ଟାୱାର କମ୍ପାନୀ ପକ୍ଷରୁ ତାର କମ୍ପାନୀ ଗୁଣ୍ଡାଙ୍କ ଦ୍ୱାରା ମହିଳା ଓ ପୁରୁଷଙ୍କୁ ମରଣlତଙ୍କ ଆକ୍ରମଣ।

ବଡ଼ଚଣା-ଟାୱାର କମ୍ପାନୀ ପକ୍ଷରୁ ତାର କମ୍ପାନୀ ଗୁଣ୍ଡାଙ୍କ ଦ୍ୱାରା ମହିଳା ଓ ପୁରୁଷଙ୍କୁ ମରଣlତଙ୍କ ଆକ୍ରମଣ।——ଯାଜପୁର ଜିଲ୍ଲା ବଡ଼ଚଣା ଥାନା ଅନ୍ତର୍ଗତ ବନ୍ଦାଳୋ ପଞ୍ଚାୟତ ଓଲର, ସାତଲଣ୍ଡା ଗ୍ରାମର ଚାଷୀଙ୍କ ବିଲ ଉପରେ କମ୍ପାନୀ ପକ୍ଷରୁ ତାର ଟଣା ବେଳେ ସମ୍ପୃକ୍ତ କ୍ଷେତର ଚାଷୀମାନେ ଏହାକୁ ବିରୋଧ କରିଥିଲେ।ତାର ଟଣା ହେବା ପୂର୍ବରୁ ବିଲ ମାଲିକଙ୍କ ସହିତ କମ୍ପାନୀ ପକ୍ଷରୁ କୌଣସି ଆଲୋଚନା ନ କରି ପ୍ରାୟ ୨ ଶହରୁ ଉର୍ଦ୍ଧ୍ବ ଭଡାଟିଆ ଗୁଣ୍ଡା ମାନଙ୍କ ସହାୟତାରେ ଜୋର ଜବରଦସ୍ତ ତାର ଟାଣିବା ସମୟରେ ଚାଷୀ କୌଶଲ୍ୟା ବେହେରା(୪୫) ଓ ତାଙ୍କର ପୁତ୍ର ରାଜେଶ କୁମାର ବେହେରା (୨୫) ଙ୍କୁ ତଣ୍ଟି ଚିପି ବିଲରେ ମାଡି ବସିଥିଲେ।ପୁଅ ରାଜେଶ ମାଆଙ୍କ ଉପରେ ଏଭଳି ବର୍ବରଚିତ ଦୃଶ୍ୟ ଦେଖି ସେ ଘଟଣା ସ୍ଥଳରେ ପହଞ୍ଚି ତାଙ୍କ ମାଆଙ୍କୁ ଛାଡ଼ିଦେବା ପାଇଁ କାକୁତୀ ମିନତୀ ହୋଇଥିଲେ।କିନ୍ତୁ ଗୁଣ୍ଡା ମାନେ ରାଜେଶ କୌଣସି କଥା ନ ଶୁଣି ତାଙ୍କୁ ମଧ୍ୟ ଆକ୍ରମଣ କରିଥିଲେ।ସେହି ସମୟରେ ବଡ଼ଚଣା ଥାନା କର୍ମଚାରୀ ଉପସ୍ଥିତ ଥାଇ ମଧ୍ୟ ମାଡ ଖାଉଥିବା ଲୋକଙ୍କୁ ସୁରକ୍ଷା ନ ଦେଇ ନିରବଦ୍ରଷ୍ଟା ସାଜିଥିଲେ।ତେବେ ପୋଲିସ ଉପସ୍ଥିତ ଥିଲେ କଣ ପାଇଁ ?କଣ ଗୁଣ୍ଡାଙ୍କ ସୁରକ୍ଷା ପାଇଁ।ପାଟିତୁଣ୍ଡ ଶୁଣି ଗ୍ରାମବାସୀ ମାନେ ଘଟଣା ସ୍ଥଳରେ ପହଞ୍ଚିବା ମାତ୍ରେ ଗୁଣ୍ଡାମାନେ ବୋଲେରୋ ଓ ବାଇକ ଯୋଗେ ତୁରନ୍ତ ଘଟଣା ସ୍ଥଳରୁ ପଳାଇ ଯାଇଥିଲେ ଓ ମୁର୍ମୁଷୁ ଅବସ୍ଥାରେ ଗ୍ରାମବାସୀ ମାନେ ତୁରନ୍ତ କୌଶଲ୍ୟା ଓ ତାଙ୍କର ପୁତ୍ର ରାଜେଶଙ୍କୁ ବଡ଼ଚଣା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇ ଚିକିତ୍ସା କରାଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ।ଏଣୁ ଜିଲ୍ଲା ପ୍ରଶାସନ ଏଭଳି ସ୍ପର୍ଶ କାତର ଘଟଣା ଉପରେ କି ପଦକ୍ଷେପ ଗ୍ରହଣ କରୁଛନ୍ତି, ତାହା ଦେଖିବାକୁ ବାକି ରହିଲା।
ବଡ଼ଚଣା ରୁ କାର୍ତ୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ ସମର୍ଥ




