ବାଉଁଶୁଣିରେ ଜିଲ୍ଲାସ୍ତରୀୟ ଜନଜାତି ଲୋକକଥା ଓ ଲୋକ ପରମ୍ପରା ସଂପର୍କିତ ଏକ ଦିନିଆ କର୍ମଶାଳା ଅନୁଷ୍ଠିତ।


ବୌଦ୍ଧ-୧୦-୯-୨୩ (ସମର୍ଥ ନ୍ୟୁଜ) ବୌଦ୍ଧ ଜିଲ୍ଲା ସଦର ବ୍ଲକ ବାଉଁଶୁଣୀ ଠାରେ ଜିଲ୍ଲାସ୍ତରୀୟ ଜନଜାତି ଲୋକକଥା ଓ ଲୋକ ପରମ୍ପରା ସଂପର୍କିତ ଏକ କର୍ମଶାଳା ସ୍ଥାନୀୟ ସ୍ବେତ୍ସାସେବୀ ଅନୁଷ୍ଠାନ ୱାସିଡିଏ ପରିସରରେ ଅନୁଷ୍ଠିତ ହୋଇଯାଇଛି। ସ୍କୁଲ ଅଫ ଟ୍ରାଇବାଲ ଷ୍ଟଡିଜ୍ ଏଣ୍ଡ ଇଣ୍ଡିଜିନିଅସ ରିସର୍ଚ ଅନୁଷ୍ଠାନ ଭୁବନେଶ୍ଵର ପକ୍ଷରୁ ଆୟୋଜିତ ଏହି କର୍ମଶାଳାରେ ବୌଦ୍ଧ ଜିଲ୍ଲାର ଜନଜାତି ଲୋକକଥା ଓ ଲୋକ ପରମ୍ପରା ସଂପର୍କରେ ଆଲୋଚନା କରାଯାଇଥିଲା। ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ବସନ୍ତ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କର୍ମଶାଳାରେ ମୁଖ୍ୟଅତିଥି ଭାବେ ବରିଷ୍ଠ ପ୍ରଶାସନିକ ଅଧିକାରୀ ଡ. ଅଜୟ ନାୟକ ଯୋଗ ଦେଇଥିଲେ। ସମ୍ମାନୀତ ଅତିଥି ଭାବେ ଡ. ଶାନ୍ତନୁ ଦାସ ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ। ମିହିର ଜେନା କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞାପନ କରିଥିବା ବେଳେ ରମାକାନ୍ତ ଜେନା ଧନ୍ୟବାଦ ଅର୍ପଣକରିଥିଲେ। ସୌଭାଗ୍ୟ ସାହୁ ମଧ୍ୟ ନିଜସ୍ଵ ଅଭିମତ ରଖିଥିଲେ। ମନୁପାଲି ସରପଞ୍ଚ ଭାରତୀ ମଲ୍ଲିକ ଅନ୍ୟତମ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବକ୍ତବ୍ୟ ପ୍ରଦାନ ସହ ଲୋକ ସଙ୍ଗୀତ ପରିବେଷଣ କରିଥିଲେ। ଏଥିରେ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରିତାକନ୍ତି ବଳିୟାରସିଂହ ଯୋଗଦେଇ ଜନଜାତି ପରମ୍ପରାକୁ ଉଦଜୀବିତ କରିବାର ପ୍ରୟାସ କରିବାକୁ ଉତ୍ସାହିତ କରିଥିଲେ। ୱାସିଡିଏ ଅଧ୍ୟକ୍ଷ ରାଜେନ୍ଦ୍ର ମେହେର ଜିଲ୍ଲା ପାଇଁ ଏହା ଏକ ନିଆରା ପ୍ରୟାସ ଏହାର ସଂରକ୍ଷଣ ଦିଗରେ ପ୍ରଚେଷ୍ଟା ହେବା ଉଚିତ ବୋଲି କହିଥିଲେ। ଶିକ୍ଷକ ଅର୍ଜୁନ କହଁର ଓ ସମସ୍ତ ଅତିଥି ଜନଜାତି ସଂସ୍କୃତି ଓ ପରମ୍ପରା ସମ୍ପର୍କୀୟ ବକ୍ତବ୍ୟ ପ୍ରଦାନ କରିଥିବା ବେଳେ ସ୍ଵାଧୀନ ପରିଡା,ଜପ ଜାନୀ, ନୃସିଂହ ଯାନୀ, ପାର୍ବତୀ ନାୟକ,ରଘୁ ମଲ୍ଲିକ ,ସନ୍ତୋଷ ବଡମଲ୍ଲିକ ଗଳ୍ପ,ଗୀତ,ଢଗ,ଢମାଳି,ଆଦି ଉପସ୍ଥାପନ କରିଥିଲେ। ନାଟ୍ୟକାର କରୁଣାକର ଘଟୁଆଳ ଏହାର ସୁରକ୍ଷା ପାଇଁ ପଦକ୍ଷେପ ନିଆଯିବାର ଆବଶ୍ୟକତା ରହିଛି ବୋଲି ମତପୋଷଣ କରିଥିଲେ।
ବୌଦ୍ଧରୁ ଉମାକାନ୍ତ ମହାକୁଳଙ୍କ ରିପୋର୍ଟ ସମର୍ଥ ନ୍ୟୁଜ।




