Orisha

ବଡ଼ଚଣା ର ବିଭିନ୍ନ ମଠ , ମନ୍ଦିର ଓ ସରସ୍ଵତୀ ବିଦ୍ୟା ମନ୍ଦିରର ପକ୍ଷରୁ ଜନ୍ମାଷ୍ଟମୀ ପାଳିତ।

ବଡ଼ଚଣା,୬।୯,(ନି; ପ୍ର) ” ଦୁଷ୍ଟ ସଂହାର ସନ୍ଥ ପାଳୁ, ତୁ ନାଥ ପରମ ଦୟାଳୁ”। ଧରା ଧାମ ରେ ଭକ୍ତ ମାନଙ୍କ ଦୁଃଖ କୁ ନିବାରଣ କରିବା ପାଇଁ ସ୍ଵୟଂ ପରମ ବ୍ରହ୍ମ ନିରାକାର ରୁ ନର ରୂପକୁ ଧାରଣ କରି ଓହ୍ଲେଇ ଆସନ୍ତି ଧରାବକ୍ଷକୁ। ଦ୍ୱାପର ଯୁଗରେ ଭଗବାନ ଶ୍ରୀ କୃଷ୍ଣ ଭାଦ୍ରବ ମାସ କୃଷ୍ଣ ପକ୍ଷର ଅଷ୍ଟମୀ ତିଥିରେ ଅଷ୍ଟମ ଗର୍ଭରେ ଆବିର୍ଭାବ ହୋଇ ଥିଲେ ଦେବକୀ ମାତା ଙ୍କ କୋଳରେ । ମା ବସୁନ୍ଧରା ଙ୍କ ବୁକୁରୁ ମହି ଭାର ଉଶ୍ୱାସିବା ଲାଗି ରାକ୍ଷସ ଓ ପାପି ମାନଙ୍କୁ ସଂହାର କରି ସାଧୁ ସନ୍ଥ ମାନଙ୍କୁ ଅଭୟ ପ୍ରଦାନ କରି ଥିବା ବେଳେ ଧର୍ମର ପ୍ରତିଷ୍ଠା କରିଥିଲେ। ଆଜି ପରମ କାରୁଣିକ ଭଗବାନ୍ ଶ୍ରୀ କୃଷ୍ଣ ଙ୍କ ଆବିର୍ଭାବ ପୁଣ୍ୟ ତିଥି ଅବସରରେ ଆଯ୍ୟାବର୍ତ୍ତ ରେ ଗାଁ ଗଣ୍ଡା ରୁ ପୁର ପଲ୍ଲୀ ପର୍ଯ୍ୟନ୍ତ ପବିତ୍ର ତାର ସହିତ ଜନ୍ମାଷ୍ଟମୀ ଉତ୍ସବ ବଡ଼ ଧୁମ୍ ଧାମ ରେ ପାଳନ କରାଯାଉଛି। ବଡ଼ଚଣା ବ୍ଲକ ଅନ୍ତର୍ଗତ ବହୁ ପୁରାତନ ଅମିୟ ଝରି କୋଟମାଳ ମଠ, ସୋଲର ଅଂଶ ଗ୍ରାମର ଶ୍ରୀ ଅନନ୍ତ ଗାଦି ବ୍ରହ୍ମ ମଠ, କୁମ୍ଭେଇ ସ୍ଥିତ କୁମ୍ଭେ଼ଇ ମଠ , ବୈରୀ ସ୍ଥିତ ଚୌଦୁର୍ଗ ମଠ ରେ ପାଳନ ହୋଇ ଥିବା ବେଳେ, ସକାଳ ଧୂପ, ସୂର୍ଯ୍ୟ ପୂଜା,ଗୋ ପୂଜା,ବାଲ୍ୟ ଭୋଗ, ନୀତି କାନ୍ତି ଯଥା ବିଧିରେ ଅନୁଷ୍ଠିତ ହୋଇ ଥିବା ସୂଚନା ଦେଇ ଥିଲେ କୋଟମାଳ ମଠର ମହନ୍ତ କୈଳାସ ଚନ୍ଦ୍ର ଦାସ ମହାରାଜ । ଅପର ପକ୍ଷରେ ଚଣ୍ଡିଖୋଲ ସୁଙ୍ଗୁଡା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ଆଜି ପବିତ୍ର ହରି ଜନ୍ମ ଦିନରେ ଜନ୍ମାଷ୍ଟମୀ ପର୍ବ ମହା ଆଡ଼ମ୍ବରରେ ପାଳିତ ହୋଇଯାଇଛି । ଛାତ୍ରଛାତ୍ରୀ ମାନେ ରାଧାକୃଷ୍ଣଙ୍କ ସୁସଜ୍ଜିତ ଯୁଗଳ ବେଶ ଧରି ଅତି ମନୋରମ ସୋଭାରେ ନୃତ୍ୟ ଗୀତ ଅଭିନୟ କରିଥିଲେ । ଶିଶୁ ବିଦ୍ୟା ମନ୍ଦିର ର ଗୁରୁଜୀ ଗୁରୁମା ମାନେ ଚୁଆଚନ୍ଦନ ଲଗାଇ ଧୂପ ଦୀପ ମାଧ୍ୟମରେ ରାଧାକୃଷ୍ଣଙ୍କୁ କୃଷ୍ଣଙ୍କ ସହସ୍ର ବନ୍ଦନା ଗାଇ ବନ୍ଦାପନା କରିଥିଲେ । ଏହି ଉତ୍ସବରେ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟା ସଂନ୍ଧ୍ୟାରାଣୀ ବ୍ରହ୍ମ, ବରିଷ୍ଠ ଶିକ୍ଷୟିତ୍ରୀ ନିରାଶୀ ସାମଲ , ବାସନ୍ତୀ ଜେନା , ଅର୍ଚ୍ଚନା ପ୍ରୀୟଦର୍ଶୀନୀ ସାହୁ , କ୍ରୀଷ୍ଣା ରାଣୀ ଜେନା , ଲୋପାମୁଦ୍ରା ମାହାଲା , ସୁଚିସ୍ଭୀତା ସିଂହ , ହେନା ରାଉତ , ଦିପ୍ତୀମୟୀ ସାମନ୍ତ , ନିଳିମା ମହାନ୍ତି , ବନ୍ଦନା ନାୟକ , ସୁମିତ୍ରା ସାହାଣୀ ଉତ୍ସବକୁ ପରିଚାଳନା କରିଥିଲେ ।

ବଡ଼ଚଣା ରୁ କାର୍ତ୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ ସମର୍ଥ ନୀୟୁଜ୍

Related Articles

Back to top button