୨୦ ତମ ଶ୍ରାଦ୍ଧବାର୍ଷିକୀ ଉତ୍ସବରେ ମନେ ପଡନ୍ତି ବସନ୍ତ ବାବୁ


ତିର୍ତ୍ତୋଲ :-ତିର୍ତ୍ତୋଲ ମାଟି ଝୁରୁଛି ଯାହାକୁ ସେ ଅମର ଆତ୍ମା ହେଉଛନ୍ତି ଜନନେତା,ରାଜନୀତିର ଆଉଜଣେ ମର୍କତକେଶରୀ, ଓଡିଶା ର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବସନ୍ତ କୁମାର ବିଶ୍ବାଳ ! ତାଙ୍କର ୨୦ ତମ ଶ୍ରାଦ୍ଧୋତ୍ସବ ତିର୍ତ୍ତୋଲ ସ୍ଥିତ ବୀଣାପାଣି ମଣ୍ଡପ ରେ ଅନୁଷ୍ଠିତ ହୋଇଯାଇଛି। ବସନ୍ତ କୁମାର ବିଶ୍ବାଳ ସ୍ମୃତିକମିଟି ର ଆବାହକ ଡକ୍ଟର କ୍ଷୀରୋଦ ଚନ୍ଦ୍ର ମଲ୍ଲିକ ଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୂଖ୍ୟଅତିଥି ଭାବେ ଯୋଗଦେଇଥିଲେ ବିଶିଷ୍ଟ ଅର୍ଥନୀତିଜ୍ଞ ତଥା ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନଗୋ ! ତାଙ୍କର ବକ୍ତବ୍ୟ ଥିଲା ଯେ,ଅମଲାତନ୍ତ୍ର କୁ ଜନପ୍ରତିନିଧି ମାନଙ୍କ ଦ୍ଵାରା ପରିଚାଳିତ କରିବାର ଦକ୍ଷତା କେବଳ ବସନ୍ତ ବାବୁ ଙ୍କ ପାଖରେ ଥିଲା। ମାତ୍ର ଆଜି ଆମ ରାଜ୍ୟରେ ଜନପ୍ରତିନିଧିମାନେ, ଅମଲାଙ୍କର କ୍ରୀତଦାସ ପାଲଟି ଯାଇଛନ୍ତି। ଯାହା ଗଣତନ୍ତ୍ର ପାଇଁ ଆଦୌ ଶୁଭଙ୍କର ନୁହେଁ ।ବସନ୍ତ ବାବୁଙ୍କ ସ୍ମୃତି ଚାରଣ କରି କହିଲେ,ବହୁ ଘାତପ୍ରତିଘାତ ମଧ୍ୟରେ ସେ ଶେଷଜୀବନ ପର୍ଯ୍ୟନ୍ତ କଂଗ୍ରେସ କୁ ଛାଡ଼ିପାରିନଥିଲେ। ତେଣୁ ଆଜି ଗଣତନ୍ତ୍ରର ଶଙ୍କଟଜନକ ପରିସ୍ଥିତିରେ , ସବୁ କଂଗ୍ରେସ ଲୋକ ଏକାଠି ହୋଇ କଂଗ୍ରେସ କୁ ମଜଭୁତ କରିପାରିଲେ , ତାହାହିଁ ହେବ ବସନ୍ତ ବାବୁ ଙ୍କ ପାଇଁ ସର୍ବଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳୀ । ମୂଖ୍ୟବକ୍ତା ସାମ୍ବାଦିକ ଓ ସମାଜସେବୀ ଅରୁଣ ପଣ୍ଡା କହିଲେ ଯେ , ଓଡିଶା ର ନବନିର୍ମାଣ କ୍ଷେତ୍ରରେ ବସନ୍ତ ବିଶ୍ୱାଳ ଥିଲେ ବାସ୍ତବିକ ଆଉଜଣେ ମର୍କତ କେଶରୀ। ତାଙ୍କ ଦ୍ବାରା ପ୍ରଜାତନ୍ତ୍ର ର ନବକଳେବର, ଓ କଟକ ରେ ସାରଳା ସାହିତ୍ୟ ସଂସଦ ପ୍ରତିଷ୍ଠିତ ହୋଇଥିଲେ ମଧ୍ୟ ସେଠାରେ ତାଙ୍କପ୍ରତି ଯଥାର୍ଥ ସମ୍ମାନ ଦିଆଯାଉ ନଥିବାରୁ ସେ କ୍ଷୋଭ ପ୍ରକାଶ କରିଥଲେ। ତିର୍ତ୍ତୋଲ ବ୍ଲକ କଂଗ୍ରେସର ସଭାପତି ନିହାର ରଞ୍ଜନ ନାୟକ ମଞ୍ଚ ପରିଚାଳନା କରିଥିବାବେଳେ , ଉପସଭାପତି ଧନଞ୍ଜୟ ସୁତାର ଅତିଥିପରିଚୟ ପ୍ରଦାନ କରିଥିଲେ, ଏବଂ , ପୁର୍ବତନ ସରପଞ୍ଚ ଚିତ୍ତରଞ୍ଜନ ଦାସ ସ୍ବାଗତ ଭାଷଣ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ରାଜ୍ୟମହିଳା କଂଗ୍ରେସ ର ଉପସଭାପତୀ ପ୍ରତିମା ମଲ୍ଲିକ , ଦିଲ୍ଲୀପ କୁମାର ମହାନ୍ତି , ବିଶିଷ୍ଟ କଂଗ୍ରେସ୍ ନେତା ଦେବପ୍ରାସାଦ ନାୟକ , ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀର ଯୁବକଂଗ୍ରେସ ସଭାପତି ସାଫି ଆକାମ ପ୍ରମୁଖ ମଞ୍ଚାସିନ ହୋଇ , ସ୍ୱର୍ଗତ ବସନ୍ତ ବିଶ୍ୱାଳ ଙ୍କ ସହିତ ନିଜ ନିଜର ଅନୁଭୂତି ଓ ତାଙ୍କର ରାଜନୈତିକ ଜୀବନର ବିଶେଷତ୍ଵ ଓ ବୈଶିଷ୍ଟ୍ୟ ଉପରେ ଆଲୋଚନା କରି ନିଜ ନିଜର ବକ୍ତବ୍ୟ ଉପସ୍ଥାପନ କରିଥିଲେ। ଏହି ଅବସରରେ ଡକ୍ଟର ବିମଳ କୁମାର ପଣ୍ଡା ଙ୍କୁ ବସନ୍ତ ବିଶ୍ୱାଳ ସେବାସମ୍ମାନ
ମଣିଜଙ୍ଗା ପଞ୍ଚାୟତ ର ପୂର୍ବତନ ସରପଂଚ ପ୍ରହ୍ଲାଦ ଚନ୍ଦ୍ର ସାହୁ ଙ୍କୁ ସମାଜସେବା ସମ୍ମାନ ଓ କବି ଗୋଲକ ବିହାରୀ ପଲାଇ ଙ୍କୁ ସଂସ୍କୃତି ସମ୍ମାନ ନିମନ୍ତ୍ରିତ ଅତିଥିମାନଙ୍କଦ୍ଵାରା ପ୍ରଦାନ କରାଯାଇ ସମ୍ମାନିତ ଓ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ସମସ୍ତ କାର୍ଯ୍ୟକ୍ରମକୁ ତିର୍ତ୍ତୋଲ ବ୍ଲକର ସରପଞ୍ଚ ପ୍ରଦ୍ୟୁମ୍ନ କେଶରୀ ଚଇନି , ସମିତି ସଭ୍ୟ ଅଜୟ କୁମାର ରାଉଳ , ସମାଜ ସେବୀ ବ୍ରଜ କିଶୋର ମଲ୍ଲିକ , ସତ୍ୟଭୂଷଣ ଦାସ ଙ୍କ ସମେତ ଶତାଧିକ କଂଗ୍ରେସକର୍ମୀ ଓ ବସନ୍ତ ପ୍ରେମୀମାନେ ପରିଚାଳନା କରିବା କ୍ଷେତ୍ରରେ ସକ୍ରିୟ ସହଯୋଗ କରିଥିବାର ଦେଖିବାକୁ ମିଳିଥିଲା।
ତିର୍ତ୍ତୋଲରୁ ସନାୱାର ଅଲ୍ଲୀଙ୍କ ରିପୋର୍ଟ ସମର୍ଥ ନ୍ୟୁଜ ଓଡିଶା !




