Orisha

ରୁଣ୍ଡିମହୁଲ ଶକ୍ତି କେନ୍ଦ୍ରର ବିଭିନ୍ନ ଗ୍ରାମରେ ମୋ ମାଟି ମୋ ଦେଶ, ବିଶେଷ କାର୍ଯ୍ୟକ୍ରମ ଅନୁଷ୍ଠିତ

ବୌଦ୍ଧ ୧୧.୦୯.୨୩ (ସମର୍ଥ ନ୍ୟୁଜ) ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ କଣ୍ଟାମାଳ ମଣ୍ଡଳ ଅର୍ନ୍ତଗତ ରୁଣ୍ଡିମହୁଲ ଶକ୍ତିକେନ୍ଦ୍ରର ତିନିଗୋଟି ଗ୍ରାମ ସୁଲିଆ, ନୁଆଁପାଲି ଓ ରୁଣ୍ଡିମହୁଲରେ ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ଗ୍ରାମଦେବୀଙ୍କ ପୀଠରେ ପୂଜା କରି ଘରକୁ ଘର ବୁଲି ମାଟି ସଂଗ୍ରହ କରାଯିବା ସହ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା। ଏଥିରେ ବିଭିନ୍ନ ବର୍ଗର ବୁଦ୍ଧିଜୀବୀ  ସେନାନି ମାନଙ୍କୁ ସମ୍ମାନିତ କରାଯାଇଥିଲା। ସଂକୀର୍ତ୍ତନ ଦଳର ଯୋଗଦାନ ସହିତ ଜନସାଧାରଣ  ବରିଷ୍ଠ ବ୍ୟକ୍ତି ଓ ଅଞ୍ଚଳର ମା, ଭଉଣୀ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ଆଜିର ଏହି ସମସ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ବିଜେପି ସଭାପତି  ବିପ୍ରଚରଣ ମହାନ୍ତିଙ୍କ ସହିତ କଣ୍ଟାମାଳ ବିଧାନସଭା ପ୍ରାର୍ଥୀ କହ୍ନlଇ ଚରଣ ଡାଙ୍ଗ , ମଣ୍ଡଳ ସଭାପତି ଅନିଲ କୁମାର ପ୍ରଧାନ , ଦୁଇ ନମ୍ବର ଜୋନ ଜିଲ୍ଲା ପରିଷଦ ସଦସ୍ୟା  ପଦ୍ମାଳୟା  ପ୍ରଧାନ , ଜିଲ୍ଲା ଉପସଭାପତି  ଚିତ୍ତରଞ୍ଜନ ପାତ୍ର,  ପିନାକଧର ରଣା, ଶ୍ରୀଧର ପ୍ରଧାନ, ଋତୁଂ ବାଘ, ପ୍ରଫୁଲ୍ଲ ସାହୁ , ବାସୁଦେବ ସାହୁ, ପ୍ରବୀର୍ ସାହୁ, ଦୀନବନ୍ଧୁ ବେହେରା, ଝରଣା ସାହୁ ସବିତା ସାହୁ, ପୂର୍ଣ୍ଣିମା ସାହୁ, ଋଷିନଥ ବାଘ, ଲଳିତା ବାଘଙ୍କ ସହିତ ଅଞ୍ଚଳର ବହୁ ଜନସାଧାରଣ ଏଥିରେ ସାମିଲ ହୋଇଥିଲେ।

ବୌଦ୍ଧରୁ ଉମାକାନ୍ତ ମହାକୁଳଙ୍କ ରିପୋର୍ଟ ସମର୍ଥ ନ୍ୟୁଜ।

Related Articles

Back to top button