Orisha

ଜିଲ୍ଲା ବିଜେଡ଼ି ଯୁବ ଛାତ୍ର କର୍ମଶାଳାର ପ୍ରସ୍ତୁତି ବୈଠକ  

ତିର୍ତ୍ତୋଲ :- ଆସନ୍ତା ସେପ୍ଟେମ୍ବର ପନ୍ଦର ତାରିଖରେ ଜିଲ୍ଲାସ୍ତରୀୟ କର୍ମଶାଳା ! ଚଳଚଞ୍ଚଳ ହୋଇପଡି ଛନ୍ତି ବିଜେଡି ଦଳର ସାଙ୍ଗଠନିକ ନେତାମାନେ ! ଗ୍ରାମରୁ ପଞ୍ଚାୟତ, ପଞ୍ଚାୟତରୁ ବ୍ଲକ ସବୁଠି ଚାଲିଛି ପ୍ରସ୍ତୁତି ବୈଠକ ! କର୍ମଶାଳା ହେବ କର୍ମୀ ନିର୍ମାଣକାରୀ ମହାବିଦ୍ୟାଳୟ ! କାରଣ ଏ ହେଉଛି ଜଗତସିଂହପୁର ଜିଲ୍ଲା ବିଜୁ ଯୁବ ଛାତ୍ର ଜନତା ଦଳର କର୍ମଶାଳା !ଆସନ୍ତା ସେପ୍ଟେମ୍ବର ୧୫ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଥିବା କର୍ମଶାଳା ଉପଲକ୍ଷେ ଏକ ପ୍ରାକ ପ୍ରସ୍ତୁତି ବୈଠକ ତିର୍ତ୍ତୋଲ ସ୍ଥିତ ଆନନ୍ଦମଣ୍ଡପ ସଭାଗୃହ ରେ, ତିର୍ତ୍ତୋଲ ବ୍ଲକ ଯୁବବିଜେଡ଼ି ସଭାପତି ସୁଜିତ୍ ମହାନ୍ତି ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି !ଆୟୋଜିତ କାର୍ଯ୍ୟକ୍ରମରେ , ଜିଲ୍ଲା ବିଜେଡ଼ି ସଭାପତି ରବିନାରାୟଣ ଜେନା , ତିର୍ତ୍ତୋଲର ମାନ୍ୟବର ଯୁବ ବିଧାୟକ ବିଜୟ ଶଙ୍କର ଦାସ , ଜିଲ୍ଲା ଯୁବ ବିଜେଡ଼ି ସଭାପତି ସମିତ୍ କୁମାର ଲେଙ୍କା , ଜିଲ୍ଲା ଯୁବ ବିଜେଡ଼ି ସଭାପତି ସୌମ୍ୟଜିତ୍ ମହାପାତ୍ର , ରାଜ୍ୟ ଯୁବ ବିଜେଡ଼ି ସାଧାରଣ ସମ୍ପାଦକ ପ୍ରଦୀପ୍ତ ଭୂୟାଁ , ତିର୍ତ୍ତୋଲ ବ୍ଲକ ବିଜେଡ଼ିର ପୂର୍ବତନ ସଭାପତି ଅଶ୍ଵିନୀ ଦାସ , ନିର୍ବାଚନ ମଣ୍ଡଳୀ ଯୁବ ବିଜେଡ଼ି ସଭାପତି ଇଁ ସୁମିତ ଦାସ , ଛାତ୍ର ବିଜେଡ଼ି ସଭାପତି ଶୁଭ୍ରକାନ୍ତ ଜେନା , କାର୍ଯ୍ୟକାରୀ ସଭାପତି ରବିନାରାୟଣ କର ,ଓ ବ୍ଲକବିଜେଡ଼ି ସଭାପତି କାଳନ୍ଦି ଦାଶ ପ୍ରମୁଖ ମଞ୍ଚାସୀନ ହୋଇ, ଆଗାମୀ କର୍ମଶାଳା କୁ ସରସ ସୁନ୍ଦର ଓ ସଫଳ କରିବାପାଇଁ ସମସ୍ତ ଙ୍କୁ ଆହ୍ବାନ ଦେଇଥିଲେ । ବିଶିଷ୍ଟ ଯୁବନେତା ଧ୍ୟାନରଞ୍ଜନ ନନ୍ଦ ମଞ୍ଚ ପରିଚାଳନା କରିଥିବା ବେଳେ ୨୧ ଟି ପଞ୍ଚାୟତ ର ଯୁବ ଓ ଛାତ୍ର ବିଜେଡ଼ି ର ସମସ୍ତ କର୍ମକର୍ତ୍ତା ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ରେ ଅଂଶ ଗ୍ରହଣ କରିଥିଲେ।

 

ଜଗତସିଂହପୁର ରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ସମର୍ଥ ନ୍ୟୁଜ ଓଡିଶା !

Related Articles

Back to top button