Orisha

ହରଭଙ୍ଗା ବ୍ଳକର କୃଷ୍ଣମୋହନପୁର ବିଦ୍ୟାଳୟ ଖେଳ ପଡିଆଠାରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।

ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଳକ ରାଧାନଗର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣମୋହନପୁର ଗ୍ରାମରେ ଅବସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ବିଦ୍ୟାଳୟ ଓ ଗ୍ରାମବାସୀଙ୍କ ସହଯୋଗିତାରେ ବିଦ୍ୟାଳୟର ଖେଳ ପଡିଆର ଚତୁଃପାର୍ଶ୍ବରେ ଏକ ଶହରୁ ଉର୍ଦ୍ଧ ବୃକ୍ଷ ରୋପଣ କରାଯାଇଛି। ଉକ୍ତ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ସଭାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ମହେଶ କୁମାର ସେଠୀ ସଭାପତିତ୍ବ କରିଥିଲେ। ହରଭଙ୍ଗା ବ୍ଳକର ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଅଜୟ କୁମାର ଲୁହା (O E S) ମୁଖ୍ୟ ଅତିଥି ଭାବେ ଯୋଗଦାନ ଦେଇଥିଲେ। ବୌଦ୍ଧ ଜିଲ୍ଲାର Asst. Conservator of forest(ACF) ଶ୍ରୀଯୁକ୍ତ ଆଶିଷ କୁମାର କହଁର ସ୍ବତନ୍ତ୍ର ସମ୍ମାନିତ ଅତିଥି ଭାବେ ଯୋଗଦାନ ଦେଇଥିଲେ। ଅନ୍ୟତମ ସମ୍ମାନିତ ଅତିଥି ଭାବେ ରାଧାନଗର ଗ୍ରାମ ପଞ୍ଚାୟତ ସରପଞ୍ଚ୍ ଶ୍ରୀଯୁକ୍ତ ଗଣେଶ ବେହେରା, ହରଭଙ୍ଗା ABEO ଶ୍ରୀଯୁକ୍ତ ଜଗତ ମଲ୍ଲିକ, ବୌଦ୍ଧ ABEO ଶ୍ରୀଯୁକ୍ତ ସ୍ବରାଜ କହଁର,ସଦର ଫରେଷ୍ଟର ଶ୍ରୀଯୁକ୍ତ ସ୍ବାଧୀନ ସାମଲ,ଫରେଷ୍ଟ୍ ଗାଡ଼୍ ଶ୍ରୀଯୁକ୍ତ ପ୍ରକାଶ ପ୍ରଧାନ,CRCC ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ସାହୁ ପ୍ରମୁଖ ଅତିଥି ଉପସ୍ଥିତ ଥିଲେ।

ବୌଦ୍ଧ ରୁ ଉମାକାନ୍ତ ମହାକୁଳ ଙ୍କ ରିପୋର୍ଟ ସମର୍ଥ ନୀୟୁଜ୍

Related Articles

Back to top button