Orisha

ମୁଦଙ୍ଗ ଯାତ୍ରାର ମଙ୍ଗ ଧରନ୍ତୁ ପୂଜ୍ୟପୂଜକ ବାବାବଳିଆ 

କୁଜଙ୍ଗ : — ବିଶର ମହାନ୍ତି ଙ୍କର ନାଆଁ ଘରେଘରେ ପରିଚିତ! ଯେତେବେଳେ ସୁଭଦ୍ରାକ୍ଷେତ୍ର ଗଡ଼କୁଜଙ୍ଗ କଥା ଉଠେ, ସେତେବେଳେ ମନେପଡ଼ନ୍ତି ଧର୍ମାତ୍ମା ବିଶର ମହାନ୍ତି ! ତାଙ୍କରି ସ୍ମୃତି ବହନକାରୀ ମୃଦଙ୍ଗ ଶୋଭାଯାତ୍ରାର ପ୍ରୟାସ କରାଯାଉଛି!ଜଗତସିଂହପୁର ଜିଲ୍ଲାର ପ୍ରମୁଖ ଶ୍ରୀଜଗନ୍ନାଥ ମନ୍ଦିର ତଥା ସାତବର୍ଷର ଶ୍ରୀକ୍ଷେତ୍ର ଭାବେ ପରିଚିତ ଶ୍ରୀକୁଞ୍ଜବିହାରୀ ମନ୍ଦିର ରୁ ପୁରୀ ଶ୍ରୀକ୍ଷେତ୍ର ପର୍ଯ୍ୟନ୍ତ ହେବାକୁ ଯାଉଥିବା “ବିସରମହାନ୍ତି ସ୍ମୁତି ମୁଦଙ୍ଗ ଯାତ୍ରା ” ନିମନ୍ତେ ଇତି ମଧ୍ୟରେ ପ୍ରାୟ ଗଡ଼ କୁଜଙ୍ଗରେ ୩ ଥର ଓ ପୁରୀରେ ମଧ୍ୟ ଥରେ ପ୍ରସ୍ତୁତୀ ବୈଠକ ହୋଇସାରିଛି ! କିନ୍ତୁ ସ୍ଥାନୀୟ ଏରସମା ,କୁଜଙ୍ଗ ,

ପାରାଦୀପ ,ଜଗତସିଂହପୁର ଅଞ୍ଚଳର ଜନସାଧାରଣ ଙ୍କ ମଧ୍ୟରେ ଚର୍ଚ୍ଚା ହେଉଛି ଯଦିଓ ପୂଜ୍ୟ ପୂଜକ ବାବା ବଳିଆ ଏହି ଯାତ୍ରାର ମଙ୍ଗ ଧରନ୍ତେ ତେବେ ଏହି ଯାତ୍ରା,ଦଳମତ ନିର୍ବିଶେଷରେ କେବଳ ଶ୍ରୀଜଗନ୍ନାଥ ସଂସ୍କୁତିର ପ୍ରଚାର ପ୍ରସାର ଦିଗରେ ଏକ ବିରାଟ ଓ ରାଜ୍ୟବ୍ୟାପୀ ସଚେତନ ଯାତ୍ରା ହୋଇପାରନ୍ତା ! କାରଣ ପୂଜ୍ୟ ପୂଜକ ବାବା ବଳିଆ ଶ୍ରୀଜଗନ୍ନାଥ ସଂସ୍କୁତିର ଅନ୍ୟତମ ସଂଗ୍ରାମୀ ପ୍ରଚାରକ ଓ ସନାତନ ହିନ୍ଦୁ ଧର୍ମର ସୁରକ୍ଷା ,ପାଇଁ ସର୍ବଦା ଚେଷ୍ଟା କରିଆସୁଛନ୍ତି ! ଅପରପକ୍ଷରେ ଏହି ଯାତ୍ରା ର ଉଦ୍ଦେଶ୍ୟ ଉତଥାପନ କରିଥିବା ଶ୍ରୀଜଗନ୍ନାଥ ଚେତନା ସୁରକ୍ଷା ଅଭିଯାନ ତରଫରୁ ସରୋଜ କୁମାର ନାୟକ , ଡ଼ଃ ଧ୍ରୁତିଧର ଦାସ , ଡ଼ଃ ଅରୁଣ କୁମାର ପାଣି ଏହି ପ୍ରସ୍ତାବକୁ ସ୍ବାଗତ କରିଛନ୍ତି ! ଡ଼ଃ ଅରୁଣ ପାଣି କହିଛନ୍ତି ଯେ ସେ ଏ ନେଇ ପୂଜ୍ୟ ବାବା ଙ୍କ ପରାମର୍ଶ ଲୋଡିଛନ୍ତି ଓ ବାବା ତାଙ୍କର ସହମତି ପ୍ରକାଶ କରି କହିଛନ୍ତି ଯେ ଏହି ଯାତ୍ରା ତଥ୍ୟ ଭିତ୍ତିକ ହେବା ଦରକାର ! ତଥ୍ୟ ଓ ତିଥି ଭିନ୍ନ ଯାତ୍ରା ଜଗନ୍ନାଥ ପରମ୍ପରାରେ ନାହିଁ ! ତେଣୁ ଏ ସମ୍ପର୍କରେ ଗବେଷକ ମାନଙ୍କ ତଥ୍ୟ ,ମାଦଳାପାଞ୍ଜି ଓ କୁଜଙ୍ଗ ଇତିହାସ ର ତଥ୍ୟ ସଂଗ୍ରହ ପରେ ଏପରି କାର୍ଯ୍ୟକ୍ରମକୁ ଆୟୋଜନ କରାଯାଉ ବୋଲି ଡ଼ଃ ପାଣି ଙ୍କୁ ପୂଜ୍ୟ ବାବା ପରାମର୍ଶ ଦେଇଛନ୍ତି ! ଗଡ଼କୁଜଙ୍ଗ ପୀଠର ଠାକୁରରାଜା ତଥା ପୂର୍ବତନ ମନ୍ତ୍ରୀ ଡ଼ାକ୍ତର ଦାମୋଦର ରାଉତ, ଟ୍ରଷ୍ଟି ରାଜେନ୍ଦ୍ର ବେହେରା,ସରପଞ୍ଚ ଯଦୁନାଥ ଖଟୁଆ,କୁଜଙ୍ଗ ବ୍ଲକ ଅଧ୍ୟକ୍ଷା ନୀନାରାଣୀ ସାହୁ ,ଅଧ୍ୟକ୍ଷାଙ୍କ ପ୍ରତିନିଧି ଅରୁଣ କୁମାର ବେହେରା , ପୂର୍ବତନ ସରପଞ୍ଚ ସମ୍ପଦ ବାରିକ ଏବଂ ମନ୍ଦିର କମିଟିର ପ୍ରମୁଖ ସଦସ୍ୟ ମାନଙ୍କୁ ନେଇ ମଧ୍ୟ ଏକ ବିସ୍ତାର ବୈଠକ ମନ୍ଦିର ପରିସରରେ ପୂର୍ବରୁ କରାଯାଇଛି ! ଏରସମା ,କୁଜଙ୍ଗ ଅଞ୍ଚଳର ପ୍ରମୁଖବ୍ୟକ୍ତି ,ବୁଦ୍ଧିଜିବୀ ,

ସାମ୍ବାଦିକ ,ଜଗନ୍ନାଥପ୍ରେମୀ ସାଧୁସନ୍ଥ,କୀର୍ତ୍ତନପ୍ରେମୀ ଙ୍କୁ ନେଇ ଏକ ବିସ୍ତାର ବୈଠକ କରାଯିବାକୁ ସଂଗଠନ ସ୍ଥିର କରିଛି ! ଏହି ବୈଠକରେ ପୁରୀରୁ ଏକ ପ୍ରତିନିଧି ଦଳ ଗଡ଼କୁଜଙ୍ଗ ଆସିବେ ବୋଲି ଜଣାପଡିଛି ! ଏହି ବୈଠକରେ ମଧ୍ୟ ପୂଜ୍ୟ ବାବା ବଳିଆ ଙ୍କ ପ୍ରତିନିଧି ଯୋଗଦେବା ପାଇଁ ନିବେଦନ ରଖାଯିବ ! ଯାହା ତଥ୍ୟ ଏବଂ ତିଥି କୁ ଭିତ୍ତି କରି ଓ ସର୍ବସମ୍ମତିକ୍ରମେ ଯାତ୍ରାର ସମୟ ସ୍ଥିର କରାଯିବ ବୋଲି ସଂଗଠନ ତରଫରୁ ପ୍ରକାଶ !

 

ଜଗତସିଂହପୁର ରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ସମର୍ଥ ନ୍ୟୁଜ ଓଡିଶା !

Related Articles

Back to top button