Orisha
ଜ଼ିଲ୍ଲା ବିଜେପି ପକ୍ଷରୁ ବୌଦ୍ଧ ସଦର ବ୍ଲକ ଅନ୍ତର୍ଗତ କୁଲତାଖଲି ଗ୍ରାମରେ ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମ ଆୟୋଜିତ l


ବୌଦ୍ଧ -09-08- ଜ଼ିଲ୍ଲା ବିଜେପି ପକ୍ଷରୁ ବୌଦ୍ଧ ସଦର ବ୍ଲକ ଅନ୍ତର୍ଗତ କୁଲତାଖଲି ଗ୍ରାମରେ ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମ ଶନିବାର ସନ୍ଧ୍ୟା ୬ ଟା ସମୟରେ ଆୟୋଜିତ ହୋଇଛି l ବିଜେପିର ତେଲିବନ୍ଧ ଗ୍ରାମୀଣ ମଣ୍ଡଳ ପକ୍ଷରୁ ଏହି ଅବସରରେ ଗ୍ରାମର ବରିଷ୍ଠ ନାଗରିକ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l ତେଲିବନ୍ଧ ଗ୍ରାମୀଣ ମଣ୍ଡଳ ସଭାପତି ନବୀନ ହୋତାଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଜିଲ୍ଲା ସଭାପତି ବିପ୍ର ଚରଣ ମହାନ୍ତି ଯୋଗ ଦେଇଥିଲେ । ଏହି ଅବସରରେ ନାମସଂକୀର୍ତ୍ତନ ସହ ଗ୍ରାମ ପରିକ୍ରମା କରିବା ପରେ ମାଟି ସଂଗ୍ରହ କରାଯାଇଥିଲା । କାର୍ଯ୍ୟକ୍ରମରେ ଜିଲା କୃଷକ ମୋର୍ଚା ସଭାପତି ରବି କୁମାର ଦେଓ, ବରିଷ୍ଠ ନେତା ବୈକୁଣ୍ଠ ପ୍ରଧାନ, ଦାଶରଥି ବାରିକଙ୍କ ସମତେ ଅନ୍ୟମାନେ ସାମିଲ ହୋଇଥିଲେ ।
ବୌଦ୍ଧରୁ ଜ଼ିଲ୍ଲା ପ୍ରତିନିଧି ହୃଦାନନ୍ଦ ମେହେରଙ୍କ ରିପୋର୍ଟ ସମର୍ଥ ନିୟୁଜ




