Orisha

ବୌଦ୍ଧ ବ୍ଲକରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି ବିରୁଦ୍ଧରେ ସାମ୍ବାଦିକ ସମ୍ବିଳନୀ l

 

ବୌଦ୍ଧ – 10.09-ବିଜେପି ବୌଦ୍ଧ ଜିଲ୍ଲା ତରଫରୁ ସାମ୍ବାଦିକ ସମ୍ବିଳନୀ ଅନୁଷ୍ଠିତ ହୋଇଥିଲା l ଏହି ସାମ୍ବାଦିକ ସମ୍ବିଳନୀରେ ଜିଲ୍ଲା ସଭାପତି ଶ୍ରୀ ବିପ୍ର ଚରଣ ମହାନ୍ତିଙ୍କ ପୌରହିତ୍ୟରେ ଜରୁରୀ କାଳୀନ ସାମ୍ବାଦିକ ସମ୍ବିଳନୀ ଅନୁଷ୍ଠିତ ହୋଇଥିଲା lଆସନ୍ତା ତା 13.09.2023 ରିଖ ବୁଧବାର ଦିନ ସକାଳ 10.07 ମି. ସମୟରେ ପ୍ରଧାନମନ୍ତ୍ରୀ ଆବାସ ଘର ଯୋଗାଣରେ ବ୍ୟାପକ ଅନିୟମିତତା ଯୋଗ୍ୟ ହିତାଧିକାରୀ ଚୟନ ଓ ଅଯୋଗ୍ୟକୁ ଘର ଯୋଗାଣ ବିଡ଼ିଓଙ୍କ ମନମୁଖୀ କାର୍ଯ୍ୟ ପ୍ରତିବାଦରେ ବୌଦ୍ଧ ପଞ୍ଚାୟତ ସମିତି ଆଗରେ ବିକ୍ଷୋଭ ଓ ଗଣଧାରଣା ଦିଆଯିବ l ବିଶେଷ କରି ପଞ୍ଚାୟତରାଜ ବିଭାଗୀୟ ମନ୍ତ୍ରୀଙ୍କ ଜିଲ୍ଲାରେ ସମସ୍ତ ବ୍ଲକରେ ବ୍ୟାପକ ଦୁର୍ନୀତି ଅଯୋଗ୍ୟ ହିତାଧିକାରୀଙ୍କୁ ଦୁଇରୁ ତିନୋଟି ପ୍ରଧାନମନ୍ତ୍ରୀ ଆବାସ ପକ୍କା ଘର ଅଯୋଗ୍ୟ ପରିବାରକୁ ଦେଇଛନ୍ତି, ଯାହାରି ଫଳରେ ଯୋଗ୍ୟ ହିତାଧିକାରୀମାନେ ବଞ୍ଚିତ ହେବା ସଙ୍ଗେ ସଙ୍ଗେ ଦୀର୍ଘ ଦିନ ଭଙ୍ଗା ଜରି ପାଳ ଘରେ କାଳାତିପାତ କରୁଛନ୍ତି l ଏହାର ତୁରନ୍ତ ଯୋଗ୍ୟ ହିତାଧିକାରୀମାନଙ୍କୁଘର ଯୋଗାଇ ଦିଆ ନଗଲେ l ଏହାର ପ୍ରତିବାଦ ପାଇଁ ବୁଧବାର ବୌଦ୍ଧ ବ୍ଲକ ସମ୍ମୁଖରେ ଗଣ ଧାରଣା ବିକ୍ଷୋଭ କରାଯିବ l ଆଜିର କାର୍ଯ୍ୟକ୍ରମରେ ଜିଲ୍ଲା ସାଧାରଣ ସଂପାଦକ ସୁଶାନ୍ତ ବାଘ, ମୁଖ୍ୟ ପ୍ରଵକ୍ତା ପ୍ରେମାନନ୍ଦ ମିଶ୍ର ଓ ମନୋରଞ୍ଜନ ମିଶ୍ର ଉପସ୍ଥିତ ଥିଲେ l

 

ବୌଦ୍ଧରୁ ଜ଼ିଲ୍ଲା ପ୍ରତିନିଧି ହୃଦାନନ୍ଦ ମେହେରଙ୍କ ରିପୋର୍ଟ ସମର୍ଥ ନିୟୁଜ

Related Articles

Back to top button