Orisha

ବେଆଇନ ଛଟାଇ ପ୍ରତିବାଦରେ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଅନଶନ l

ପୌରପରିଷଦ କାର୍ଯ୍ୟାଳୟରୁ ସଫେଇ କର୍ମଚାରୀଙ୍କୁ ବହିଷ୍କାର କରିଥିବା ପ୍ରତିବାଦରେ 4 ପରିବାର ପକ୍ଷରୁ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ବୁଖରେ ଆମରଣ ଅନଶନ ଜାରି ରଖିଛନ୍ତି l

ସୋନପୁର ପୌରପାରିଷଦରେ ଦୀର୍ଘ 12ରୁ 14ବର୍ଷ ହେବ ଶିବରାଜ ସୁନା, ଶତ୍ରୁଘନ ସୁନା, ଦୀପକ ସାଗର ଓ ରଞ୍ଜିତ ସୁରୁଗୁଜିଆ ଏମାନେ ସଫାଈ କର୍ମଚାରୀ ଭାବରେ କାମ କରୁଥିଲେ l ଗତ ଫେବୃଆରୀ ମାସ 1ତାରିଖରେ ଆଉଟ ସୋର୍ସିଙ୍ଗ ଏଜେନ୍ସସି. ଏମ. ପାୱାର ସୁଇପର ମାନଙ୍କ ଇପିଏଫ୍, ଇଏସ ଆଇ ଦେୟ ପୈଠ ନକରି ଉକ୍ତ ସଂସ୍ଥା ଆତ୍ମସାତ କରୁଥିବାରୁ ସମସ୍ତ ସଫେଇ କର୍ମଚାରୀ ପୌରପାରିଷଦ କୁ ଲିଖିତ ଅଭିଯୋଗ କରିବା ପରେ କିଛି ନ ଶୁଣିବାରୁ ଚଳିତ ମାସ 1ତାରିଖରୁ ଧର୍ମଘଟ କରିଥିଲେ l ସେହି ସମୟରେ ଜିଲ୍ଲା ପ୍ରଶାସନର ହସ୍ତକ୍ଷେପ ପରେ ଏମ ପାୱାର ସଂସ୍ଥା ସଫେଇ କର୍ମଚାରୀ ଙ୍କୁ ଲକ୍ଷାଧିକ ବକେୟା ଟଙ୍କା ଦେଇଥିଲା l ସେହି ଧର୍ମଘଟ ରେ ସାମିଲ ହୋଇଥିବା କର୍ମଚାରୀଙ୍କୁ ପୌର ପରିଷଦ କର୍ତ୍ତୃପକ୍ଷ ଆକ୍ରୋଶ ମୂଳକ ଭାବରେ ଛଟେଇ କରି ମୋଟା ଅଙ୍କର ଅର୍ଥ ନେଇ ନୂତନ ନିଯୁକ୍ତି ଦେଇଥିବା ଅଭିଯୋଗ କରିଛନ୍ତି ଅନଶନ ରେ ବସିଥିବା ଛଟେଇ ସଫେଇ କର୍ମଚାରୀ ପରିବାର l ଦେଖିବାକୁ ବାକି ରହିଲା କେବେ ଜିଲ୍ଲା ପ୍ରଶାସନ ଏହାର ସମାଧାନ କରି ତାଙ୍କୁ ଥଇଥାନ କରିବେ l

ସୁବର୍ଣ୍ଣପୁର ରୁ ରଞ୍ଜନ କୁମାର ତାଣ୍ଡିଆ ଙ୍କ ରିପୋର୍ଟ ସମର୍ଥ ନୀୟୁଜ୍

Related Articles

Back to top button