Orisha

ଅବସରପ୍ରାପ୍ତ କର୍ମଚାରୀ ସଂଘ ର ପ୍ରସ୍ତୁତି ବୈଠକ    

ତିର୍ତ୍ତୋଲ :- ଅବସର ଗ୍ରହଣ କରୁଥିବା ସରକାରୀ କର୍ମଚାରୀ ମାନଙ୍କର ସ୍ବାସ୍ଥ୍ୟ ସେବା , ପେନସନ , ବସ ଟ୍ରେନ ଯାତ୍ରା ଓ ଅଭାବ ଅସୁବିଧା ସମାସ୍ୟା ର ସମାଧାନ କ୍ଷେତ୍ର ରେ ଓଡ଼ିଶା ସରକାର ଚରମ ଅବହେଳା କରିଆସୁଅଛନ୍ତି !ଏଥିପାଇଁ ରାଜ୍ୟ ଅବସରପ୍ରାପ୍ତ କର୍ମଚାରୀ ମହାସଂଘ ପକ୍ଷରୁ ଆସନ୍ତା ଅକ୍ଟୋବର ୧୧ ତାରିଖରେ ରାଜଧାନୀ ଭୁବନେଶ୍ବରରେ ହେବାକୁ ଯାଉଥିବା ସମାବେଶ ଓ ବିକ୍ଷୋଭ କୁ ସଫଳ କରିବା ପାଇଁ , ଗତ ସୋମବାର ଦିନ ମଧ୍ୟାହ୍ନରେ , ଝଙ୍କଡ଼ ଶାରଳାପୀଠ କନକପୁର ଗ୍ରାମ ପଞ୍ଚାୟତ ର ତରାପୂର ଗ୍ରାମର ମା ତରାଦେବୀ ଙ୍କ ପୀଠରେ , କନକପୁର , ଗୋବିନ୍ଦପୁର , କୋଷ୍ଠିମଲ୍ଲିକାପୁର୍ ଓ କଟରା ଏହି ୪ ଗୋଟି ପଞ୍ଚାୟତକୁ ନେଇ ଗଠିତ ହୋଇଥିବା ସଂଘ ର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ତିର୍ତ୍ତୋଲ ବ୍ଲକ ସଂଘର ସଭାପତି ଅକ୍ଷୟ କୁମାର ଦାସ ଙ୍କ ସଭାପତିତ୍ବରେ ଓ ସଂଘର ମାର୍ଗ ଦର୍ଶକ ଧୁନଚନ୍ଦ୍ର ସେନାପତି ଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଆୟୋଜିତ ଏହି ବୈଠକରେ , ଶାଖାସଂଘର ସଭାପତି ବ୍ରଜ କିଶୋର ମଲ୍ଲିକ , ସମ୍ପାଦକ ଦିଗମ୍ବର ରାଉତ , କୋଷାଧ୍ୟକ୍ଷ ସୁରେନ୍ଦ୍ର କୁମାର ଦାସ , ଉପଦେଷ୍ଟା ରାଜକଶୋର ଦାସ , ଶିକ୍ଷାବିତ୍ ନିରଞ୍ଜନ ବେଉରା , ପ୍ରାକ୍ତନ ସରପଞ୍ଚ ରମେଶ ଚନ୍ଦ୍ର କୁଅଁର ଓ ସାମ୍ବାଦିକ ରମାକାନ୍ତ ରାଉଳ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ, ରାଜ୍ୟସଂଘର ଆହ୍ବାନ କ୍ରମେ ଆସନ୍ତା ଅକ୍ଟୋବର ୧୧ ତାରିଖ ରେ ଭୁବନେଶ୍ୱର ସମାବେଶ ରେ ଯୋଗଦାନ , ଅନ୍ୟାନ୍ୟ ରାଜ୍ୟଭଳି ଚିକିତ୍ସା ଓ ଭତ୍ତାପ୍ରଦାନ ର ବ୍ୟବସ୍ଥା କରିବା ,୬୦ ବର୍ଷରୁ ଉର୍ଦ୍ଧ୍ବ କର୍ମଚାରୀ ମାନଙ୍କୁ ବୟସ ଅନୁଯାଇ ବିଭକ୍ତ କରାଯାଇ ଭତ୍ତା ବୃଦ୍ଧି କରିବା ଓ କୋରୋନା ସମୟର ବକେୟା ୧୮ ମାସର ଟି.ଏ. ପ୍ରଦାନ କରିବା ନିମନ୍ତେ ସମୂହ ଦାବୀ ଉପରେ ନିଜ ନିଜର ସୁଚିନ୍ତିତ ମତାମତ ଉପସ୍ଥାପନ କରିଥିଲେ । ଆସନ୍ତା ୧୧ ତାରିଖରେ ରାଜଧାନୀ ଭୁବନେଶ୍ବର ଯିବାପାଇଁ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ପ୍ରଧାନ ଶିକ୍ଷକ ସ୍ୱର୍ଗତ ରାଧାଚରଣ ମୁଦୁଲି ଙ୍କ ପୁତ୍ର ଜଗନ୍ନାଥ ମୁଦୁଲି ଗୋଟିଏ ପଞ୍ଚାୟତ ପାଇଁ ଗାଡ଼ିଖର୍ଚ୍ଚ ଯୋଗାଇ ଦେବା ପାଇଁ ଘୋଷଣା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଭଗବାନ ଦାସ , ରବୀନ୍ଦ୍ର ନନ୍ଦ , ଧ୍ରୁବ ଚରଣ ଦତ୍ତ , ରବୀନ୍ଦ୍ରନାଥ ସିଂହ , ଶଙ୍କର ବାରିକ , ଗୁରୁଚରଣ ବ୍ରହ୍ମ , ପଦ୍ମଚରଣ ସେଠୀ , ସୁଧାକର ବାରିକ ଓ ସୁଦାମ ଚରଣ ମଲ୍ଲିକ ଙ୍କ ସମେତ ଶତାଧିକ ଅବସରପ୍ରାପ୍ତ କର୍ମଚାରୀ ଯୋଗଦେଇ ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ । ପରିଶେଷରେ ଏହି ସଙ୍ଘୀୟ ବ୍ୟବସ୍ଥା କୁ ସୁଦୃଢ଼ କରିବା ସହିତ ପରଷ୍ପର ମଧ୍ୟରେ ଭାଇଚାରା କୁ ବଜାୟ ରଖିବାକୁ ଆବାହକ ଧୁନଚନ୍ଦ୍ର ସେନାପତି ସମସ୍ତ ଙ୍କୁ ଆହ୍ବାନ ଦେଇଥିବାର ଦେଖିବାକୁ ମିଳିଥିଲା !

ତିର୍ତ୍ତୋଲରୁ ସନା ୱାର ଅଲ୍ଲୀଙ୍କ ରିପୋର୍ଟ ସମର୍ଥ ନ୍ୟୁଜ ଓଡିଶା !

Related Articles

Back to top button