Orisha

ଏମିତି କୋଉଠି ଦେଖି ନଥିବେ, ନମ୍ବର ୱାନ ରାଜ୍ୟର ନମ୍ବରୱାନ ଆଦର୍ଶ ଉଦାହରଣ


ତିର୍ତ୍ତୋଲ :- ନମ୍ବର ୱାନ ରାଜ୍ୟର ନମ୍ବରୱାନ ମୁଖ୍ୟମନ୍ତ୍ରୀ! ନବୀନ ଭକ୍ତ ମାନଙ୍କ ଶଙ୍ଖନାଦରେ ନମ୍ବରୱାନ ବିକାଶ ର ସୁରିଲା ଆହ୍ୱାନ ସାରା ଭାରତବର୍ଷରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ, ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବ୍ଲକ ଅଧୀନ ତରଜଙ୍ଗା ପଞ୍ଚାୟତର ବାଲିପାଟଣା ଗ୍ରାମରେ ଉକ୍ତ ବିଷୟ ପରିହାସରେ ପରିଣତ ହୋଇଥିବାର ଦେଖିବାକୁ ମିଳିଛି !ଉକ୍ତ ଗ୍ରାମର ଜନୈକ ବ୍ୟକ୍ତି ଧୁନ ବେହେରା (72-ବର୍ଷ )ଙ୍କର ଚାରି ପୁତ୍ର! କ୍ରମାନ୍ୱୟରେ ସ୍ବର୍ଗତଃ ଶାରଦା ବେହେରା, ପପୁ ବେହେରା -40 ବର୍ଷ, ଦିପୁ ବେହେରା -32 ବର୍ଷ ଏବଂ ଲିପୁ ବେହେରା-26 ବର୍ଷ ! ଗତ ମହାବାତ୍ୟା ସମୟରେ ଧୁନ ବେହେରା ଙ୍କ ନାମରେ ଗୋଟିଏ ଇନ୍ଦିରା ଆବାସ ମିଳିଥିଲା ଏବଂ ସେ ଘରେ ଧୁନ ବେହେରା ରହୁଛନ୍ତି !ବଡ ପୁଅ ଶାରଦା ର ଦେହାନ୍ତ ହେବାପରେ ତାଙ୍କ ସ୍ତ୍ରୀ ସଂଜୁ ବେହେରା ବୈଧଵ୍ୟର ଦୁଃଖ ସାଙ୍ଗକୁ ଦୁଇ ଝିଅ ଓ ଗୋଟିଏ ପୁଅକୁ ନେଇ ଏକ ଭଗ୍ନ ଚାଳ ଘରେ ବାସ କରିଆସୁଛି ! ସାନ ଝିଅଟି ଭିନ୍ନକ୍ଷମ ହୋଇଥିବା ବେଳେ, ପିଲା ମାନଙ୍କ ସହିତ ଯୋଉ ଭଙ୍ଗା ଚାଳ ଘରେ ରହୁଛନ୍ତି ! ସେ ଘରେ ବିଷାକ୍ତ ଜନ୍ତୁ ସମୟ ଅସମୟରେ ପ୍ରବେଶ କରିବାରେ କୌଣସି ବାଧା ନାହିଁ ! ଦିନରେ ଖରା ରାତିରେ ତାରା ଦିଶୁଥିବା ଘରେ ସାଧାରଣତଃ ମଣିଷ ଵାସ ଉପଯୋଗୀ ହୋଇ ନଥିଲେ ବି ଆବାସ ଯୋଜନାରେ ଘରଟିଏ ନମିଳିବାରୁ ବାଧ୍ୟ୍ୟହେଇ ସେଠାରେ ରହୁଛନ୍ତି ! ଏପରିକି ବିଷାକ୍ତ ଜନ୍ତୁ ଆଘାତରେ ଆକ୍ରାନ୍ତ ହୋଇ ସଂଜୁ ବେହେରା ମେଡିକାଲରେ ଭର୍ତ୍ତି ହୋଇଥିବାର ବାର୍ତ୍ତା ପଡୋଶୀଙ୍କ ଠାରୁ ଶୁଣିବାକୁ ମିଳିଥିଲା ! ଆଉ ଗୋଟିଏ ପୁଅ ଯେ କି ଦିପୁ ବେହେରା ମଧ୍ୟ ଅତି ବିପଦଶଂକୁଳ ଅବସ୍ଥାରେ ଚାଳଘରେ ବାସକରୁଛି ! ତାହା ମଧ୍ୟ ତଦନ୍ତ ସାପେକ୍ଷ ! ଏ ଦୁଇ ପରିବାର ଆବାସ ଯୋଜନା ଘର ପାଇଁ ଆବେଦନ କରୁଛନ୍ତି , ବ୍ଲକ ପ୍ରଶାସନ ତଦନ୍ତ ବି କରୁଛନ୍ତି ! କିନ୍ତୁ ତାକୁ କାଟୁଛି କିଏ ? ଯେବେ ଏହି ଅସହାୟ ପରିବାର ଦୁଇଟି ଆବାସ ଘର ନପାଇବେ ତାହାହେଲେ ଏ ଯୋଜନା କାହାପାଇଁ ? ରାଜନୈତିକ ଅଭିସନ୍ଧି ରଖି ନିଜ ସମର୍ଥକଙ୍କୁ ଘର ଉପରେ ଘର କରିବାକୁ ଯାଚିକରି ଦେଉଥିବା ବେଳେ ଏହି ଦୁଇ ପରିବାର ଘରରୁ ବଞ୍ଚିତ ହୋଇଛନ୍ତି କଣ ପାଇଁ ? ଏମାନେ ଉତ୍କୋଚ ଦେବାପାଇଁ ସମର୍ଥ ନୁହଁନ୍ତି ନା ରାଜନେତାଙ୍କ ସମର୍ଥକ ନୁହଁନ୍ତି ? ଏହି ସମ୍ବାଦ ପାଇବା ପରେ ପ୍ରଶାସନ ଦୃଷ୍ଟି ଦେଲେ ଗରିବ ଦିନଦୁଃଖୀ ପରିବାର ଦୁଇଟି ସୁରକ୍ଷିତ ଓ ଶାନ୍ତିରେ ବାସ କରିପାରିବେ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି !

ଜଗତସିଂହପୁର ରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ସମର୍ଥ ନ୍ୟୁଜ ଓଡିଶା !

Related Articles

Back to top button