Orisha

ନର୍ଲା ପଞ୍ଚାୟତ ଡିଗ୍ରୀ କଲେଜ ରେ ଜିଲ୍ଲା ଛାତ୍ର କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ ଦାବିପତ୍ର ପ୍ରଦାନ

ନର୍ଲା:କଳାହାଣ୍ଡି ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଶ୍ରୀ ସୁଶାନ୍ତ କୁମାର ପ୍ରଧାନୀଙ୍କ ନେତୃତ୍ୱରେ “ଜୁଡେଗା ବିଦ୍ୟାର୍ଥୀ ଜିତେଗା ଇଣ୍ଡିଆ” ନାରା ଦେଇ ନର୍ଲା ପଞ୍ଚାୟତ ଡିଗ୍ରୀ କଲେଜରେ ଏକ ବିକ୍ଷୋଭ ପ୍ରଦର୍ଶନ କରିବା ସହ କଲେଜର ଅଧ୍ୟକ୍ଷଙ୍କୁ ଦାବିପତ୍ର ଦିଆଯାଇଥିଲା ।ଦାବି ଗୁଡିକ ହେଲା ଛାତ୍ର ସଂସଦ ନିର୍ବାଚନ, ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟ ରେ ଖାଲି ପଡିଥିବା ଅଧ୍ୟାପକ ପଦବୀ ପୂରଣ ଏବଂ ଅନ୍ୟାନ୍ୟ ଛାତ୍ର ସ୍ବାର୍ଥ ସମ୍ପର୍କିତ ସମସ୍ୟା ର ସମାଧାନ, ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟ ପରିସର ରେ ବିଜୁ ଛାତ୍ରଜନତା ଦଳ ର ଦୌରାମ୍ୟ ବନ୍ଧ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଦେବାଶିଷ କୁମାର,ନର୍ଲା ସଭାପତି ସୁମନ୍ତ ରଣା,ବ୍ଲକ ସଭାପତି ଭକ୍ତ ଦୁର୍ଗା,ନର୍ଲା ଯୁବ କଂଗ୍ରେସ ସଭାପତି ଦିପୁ ପାତ୍ର, ଯୁବନେତା ମନୋଜ କରୁଅଁ,ମାନସ ମହନନ୍ଦ, ସମୀର ମହାପାତ୍ର,ଶିବୁ ଦାଶ ପ୍ରମୁଖ ଉପସ୍ଥିତ ରହିଥିଲେ l ଭବାନୀପାଟଣା ରୁ ପ୍ରମୋଦ କୁମାର ସାହୁ ସମର୍ଥ ନିୟୁଜ

Related Articles

Back to top button