ଆଗାମୀ ଦିନରେ ବିଜେଡିର ଭଲ ପ୍ରଦର୍ଶନ ପାଇଁ ତିର୍ତ୍ତୋଲରେ ପ୍ରସ୍ତୁତି ବୈଠକ


ତିର୍ତ୍ତୋଲ :- ସରଗରମ ହେବାରେ ଲାଗିଛି ବିଜେଡିର ଦଳୀୟ ରାଜନୀତି ! କେତେବେଳେ ମହିଳା ବିଜେଡି ସଂଗଠନର ପ୍ରସ୍ତୁତି ବୈଠକ ତ କେତେବେଳେ ବିଜେଡିର ଯୁବଛାତ୍ର ସଂଗଠନ ପ୍ରସ୍ତୁତି ବୈଠକ ଲଗାତାର ପ୍ରୟାସ ଜାରି ରଖିଛି ବିଜେଡିର ଦମଦାର ପ୍ରଦର୍ଶନ ପାଇଁ ! ଖବର ଅନୁସାରେ ଜଗତସିଂହପୁର ଜିଲ୍ଲା ବିଜୁ ଯୁବ ଛାତ୍ର ଜନତା ଦଳର ଆହ୍ବାନ କ୍ରମେ ରବିବାର ସନ୍ଧ୍ୟାରେ , ତିର୍ତ୍ତୋଲ ଆନନ୍ଦମଣ୍ଡପ ସଭାଗୃହ ରେ ଆସନ୍ତା ୧୫ ତାରିଖରେ ହେବାକୁ ଯାଉଥିବା ଜିଲ୍ଲାସ୍ତରୀୟ ସମାବେଶ ପାଇଁ ଏକ ପ୍ରସ୍ତୁତି ବୈଠକ ଜିଲ୍ଲା ଯୁବ ବିଜେଡ଼ିର ସଭାପତି ସୌମ୍ୟଜିତ୍ ମହାପାତ୍ର ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଜଗତସିଂହପୁର ଜିଲ୍ଲା ଯୁବ ବିଜେଡ଼ି ସମ୍ପାଦକ ଧ୍ୟାନରଞ୍ଜନ ନନ୍ଦ ମଞ୍ଚ ପରିଚାଳନା କରିଥିବା ବେଳେ ରାଜ୍ୟ ସମ୍ପାଦକ ତ୍ରିଲୋଚନ ତରାଇ ମୂଖ୍ୟଅତିଥି ଭାବେ ଯୋଗଦେଇ କହିଲେ ଯେ, ଆଗକୁ ୨୦୨୪ ସାଧାରଣ ନିର୍ବାଚନ ଆସୁଥିବାରୁ , ତୃଣମୂଳ ସ୍ତରରୁ ଆମକୁ ଦଳୀୟ ସଙ୍ଗଠନ କୁ ସୁଦୃଢ କରିବାକୁ ପଡ଼ିବ। ବିଶେଷ କରି ଆମର ଯୁବ ଓ ଛାତ୍ର ସଂଗଠନର କର୍ମକର୍ତ୍ତା ମାନେ ଏଥିରେ ଗୁରୁତ୍ବପୂର୍ଣ୍ଣ ଦାୟିତ୍ଵ ନିର୍ବାହ କରିବାକୁ ପଡ଼ିବ। ନିଜ ନିଜ ଭିତରେ ଥିବା ମନୋମାଳୀନ୍ୟ ଓ ମତଭେଦ କୁ ଭୁଲିଯାଇ , ଆମ ରାଜ୍ୟର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ନେତୃତ୍ୱରେ ଆମେ ସମସ୍ତେ ଏକାଠି ମିଳିମିଶି କାମ କରିବାର ଆବଶ୍ୟକତା ରହିଛି। ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ସମ୍ପାଦକ ପିଲାସ୍କି ସ୍ୱାଇଁ , ଜ୍ଞାନଜିତ୍ ସ୍ବାଇଁ , ଯଶୋବନ୍ତ ରାଉତ , ସିଦ୍ଧାର୍ଥ ରାଉଳ , ତୁଷାର ବିଶ୍ୱାଳ ଓ ସୁନୀଲ ବିଶ୍ୱାଳ ପ୍ରମୁଖ ଦଳୀୟ ସଙ୍ଗଠନର କର୍ମକର୍ତ୍ତା ମାନେ ଏହି ଆଲୋଚନା ରେ ଅଂଶ ଗ୍ରହଣ କରି ନିଜ ନିଜର ସୁଚିନ୍ତିତ ମତାମତ ଉପସ୍ଥାପନ କରିଥିଲେ। ତେବେ ଏହି ପ୍ରସ୍ତୁତି ବୈଠକ ରେ ଆଗଧାଡିର ଦଳୀୟ କର୍ମକର୍ତ୍ତା ଙ୍କୁ ଏହି ବୈଠକ ରେ ଦେଖିବାକୁ ମିଳିନଥିଲା। ଯାହାକି ଦଳ ଭିତରେ ଗୋଷ୍ଠିକନ୍ଦଳ ଥିବାର ସୂଚନା ଦେଉ ଥିବାର ଜଣାପଡିଛି !
ଜଗତସିଂହପୁର ରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ସମର୍ଥ ନ୍ୟୁଜ ଓଡିଶା !




