Orisha

ବଡ଼ଚଣା ବିଜେଡି ରେ ନେତୃତ୍ବ ପରିବର୍ତ୍ତନ ଦାବି ଜୋର୍ ଧରିଲା।

– ଯାଜପୁର ଜିଲ୍ଲା ବଡ଼ଚଣା ନିର୍ବାଚନ ମଣ୍ଡଳୀରେ ଅସନ୍ତୁଷ୍ଟ ବିଜେଡି ର ରଣ ହୁଙ୍କାର, ବିନା ନେତା ଙ୍କ ଉପସ୍ଥିତିରେ ସାମିଲ ହେଲେ ହଜାର ହଜାର କର୍ମୀ, ଆଗାମୀ ୨୦୨୪ ବିଧାନ ସଭା ନିର୍ବାଚନ ରେ ବିଧାୟକ ପ୍ରାର୍ଥୀ ପରିବର୍ତ୍ତନ ଦାବି ଯୋର ଧରିବା ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି।

ସୂଚନା ଥାଉ କି, ବଡ଼ଚଣା ନିର୍ବାଚନ ମଣ୍ଡଳୀ ବର୍ତ୍ତମାନ ଶାସକ ବିଜେଡି ଦଖଲ ରେ ରହିଛି। ଦୀର୍ଘ ଦିନ ଧରି ନିର୍ବାଚନ ମଣ୍ଡଳୀ ରେ ବିଧାୟକ ଅମର ପ୍ରସାଦ ଶତପଥୀ ଶାସନରେ ରହି ଆସି ଥିବା ବେଳେ, ଶ୍ରୀ ବିଧାୟକଙ୍କ ଦିନକୁ ଦିନ ଲୋକ ପ୍ରିୟତା ହରାଉ ଥିବା ଗତ ପଞ୍ଚାୟତ ନିର୍ବାଚନରେ ତାହା ପ୍ରତିଫଳିତ ହୋଇଥିଲା।

ଆଗାମୀ ଦିନରେ ବିଧାନ ସଭା ନିର୍ବାଚନ ହେବାକୁ ଥିବା ବେଳେ , ବିଜେଡି ଦଳର ବହୁ ପୁରୁଖା କର୍ମୀ ମାନେ ଏବେ ଖୋଲା ଖୋଲି ଭାବରେ ବିଭିନ୍ନ ସଭାସମିତିରେ ନେତୃତ୍ବ ପରିବର୍ତ୍ତନ ଦାବି ତୀବ୍ର ହେଉ ଥିବା ଦେଖିବାକୁ ମିଳିଛି। ପୂର୍ବରୁ ଶ୍ରୀ ଜନ୍ମେଞ୍ଜୟ ଲେଙ୍କା ଙ୍କ ତୃଣ ମୂଳ ସ୍ତରରେ ପ୍ରିୟ ମୁଖ୍ୟମନ୍ତ୍ରୀ ଙ୍କ ବିକାଶ ର ବାର୍ତ୍ତା କୁ ପହଞ୍ଚାଇ ବାକୁ ବିଭିନ୍ନ ସାଙ୍ଗଠନିକ କର୍ମଶାଳା କରି ଆସୁ ଥିବା ବେଳେ, ଆଜି ଶ୍ରୀ ଲେଙ୍କା ଙ୍କ ବିନା ଉପସ୍ଥିତିରେ ୪ହାଜର ରୁ ଉର୍ଦ୍ଧ୍ବ ଅସନ୍ତୁଷ୍ଟ କର୍ମୀ ମାନେ ଭରତପୁର ଠାରେ ବନ୍ଧୁ ମିଳନ କାର୍ଯ୍ୟକ୍ରମ ମାଧ୍ୟମରେ ବଡ଼ଚଣା ର ନେତୃତ୍ଵ ପରିବର୍ତ୍ତନ ଲାଗି ଦାବି ସରଗରମ ହୋଇଛି।

ବଡ଼ଚଣା ରୁ କାର୍ତ୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ ସମର୍ଥ ନୀୟୁଜ୍

Related Articles

Back to top button