିତ ଯୁବ ସମ୍ଵାଦ – ୨୦୪୭ @ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମ ତଥା ଯୁବ ସମ୍ମିଳନୀ ଅବସରରେ ମୁଖ୍ୟ ଅତିଥିଭାବେ ମିସ ମିନତୀ ମିଶ୍ର ପ୍ରିନ୍ସିପାଲ ତରଭା ମହାବିଦ୍ୟାଳୟ, ମୁଖ୍ୟ ବକ୍ତା ଅଦୈତ କୁମାର ପଣ୍ଡା, ମହାନଦୀ ଯୁବ ସଂଗଠନ ସଭାପତି ପ୍ରକାଶ ଅଗ୍ରଵାଲ, ସନ୍ତୋଷ ପଣ୍ଡା, ବିଜୟ ବରାଇ, ମୋହନ ମହାନନ୍ଦ, ଗୋପାଳ ଦାସ, ଅରୁଣିମା ତ୍ରିପାଠୀ, ସୀତାରାମ ଦାସ, ପ୍ରିୟମ୍ବଦା ମିଶ୍ର, ଦୀପାନ୍ୱିତା ମହଣା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଉପସ୍ଥିତ ସଭାରେ ଜିଲ୍ଲାର ବିଭିନ୍ନ ବ୍ଲକରୁ ଆସିଥିବା ଅନୁଷ୍ଠାନ ଗୁଡିକ ଯଥାକ୍ରମେ ବୁଢାରଜା, ସିୟା ପରିବାର, ଯୁବ ମହାସଂଘ, ଏଚ୍ ଟୁ ଓ, ସେବା, ଗଣପତି କ୍ଲବ ଭଳି ଚାଳିଶରୁ ଉର୍ଦ୍ଧ ଅନୁଷ୍ଠାନ ଓ ଜିଲ୍ଲାର ଅନେକ ସ୍ଵେଛାସେବୀ ସମେତ ଧମା ମହାବିଦ୍ୟାଳୟରୁ ବହୁ ଯୁବ ଛାତ୍ର ଯୋଗଦାନ କରିଥିଲେ।କାର୍ଯ୍ୟକ୍ରମକୁ ଗୋବିନ୍ଦ ମହଣା, ଯୋଗେଶ ମେହେର, କାହ୍ନl, ପପୁ, ପ୍ରିୟଙ୍କା, ପ୍ଲାବିନି ଓ ମହାନଦୀ ଯୁବ ସଂଗଠନ ସଦସ୍ୟ ସହଯୋଗ କରିଥିଲେ l ସମ୍ଵାଦ, ସେଲେଡି ପ୍ରତିନିଧି ପରକ୍ଷିତ ବାଘ ସମେତ ସମାଜ ପ୍ରତିନିଧି ନରସିଂହ ପଧାନ, ଓଟିଭି ପ୍ରତିନିଧି ଦିଲ୍ଲୀପ ସାହୁ ଓ ପ୍ରମେୟ ପ୍ରତିନିଧିଙ୍କୁ ସମ୍ମାନିତ ଓ ମାନପତ୍ର ପ୍ରଦାନ କରାଯାଇଥିଲା। ନେହେରୁ ଯୁବ କେନ୍ଦ୍ର, ସୋନପୁର ଏମ୍ ଟି ଏସ୍ କୃପାସିନ୍ଧୁ ସା ଉପସ୍ଥିତ ଥିଲେ। ଏହି ଅବସରରେ ଜିଲ୍ଲାର ୪୦ଟି ଅନୁଷ୍ଠାନ ସହ ଯୁବ ପ୍ରତିଭା ମାନଙ୍କୁ ମାନପତ୍ର ସହ ସମ୍ମାନିତ କରାଯାଇଥିବାବେଳେ ସ୍ୱାଧୀନତା ବିକାଶନ୍ମୋଖୀ ଭାରତରେ ଯୁବ ଶକ୍ତିକୁ ନିୟୋଜିତ ସହ ଜାତୀୟ ଏକତା ଓ ଉପନିବେଶବାଦ ଉପରେ ଆଲୋକପାତ କରାଯାଇଥିଲା l ଯୁବ ସମ୍ମିଳନୀରେ ମହାନଦୀ ସଂଗଠନର କେତେ ଗୁଡ଼ିଏ ବିଭାଗ ଯଥା ଶିକ୍ଷା ଓ ସାହିତ୍ୟ ବିଭାଗ,ପର୍ଯ୍ୟାବରଣ ଓ ଜଳବାୟୁ ନିୟନ୍ତ୍ରଣ ବିଭାଗ,କଳା ସଂସ୍କୃତି ବିଭାଗ ସହ ଜିଲ୍ଲା କବି କବୟିତ୍ରୀମାନଙ୍କ ସାହିତ୍ୟୟନ ଅନୁଷ୍ଠିତ ସଭାରେ ସଦସ୍ୟ ଫଗୁନୁ କୁମ୍ଭାର ଧନ୍ୟବାଦ ଅର୍ପଣ କରିଥିଲେ l

 

ବିନିକାରୁ ପରକ୍ଷିତ ବାଘଙ୍କ ରିପୋର୍ଟ (ସମର୍ଥ ନ୍ୟୁଜ୍)

Related Articles

Back to top button