ଜୋର୍ ଧରିଲା ଜୁନାଗଡ଼କୁ ଜିଲ୍ଲା ମାନ୍ୟତା ଦାବି


ଭବାନୀପାଟଣା: ଜୁନାଗଡ଼କୁ ଜିଲ୍ଲା ମାନ୍ୟତା ଦାବି ଜୋର ଧରିଛି । ସ୍ଥାନୀୟ ଦାବି ଆରଏମସି ସଭା ଗୃହରେ କୋର କମିଟିର ଏକ ଗୁରୁତ୍ବ ପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ୬ଟି ବ୍ଲକ ଓ ଥୁଆମୂଳ ରାମପୁରର ୬ ଗୋଟି ପଞ୍ଚାୟତକୁ ନେଇ ନୂତନ ଜିଲ୍ଲା ଗଠନ ସହ ଜୁନାଗଡ଼ ସହରରେ ଏହାର ସଦର ମହକୁମା ସ୍ଥାପନ ପାଇଁ ପ୍ରସ୍ତାବ ଆଗତ ହୋଇଛି । ଜୁନାଗଡ଼ ଜିଲ୍ଲା ମାନ୍ୟତା ପାଇଁ ଯଥେଷ୍ଟ ଭିତ୍ତିଭୂମି ରିହିଛି ।
ଜୁନାଗଡ଼ ବ୍ଳକ ଓ ଏନଏସିର ଲୋକ ସଂଖ୍ୟା ୧ଲକ୍ଷ ୮୮ ହଜାର ୫୦୩ ଜଣ ଅଛନ୍ତି । ଜୁନାଗଡ଼ ଏନଏସି ୧୯୭୦ ମସିହାରେ ପ୍ରତିଷ୍ଠିତ ହୋଇଥିବା ବେଳେ ୫୨ ବର୍ଷରେ ପଦାର୍ପଣ କରି ସାରିଛି । ଜୁନାଗଡ଼ ସହର ଭବାନୀପାଟଣା, ଥୁଆମୂଳ ରାମପୁର, ଧର୍ମଗଡ଼ , ଗୋଲାମୁଣ୍ଡା, କୋକସରା, ଜୟପାଟଣା, ବ୍ଲକର ମଧସ୍ଥଳୀ ଅଟେ । ବ୍ୟବସାୟିକ କ୍ଷେତ୍ର ମଧ୍ୟରେ ଆଗରେ ଥିବା ବେଳେ ଏଠାକୁ ଜିଲ୍ଲା ସମସ୍ତ ୧୩ଟି ବ୍ଲକର ଲୋକେ ଏବଂ ଜିଲ୍ଲା ବାହାର ଲୋକେ ଏବଂ ପଡ଼ୋଶୀ ଛତିଶଗଡ଼ର ଲୋକେ ଏଠାକୁ ବ୍ୟବସାୟ କରିବା ପାଇଁ ଆସିଥାନ୍ତି । ସମସ୍ତ କ୍ଷେତ୍ରରେ ଆଗରେ ଥିବା ଏହି ଅଞ୍ଚଳକୁ ଜିଲ୍ଲା ମାନ୍ୟତା ଦାବି ଜୋର ଧରିଛି ।
ଗତକାଲି ଜୁନାଗଡ଼ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଜୁନାଗଡ଼ ଲଙ୍କେଶ୍ଵରୀ ମନ୍ଦିର ଠାରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିବା ସହ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି । ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି ଜୁନାଗଡ଼ ବିଧାୟକ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର । ସେପଟେ ଧର୍ମଗଡକୁ ଜିଲ୍ଲା ମାନ୍ୟତା ଦାବି ମଧ୍ୟ ଜୋର୍ ଧରିବାରେ ଲାଗିଛି । ଗତ ୧୦ ଦିନ ଧରି ଧର୍ମଗଡ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଚାଲିଥିବା ବେଳେ ଗତକାଲି କଲେଜ ଛାତ୍ରଛାତ୍ରୀ ମାନେ ମଧ୍ୟ ଆନ୍ଦୋଳନକୁ ଓହ୍ଲାଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଭବାନୀପାଟଣା ରୁ ପ୍ରମୋଦ କୁମାର ସାହୁ ସମର୍ଥ ନିୟୁଜ




