Orisha

ଶିକ୍ଷାନୁଷ୍ଠାନ ର ସର୍ବାଗୀନ ବିକାଶ ପାଇଁ ସାରଦା ଏକାଡେମୀର ସମୀକ୍ଷା ବୈଠକ

ତିର୍ତ୍ତୋଲ :- ଶିକ୍ଷାନୁଷ୍ଠାନ ଛାତ୍ରଛାତ୍ରୀ ମାନଙ୍କର ଜ୍ଞାନର ବିକାଶ କେନ୍ଦ୍ର ! କମ୍ପ୍ୟୁଟର ଯୁଗରେ ଆଜିର ସଭ୍ୟତା ପର୍ଯ୍ୟବସିତ ! ଉନ୍ନତ ଶିକ୍ଷାପ୍ରଣାଳୀ ଓ ବିକଶିତ ପରିବେଶ ଶିକ୍ଷାନୁଷ୍ଠାନ ର ମାନ ବୃଦ୍ଧି କରି ବିଦ୍ୟାର୍ଥୀଙ୍କୁ ଆକର୍ଷଣ କରେ ! ସବୁଦିଗକୁ ଦୃଷ୍ଟିରେ ରଖି କନକପୁର ସ୍ଥିତ ସାରଦା ଏକାଡେମୀ ର ପୁରାତନ ଛାତ୍ରସଂସଦ ର ସଭାପତି ଡକ୍ଟର ଅମରେନ୍ଦ୍ର ଦାସ ଙ୍କ ସଭାପତିତ୍ବରେ ଏହି ବିଦ୍ୟାଳୟରେ ଉନ୍ନତ ମାନର ଶିକ୍ଷାପ୍ରଦାନ ସହିତ ଉନ୍ନୟନ ମୂଳକ ଓ ଗଠନ ମୂଳକ କାର୍ଯ୍ୟକ୍ରମ କୁ ତ୍ୱରାନ୍ୱିତ କରିବା ପାଇଁ , ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ, ଏକାଡେମୀର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ , ଶିକ୍ଷା କମିଟିର କର୍ମକର୍ତ୍ତା ସଦସ୍ୟ ଓ ଅଭିଭାବକ ମାନେ ଯୋଗଦେଇ , ଆଲୋଚନା ରେ ଅଂଶ ଗ୍ରହଣ କରିବା ସହିତ ନିଜ ନିଜର ସୁଚିନ୍ତିତ ମତାମତ ଉପସ୍ଥାପନ କରିଥିଲେ। ଆଲମୁନି ର ଉପଦେଷ୍ଟା ସୁଭାଷ ଚନ୍ଦ୍ର ମହାନ୍ତି , ସମ୍ପାଦକ ଗୋଲକ ବିହାରୀ ପଲାଇ , କୋଷାଧ୍ୟକ୍ଷ ଦୀପକ କୁମାର ସିଂହ , ସଦସ୍ୟ ଆଇନଜିବି ରଞ୍ଜନ କୁମାର ପଣ୍ଡା , ଆଇନଜୀବି ମହେଶ ମହାନ୍ତି , ସ୍ଥାନୀୟ ଅଞ୍ଚଳର ସରପଞ୍ଚ ରେବତୀ ମହାନ୍ତି, ସମିତି ସଭ୍ୟ ଅଜୟ କୁମାର ରାଉଳ , ସମାଜସେବୀ ଅଶୋକ କୁମାର ମହାନ୍ତି , ଶିକ୍ଷାକମିଟି ସଭାପତି ଗୋଲକ ବିହାରୀ ମହାରଣା , ଭାରପ୍ରାପ୍ତ ପ୍ରଧାନଶିକ୍ଷକ ସରୋଜ କୁମାର ମହାନ୍ତି , ଶିକ୍ଷୟତ୍ରୀ ଅନିନ୍ଦୀତା ମିଶ୍ର , ଅପର୍ଣ୍ଣା ପଣ୍ଡା , କ୍ରୀଡାଶିକ୍ଷକ ଅନୁଜ ସ୍ଵପ୍ନଜିତ୍ ନାୟକ , ମାନସ କୁମାର ପୃଷ୍ଟି , ଚପଳା ସେନାପତି ଓ ଯଜ୍ଞଦତ୍ତ ରଥ ପ୍ରମୁଖ ଏହି ଆଲୋଚନାରେ ଅଂଶଗ୍ରହଣ କରି , ଅଧିକ ଶ୍ରେଣୀ ଗୃହର ଆବଶ୍ୟକତା , ଉନ୍ନତ ପାଠାଗାର ନିର୍ମାଣ , ସାଇକେଲ ଷ୍ଟାଣ୍ଡ ର ନବୀକରଣ , ବିଦ୍ୟାର୍ଥୀ ମାନଙ୍କ ପାଇଁ ଆବଶ୍ୟକୀୟ ଟଏଲଟ୍ ର ବ୍ୟବସ୍ଥା ଓ ଚତୁଃପାର୍ଶ୍ଵ ରେ ଥିବା ପ୍ରାଚୀର ଉପରେ ତାରକଣ୍ଟାବାଡ ର ବ୍ୟବସ୍ଥା କରାଯିବା ସମ୍ପର୍କରେ, ସବିଶେଷ ଆଲୋଚନା କରାଯାଇ, ଏହାର ଆଶୁ ସମାଧାନ ନିମନ୍ତେ କେତେକ ଗଠନ ମୂଳକ ପ୍ରସ୍ତାବ କାର୍ଯ୍ୟକାରୀ କରାଯିବାକୁ ସର୍ବସମ୍ମତି କ୍ରମେ ଗୃହୀତ ହୋଇଥିବାର ଆଲୁମିନି କମିଟି ତରଫରୁ ସୂଚିତ କରାଯାଇଛି !

ଜଗତସିଂହପୁର ରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ସମର୍ଥନ୍ୟୂଜ ଓଡିଶା !

Related Articles

Back to top button