Orisha

ନିଖିଳ ଉତ୍କଳ ପଞ୍ଚାୟତ ନିର୍ବାହି ଅଧିକାରୀ ସଂଘ,ଓଡିଶା ପକ୍ଷରୁ ଦୁଇ ଦଫାଦାବି ନେଇ ଅନିର୍ଦ୍ଦିଷ୍ଟ କାଳପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଆନ୍ଦୋଳନ ଶେଷ ହୋଇଛି।

୨୧ଦିନ ଧରି ଗଞ୍ଜାମ ଜିଲ୍ଲାପାଳ ଙ୍କ କାର୍ଯ୍ୟଳୟ ସମ୍ମୁଖରେ ନିଖିଳ ଉତ୍କଳ ପଞ୍ଚାୟତ ନିର୍ବାହି ଅଧିକାରୀ ସଂଘ,ଓଡିଶା ପକ୍ଷରୁ ଦୁଇ ଦଫାଦାବି ନେଇ ଅନିର୍ଦ୍ଦିଷ୍ଟ କାଳପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଆନ୍ଦୋଳନ ଜିଲ୍ଲାପାଳ ଙ୍କ କାର୍ଯ୍ୟଳୟ ସମ୍ମୁଖରେ ଚାଲିଥିବା ଧାରଣା ୮ତାରିଖ ରେ ଶେଷ ହୋଇଛି ।ଦାବି ମଧ୍ୟରେ ପଞ୍ଚାୟତ ନିର୍ବାହି ଅଧିକାରୀ ପଦବୀର ଶିକ୍ଷାଗତ ଯୋଗ୍ୟତା +୨ରୁ+୩ କରିବା ସହିତ ଦରମା ହାର ଲେବୁଲ ୫ରୁ ଲେବୁଲ୯କୁ ଧାର୍ଯ୍ୟ କରାଯାଉ ଏବଂ ନୂତନ ପଦବୀ ସୃଷ୍ଟିକରି ୧୦ବର୍ଷ କାର୍ଯ୍ୟ ସମ୍ପୁର୍ନ କରିଥିବା ପଞ୍ଚାୟତ ନିର୍ବାହି ଅଧିକାରୀମାନଙ୍କୁ ପଦୋନ୍ନତି ପ୍ରଦାନ ସହିତ ଜି.ପି.ଡି.ଓ ପଦବୀରେ ସତପ୍ରତିଶତ ପଦୋଉନ୍ନତି ପ୍ରଦାନ କରିବା ଓ.ପି.ଆର.ଏସ କାର୍ଡ ରୁଲ ରେ ଅନ୍ତର୍ଭୁକ୍ତ କରିବାକୁନେଇ ଧାରଣାରେ ବସିଥିଲେ ।

ହେଲେ ଏହି ଦାବି ଗୁଡିକ ମାସେ ମଧ୍ୟରେ ପୂରଣ ପାଇଁ ପ୍ରତିଶୃତି ମିଳିଥିବାରୁ ଧାରଣରୁ ଓହୋରିଛନ୍ତି ପଞ୍ଚାୟତ ନିର୍ବାହୀ ଅଧିକାରୀ ସଂଘ । ମାସେ ମଧ୍ୟରେ ଦାବି ପୂରଣ ନହେଲେ ପୁଣି ରାଜରାସ୍ତାକୁ ଓଲ୍ଲାଇବୁ । ୨୧ ଦିନ ଧରି ଚାଲିଥିବା ଏହି ଗଣ ଧାରଣାରେ ଜିଲ୍ଲା 210 ପଞ୍ଚାୟତ ନିର୍ବାହି ଅଧିକାରୀ ସାମିଲ ହୋଇଥିଲେ । ପଞ୍ଚାୟତ ନିର୍ବାହୀ ଅଧିକାରୀ ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଳକ ଅଧିନସ୍ଥ କାର୍ଯରତ ଥିବା ପି ଇ ଓ ଙ୍କ ସଭାପତି ମନୋଜ କୁମାର ସାହୁ ଙ୍କ ସମସ୍ତ ପି ଇ ପୁରୁଷୋତ୍ତମ ପୁର ବ୍ଲକ ରେ ନିଜ ନିଜ ପଞ୍ଚାୟତ ରେ ଯୋଗଦେଇ ଥିଲେ ।

ଗଞ୍ଜାମ ରୁ ଭବାନୀ ଶଙ୍କର ପଣ୍ଡା ଙ୍କ ରିପୋର୍ଟ ସମର୍ଥ ନୀୟୁଜ୍

Related Articles

Back to top button