ରାଜ୍ୟ ସ୍ତରୀୟ ବାର୍ଷିକ ପ୍ରତିଯୋଗିତା 2023


ସରସ୍ୱତୀ ଶିଶୁ ଵିଦ୍ୟାମନ୍ଦିରରେ ଭାଷାଜ୍ଞାନ ,ହସ୍ତାକ୍ଷର ଓ ଚିତ୍ରାଙ୍କନ ପରୀକ୍ଷାରେ ୩୩୦ ଜଣ ପରୀକ୍ଷାର୍ଥୀ ଯୋଗଦେଲେ lପ୍ରତ୍ୟେକ ବର୍ଷ ପରି ଚଳିତବର୍ଷ ବାଲୁଗାଁ ଅଞ୍ଚଳର ଅଗ୍ରଣୀ ଶିକ୍ଷାନୁଷ୍ଠାନ ସରସ୍ୱତୀ ଶିଶୁ ଵିଦ୍ୟାମନ୍ଦିରରେ ରବିବାର ସମ୍ବାଦ ଓ ଆମ ଓଡ଼ିଶା ପକ୍ଷରୁ ଆୟୋଜିତ ଭାଷାଜ୍ଞାନ , ହସ୍ତାକ୍ଷର ଓ ଚିତ୍ରାଙ୍କନ ପରୀକ୍ଷାରେ ସମୁଦାୟ ୩୩୦ ଜଣ ପ୍ରତିଯୋଗୀ ଭାଗ ନେଇଥିବା ବେଳେ ତନ୍ମଧ୍ୟରୁ ୯ ଜଣ ପ୍ରତିଯୋଗୀ କୃତିତ୍ୱ ଲାଭକରି ପୁରସ୍କୃତ ହୋଇଛନ୍ତି । ଏହି ପରୀକ୍ଷାରେ ବାଲୁଗାଁ ହାଇସ୍କୁଲ ,ଯୁଗଳ ଚରଣ ବିଦ୍ୟାପୀଠ ,ଚିଲିକା ସରକାରୀ ଉଚ୍ଚ ବିଦ୍ୟାଳୟ ବଡ଼କୁଳ ,ଚିଲିକାରାଣୀ ଇଂରାଜୀ ମିଡିୟମ ସ୍କୁଲ , ଲିଟିଲ ୱାର୍ଲଡ଼ ଇଂରାଜୀ ସ୍କୁଲ, ମା ଭଗବତୀ କଳାନିକେତନ ଓ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଛାତ୍ରଛାତ୍ରୀ ମାନେ ଯୋଗଦେଇଥିଲେ । ଭାଷାଜ୍ଞାନ ପରୀକ୍ଷାରେ ୧୧୫ ଜଣ ,ହସ୍ତାକ୍ଷର ୧୧୦ ଓ ଚିତ୍ରାଙ୍କନ ପରୀକ୍ଷାରେ ୧୦୫ ଜଣ ପରୀକ୍ଷା ଦେଇଥିଲେ । ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ପ୍ରଧାନ ଆଚାର୍ଯ୍ୟ ପ୍ରହଲ୍ଲାଦ ଦାଶଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସମସ୍ତ ଗୁରୁ ଓ ଗୁରୁ ମା ମାନେ ଯୋଗଦେଇ ପରୀକ୍ଷା ନିରୀକ୍ଷଣ କରିଥିଲେ । ବାଲୁଗାଁ କଲେଜର ଅଧ୍ୟାପକ ଡ଼ଃ କୈଳାସ ଚନ୍ଦ୍ର ମହାରଣା , ଅଧ୍ୟାପକ ଡ଼ଃ ଅକ୍ଷୟ କୁମାର ମିଶ୍ର , ଅଧ୍ୟାପିକା ଝରଣା ନାଥ , ଅଧ୍ୟାପକ ରଘୁନାଥ ଓଝା ଓ ବାଲୁଗାଁ ହାଇସ୍କୁଲର ଶିକ୍ଷକ ଗୋପୀନାଥ ପ୍ରଧାନ ଏବଂ ଚିଲିକା ୱାର୍ଲଡ଼ ଇଂରାଜୀ ମିଡିୟମ ସ୍କୁଲର ଶିକ୍ଷୟତ୍ରୀ ନିବେଦିତା ଜେନା, ତ୍ରିଲୋଚନ ବାରିକ ବିଚାରକ ମଣ୍ଡଳୀ ଭାବରେ ଯୋଗ ଦେଇଥିଲେ । ଭାଷାଜ୍ଞାନ ପରୀକ୍ଷାରେ ପ୍ରଥମ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ୧୦ମ ଶ୍ରେଣୀ ଛାତ୍ରୀ ନେହା ମିଶ୍ର , ଦ୍ୱିତୀୟ ସ୍ଥାନରେ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ନବମ ଶ୍ରେଣୀ ଛାତ୍ରୀ ରବିନା ପାଲ ଓ ତୃତୀୟ ସ୍ଥାନରେ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଦଶମ ଶ୍ରେଣୀ ଛାତ୍ରୀ କରିନା ବିଶ୍ୱାଳ କୃତିତ୍ୱ ଲାଭ କରିଥିବା ବେଳେ ହସ୍ତାକ୍ଷର ପରୀକ୍ଷାରେ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଅଷ୍ଟମ ଶ୍ରେଣୀ ଛାତ୍ରୀ ସୁନୟନା ମହାରଣା ପ୍ରଥମ , ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଅଷ୍ଟମ ଶ୍ରେଣୀ ଛାତ୍ରୀ ସସ୍ମିତା ସେନାପତି ଦ୍ୱିତୀୟ ଓ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ସପ୍ତମ ଶ୍ରେଣୀ ଛାତ୍ରୀ ବନସ୍ମିତା ବେହେରା ତୃତୀୟ ସ୍ଥାନ ଦଖଲ କରିଥିବା ବେଳେ ଚିତ୍ରଙ୍କନ ପ୍ରତିଯୋଗୀତାରେ ଚିଲିକାରାଣୀ ଇଂରାଜୀ ମିଡିୟମ ସ୍କୁଲର ପଞ୍ଚମଶ୍ରେଣୀ ଛାତ୍ରୀ ଅପୁର୍ଭା ସାହୁ ପ୍ରଥମ , ଚିଲିକାରାଣୀ ଇଂରାଜୀ ମିଡିୟମ ସ୍କୁଲର ଚତୁର୍ଥ ଶ୍ରେଣୀ ଛାତ୍ରୀ ଶୁଶ୍ରୀ ସମୀକ୍ଷା ପ୍ରିୟ ଦର୍ଶିନୀ ଦ୍ୱିତୀୟ ଏବଂ ଲିଟିଲ୍ବୱାର୍ଲଡ଼ ସ୍କୁଲର ଚତୁର୍ଥ ଶ୍ରେଣୀ ଛାତ୍ରୀ ନିବେଦିତା ଦାସ ତୃତୀୟ ସ୍ଥାନ ଦଖଲ କରି ପୁରସ୍କୃତ ହୋଇଛନ୍ତି । ଏହି କାର୍ଯ୍ୟକ୍ରମକୁ ଆମ ଓଡ଼ିଶାର ସଂଯୋଜକ ତଥା ସାମ୍ବାଦିକ ଟୁଟୁ ପଟ୍ଟନାୟକ ଓ ସାମ୍ବାଦିକ ଜିତେନ୍ଦ୍ର କୁମାର ପଣ୍ଡା ପରିଚାଳନା କରିଥିଲେ ।
ବାଣପୁର ରୁ ତ୍ରିଲୋଚନ ବାରିକ ସମର୍ଥ news.




