Orisha

୧୫୦ ଲିଟର ରନ୍ଧାମଦ ଓ ୩୫ ଲିଟର ବିଦେଶୀ ମଦ ଜବତ: ଜଣେ ଗିରଫ

 

ବିନିକା, ୧୦/୯ (ସମର୍ଥ ନ୍ୟୁଜ୍) ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନ ଲିଙ୍ଗମାର୍ନି ଗ୍ରାମର ଆନନ୍ଦ ଭିତିରିଆ ନୁଆଁଖାଇ ପାଇଁ ନିଜ ଘରେ ବିପୁଳପରିମାଣରେ ରନ୍ଧାମଦ ଓ ବିୟର , ବିଦେଶୀମଦ ରଖିଥିବା ଖବର ପାଇ ବିନିକା ଅବକାରୀ ଥାନା ଲିଙ୍ଗମାର୍ନି ଗ୍ରାମରେ ଚଢାଉକରି ଆନନ୍ଦଙ୍କ ଠାରୁ ୧୫୦ ଲିଟର ରନ୍ଧାମଦ, ୨୪ ଲିଟର ବିୟର ୯.୧୮୦ ଏମ ଏଲ ବିଦେଶୀ ମଦ ଜବତ କରିବା ସହ ଆନନ୍ଦ ଭିତିରିଆଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ସେଠାରେ ବେଲ ନାମଞ୍ଜୁର ହେବାରୁ ବିଚାର ବିଭାଗୀୟ ଅଦାଲତକୁ ପଠାଇ ଦିଆଯାଇଛି। ଏହି ଚଢାଉରେ ଇନ୍ସପେକ୍ଟର ରାଧାକାନ୍ତ ଭୋଇ, ଭାରାପ୍ରାପ୍ତ ବିନିକା ଅବକାରୀ ଥାନ ଅଧିକାରୀ ଭେଙ୍କେଟ ରମଣ ବେହେରା, ଏଏସଆଇ ପିଣ୍ଟୁ ସାହୁ, କନେଷ୍ଟବଳ ଭାଗ୍ୟବାନ କୁମ୍ଭାର, ସିତାରାମ ପଧାନ, ରିଙ୍କି ସେଠ, ଗୋପାଳ ଝାଙ୍କର ପ୍ରମୁଖ ସାମିଲ ଥିଲେ।

 

ବିନିକାରୁ ପରକ୍ଷିତ ବାଘଙ୍କ ରିପୋର୍ଟ (ସମର୍ଥ ନ୍ୟୁଜ୍)

Related Articles

Back to top button