ସେବାନିବୃତ୍ତ ସମ୍ବର୍ଦ୍ଧନା ଉତ୍ସବରେ ଆଡମ୍ବରରେ ସମ୍ବର୍ଦ୍ଧିତ କଲେ ଅତିପ୍ରିୟ ହିନ୍ଦୀ ଶିକ୍ଷକ ବିଜୟ ସାର ଙ୍କୁ

ତିର୍ତ୍ତୋଲ :-ଭାରତୀୟ ରାଷ୍ଟ୍ରଭାଷା ହିନ୍ଦୀଶିକ୍ଷା ର ପ୍ରଚାର ପ୍ରସାର କ୍ଷେତ୍ର ରେ ଜଗତସିଂହପୁର ଜିଲ୍ଲା ରେ ଉଲ୍ଲେଖନୀୟ ଅବଦାନ ଥିବା, ଆଦର୍ଶ, କର୍ମନିଷ୍ଟ , ପରୋପକାରୀ ହିନ୍ଦୀଶିକ୍ଷକ ବିଜୟ କୁମାର ମହାନ୍ତି ଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ଉତ୍ସବ, ତିର୍ତ୍ତୋଲସ୍ଥିତ ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟ ରେ ଆଡମ୍ବର ସହିତ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଧାନ ଶିକ୍ଷୟିତ୍ରୀ ସଂଯୁକ୍ତା ସେଠୀ ସଭାପତିତ୍ୱ କରିଥିବାବେଳେ ମୂଖ୍ୟଅତିଥି ଥିଲେ ତିର୍ତ୍ତୋଲ ବ୍ଲକ ଶିକ୍ଷାଅଧିକାରୀ ଅକ୍ଷୟ କୁମାର ବେହେରା ଏବଂ ବିଶିଷ୍ଟ ଅତିଥିଭାବେ କୁଜଙ୍ଗ ବ୍ଲକ ଶିକ୍ଷାଧିକାରୀ ପବିତ୍ର କୁମାର କର ଯୋଗଦେଇଥିଲେ !ମୂଖ୍ୟବକ୍ତାଭାବେ ସୁବାଷ ଚନ୍ଦ୍ର ଦାସ , ଓ ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ପ୍ରିୟମ୍ବଦା ମହାପାତ୍ର , ସମିତି ସଭ୍ୟ ପ୍ରବୀର କୁମାର ରାୟ , ଓସ୍ତା ର ପ୍ରାକ୍ତନ ସମ୍ପାଦକ ବସନ୍ତ କୁମାର ଦାସ , ପ୍ରାକ୍ତନ ପ୍ରଧାନ ଶିକ୍ଷକ ଶାରଦା ପ୍ରସନ୍ନ ଜେନା , ପୂର୍ବତନ ଶିକ୍ଷୟତ୍ରୀ ଉର୍ମିଳା ସୁନ୍ଦରୀ କର ଓ ତିର୍ତ୍ତୋଲ ସି ଆର ସି ଅକ୍ଷୟ କୁମାର ନାୟକ ପ୍ରମୁଖ ବିଦାୟୀ ଶିକ୍ଷକ ବିଜୟ ମହାନ୍ତି, ବିଦ୍ୟାଳୟ ରେ ଛାତ୍ରୀ ମାନଙ୍କୁ ହିନ୍ଦୀଶିକ୍ଷା ସହିତ, ବୈଶୟିକ ବିଜ୍ଞାନ ଶିକ୍ଷା ପ୍ରଦାନ କରିବା ସଙ୍ଗେ ସଙ୍ଗେ, ପ୍ରଶାସନିକ ବ୍ୟବସ୍ଥା ର ପରିଚାଳନା କରିବାରେ ପ୍ରମୁଖ ଦାୟିତ୍ଵ ନିର୍ବାହ କରୁ ଥିଲେ । ଏହି ଅବସରରେ ତାଙ୍କୁ ବିଭି୍ନ ଶିକ୍ଷାସଙ୍ଗଠନ ତାଙ୍କୁ ଉତ୍ତରୀୟ ମାନପତ୍ର ଓ ଉପଢ଼ୌକନ ଆଦି ପ୍ରଦାନ କରଯାଇଥିଲା । ଏହି ସମସ୍ତ କାର୍ଯ୍ୟକ୍ରମକୁ ସହକାରୀ ଶିକ୍ଷକ ଶିକ୍ଷୟତ୍ରୀ ସୁନନ୍ଦା ସାହୁ । ପ୍ରସନ୍ନ କୁମାର ବିଶ୍ବାଳ , ସମିଧା ବେହେରା , ଶୁଭଦର୍ଶୀନି ଖଟୁଆ ଓ ପ୍ରତିମା ଆଚାର୍ଯ୍ୟ ଙ୍କ ସମେତ ଶିକ୍ଷାକର୍ମୀ ତିବିକ୍ରମ ସ୍ୱାଇଁ , ଗୁରୁଚରଣ ସ୍ୱାଇଁ , ଓ ନିକୁଞ୍ଜକେତନ ମହାନ୍ତି ପ୍ରମୁଖ, ପରିଚାଳନା କ୍ଷେତ୍ରରେ ସକ୍ରିୟ ସହଯୋଗ କରିଥିବାର ଦେଖିବାକୁ ମିଳିଥିଲା !
ତିର୍ତ୍ତୋଲରୁ ସନାୱାର ଅଲ୍ଲୀଙ୍କ ରିପୋର୍ଟ ସମର୍ଥ ନ୍ୟୁଜ ଓଡିଶା !




