Orisha
କେନ୍ଦ୍ରାପଡା ଜିଲ୍ଲା ର ଗୋପ ଛକ ନିକଟରେ ବାଇକ ଦୁର୍ଘଟଣା…


କେନ୍ଦ୍ରାପଡା ଜିଲ୍ଲାର ଗୋପ ଛକ ନିକଟରେ ବାଇକ ଦୁର୍ଘଟଣା ! ଜଣେ ବାଇକ ଆରୋହୀ ଓ ଅନ୍ୟ ଜଣେ ଟଲି ଚାଳକ ଗୁରୁତର ଅବସ୍ଥାରେ କେନ୍ଦ୍ରାପଡ଼ା ମେଡିକାଲ କୁ ସ୍ଥାନୀୟ ଲୋକ ଓ ବ୍ୟାସ ଫାଉଣ୍ଡେସନ ରା ଅଧ୍ୟକ୍ଷା ସ୍ନେହମୟୀ ଆଚାର୍ଯ୍ୟ ଓ ରଶ୍ମିତା ନାୟକଙ୍କ ସହଯୋଗରେ ନିଆଗଲେ ! ଦୁର୍ଘଟଣାର ଦୁଇଶହ ମିଟର ଦୂରରେ ମଦ କାଉଣ୍ଟର ଥିବାବେଳେ ଦୁର୍ଘଟଣାର କାରଣ ମଦ୍ୟପାନ କରି ଗାଡିଚଳାଇବା !
ପୋଲିସ ଷ୍ଟେସନକୁ ଫୋନ କରାଯାଇଥିଲେ ବି ସଠିକ ସମୟରେ ପୋଲିସ ପହଂଚିବା ସମ୍ଭବ ହେଲାନାହିଁ ! ଆମ୍ବୁଲାନ୍ସ ଟିଏ ପହଂଚିବାକୁ ବହୁ ବିଳମ୍ବ କରିବାରୁ ରାସ୍ତାରେ ଯାଉଥିବା ବ୍ୟକ୍ତିଗତ କାର ଅଟକାଇ ଆହତ ଟଲି ଚାଳକଙ୍କୁ ମେଡିକାଲ ପଠାଯାଇଥିଲା ! ଗୋପ ଛକ ପାଖରେ ଖୋଲା ଯାଇଥିବା ମଦ ଦୋକାନ ଯୋଗୁ ବହୁ ଦୁର୍ଘଟଣା ମାନ ହେଉଛି ! ଉକ୍ତ ମଦଦୋକାନ ଟିକୁ ବନ୍ଦ କରାଯାଉ ବୋଲି ଚର୍ଚ୍ଚା ହେଉଛି !
କେନ୍ଦ୍ରାପଡ଼ା ରୁ ଚନ୍ଦ୍ରକାନ୍ତ ପରିଡା ଙ୍କ ରିପୋର୍ଟ ସମର୍ଥ news




