ବୌଦ୍ଧ, ବ୍ଲକ୍ ସ୍ତରୀୟ ସଂଶାଧନ ସଭ୍ୟଙ୍କ ଦୁଇ ଦିନିଆ ପ୍ରଶିକ୍ଷଣ ଶିବିର ଶୁଭ ଉଦଘାଟନ l


ବୌଦ୍ଧ-୦୭/୦୯- ଆଜି ବୌଦ୍ଧ ବ୍ଲକ୍ ସଦର ମହକୁମା ପଞ୍ଚାୟତ ସମିତି ସମ୍ମିଳନି ସଭା ଗୃହରେ ଓଡ଼ିଶା ଭାଷା,ସାହିତ୍ୟ, ଓ ସଂସ୍କୃତି ବିଭାଗ,ଏବଂ ସୂଚନା ଓ ଲୋକ ସଂପର୍କ ବିଭାଗ ଓଡ଼ିଶା ସରକାର ଙ୍କ ଦ୍ଵାରା ଆୟୋଜିତ ଦୁଇ ଦିନିଆ ପ୍ରଶିକ୍ଷଣ ଶିବିର କୁ ମୁଖ୍ୟ ଅତିଥି ଭାବେ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ମହାପାତ୍ର କୁଲଦୀପ ମହାନ୍ତି ଶୁଭ ଉଦ୍ଘାଟନ କରିଥିଲେ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସୁଶ୍ରୀ ରିତାକାନ୍ତି ବଳିଆର ସିଂ ଅତିଥି ପରିଚୟ ଓ ସ୍ବାଗତ ଭାଷଣ ଦେଇଥିଲେ । ରାଜ୍ୟ ସଂଶାଧାନ କର୍ମୀ ତଥା ଜିଲ୍ଲା କଳା , ସଂସ୍କୃତି ସଂଘ ଉପସଭାପତି ଦିବ୍ୟ ଶଙ୍କର ରାଉତ ପ୍ରଶିକ୍ଷଣ ଶିବିର ର ଲକ୍ଷ୍ୟ ଉଦ୍ଦେଶ୍ୟ ଓ କଳାକାର ମାନଙ୍କୁ ସରକାର ଙ୍କ ଦ୍ଵାରା ଦିଆ ଯାଉଥିବା ବିଭିନ୍ନ ସୁବିଧା ସୁଯୋଗ ସମ୍ପର୍କରେ ବିସ୍ତୃତଭାବେ ବୁଝାଇଥିଲେ । ରାଜ୍ୟ ସଂସାଧାନ କର୍ମୀ ତଥା ବ୍ଲକ୍ କଳା ସଂସ୍କୃତି ସଂଘର ଉପ- ସଭାପତି ବୌଦ୍ଧ ସ୍ଵାଧୀନ ପରିଡ଼ା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଜିଲ୍ଲା ସଂଶାଧନ କର୍ମୀ ତଥା ଅବସର ପ୍ରାପ୍ତ ଶିକ୍ଷକ ବସନ୍ତ କୁମାର ସାହୁ ସଂଶାଧନ କର୍ମୀ ଭାବେ ଯୋଗ ଦେଇ ସଚେତନତାର ବିଷୟ ବସ୍ତୁ, କ୍ଷେତ୍ର ପ୍ରଦର୍ଶନ ତଥା ପ୍ରୋଗ୍ରାମ ର ପ୍ରସ୍ତୁତି, କାର୍ଯ୍ୟକ୍ରମର ସଫଳତା ପାଇଁ ରେପୋର୍ଟ ପ୍ରସ୍ତୁତି, ଡକୁମେଣ୍ଟେସନ, ସ୍କ୍ରିପ୍ଟ ପ୍ରସ୍ତୁତି, ସରକାରଙ୍କ ଆଠ ଗୋଟି ଯୋଜନା, ଯୋଜନା ସମ୍ବନ୍ଧୀୟ କାର୍ଯ୍ୟକ୍ରମ ର ନିର୍ଦ୍ଧାରଣ ଓ ତଥ୍ୟ ପ୍ରେରଣ ବିଷୟରେ ପୁଙ୍ଖାନପୁଙ୍ଖ ଆଲୋଚନା କରିଥିଲେ। ଅନ୍ୟତମ ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ନାଟ୍ୟକାର କରୁଣାକର ଘନ୍ତୁଆଳ, ବ୍ଲକ ସଂସାଧନ କର୍ମୀ, କଣ୍ଟାମାଳ ବ୍ଲକ ରଞ୍ଜନ ପାତ୍ର ଯୋଗ ଦେଇ ସରକାରଙ୍କ ବିଭିନ୍ନ ଯୋଜନା ବିଷୟରେ କଳାକାର ମାନଙ୍କୁ ଦିଗ ଦର୍ଶନ ଦେଇଥିଲେ ,ଜିଲ୍ଲା ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ ଶ୍ରୀମତୀ ମିନତି ଦେଓ ମମତା ଯୋଜନା ଓ ମିଶନ ଶକ୍ତି ସମ୍ପର୍କରେ ବୁଝାଇଥିଲେ, ଜିଲ୍ଲା ସଂସା ଧନ କର୍ମୀ ମନୋରଂଜନ ସାହୁ ଓ ସାଥୀ ସଚେତନତା ସଙ୍ଗୀତ ପରିବେଷଣ କରିଥିଲେ,, ସୋମିତ୍ରି ମାଟିଆ ଓ କରୁଣାକର ବଗର୍ତ୍ତୀ ଦାସକାଠିଆ ପରିବେଷଣ କରିଥିଲେ, ସମୀର ଭୋଇ, ଗୋପାଳ ଭୋକ୍ତା ଓ ସାଥୀ ନାରାୟଣୀ ସଂକୀର୍ତ୍ତନ ଦଳ, ଡାଙ୍ଗପଡ଼ା, ସାଇ ରାମ ଏବଂ ମହାବୀର ଦଳ ଦାସ କାଠିଆ ପରିବେଷଣ କରିଥିଲେ। ସତ୍ୟ ପ୍ରିୟ ଦଳ ଦାସ କାଠିଆ ପରିବେଷଣ କରିଥିଲେ। ଜପ ଜାନି, ଲିଚି ବନ୍ଧ ସଚେତନତା ଗୀତ ପରିବେଷଣ କରିଥିଲେ। ସନ୍ତୋଷ ଦାଶ, କମିରା ଭଜନ ପରିବେଷଣ କରିଥିଲେ। କାର୍ଯକ୍ରମରେ ସନନ୍ଦ ସାହୁ, ଜିତେନ୍ଦ୍ର କୁମାର ମହାନ୍ତି, ଅକ୍ଷୟ କୁମାର ମହାକୁଡ଼, ବୀରକିଶୋର କର୍ମୀ ଏବଂ ବ୍ଲକ୍ କାର୍ଯ୍ୟାଳୟ ର କର୍ମଚାରୀ କାର୍ଯକ୍ରମ ରେ ସହଯୋଗ କରିଥିଲେ ।ବ୍ଲକ ସଂସାଧନ କର୍ମୀ, କଣ୍ଟାମାଳ ବ୍ଲକ ରଞ୍ଜିତ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।
ବୌଦ୍ଧରୁ ଜ଼ିଲ୍ଲା ପ୍ରତିନିଧି ହୃଦାନନ୍ଦ ମେହେରଙ୍କ ରିପୋର୍ଟ ସମର୍ଥ ନିୟୁଜ




