ମୌଳିକ ସୁବିଧାରୁ ବଞ୍ଚିତ ୫ ପ୍ରାଣୀ, କାହା ପାଇଁ ସରକାରଙ୍କ ସବୁ ଯୋଜନା


ବିନିକା, ୬/୯ (ସମର୍ଥ ନ୍ୟୁଜ୍)ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ କଇଁନ୍ତରା ପଞ୍ଚାୟତ ଅନ୍ତର୍ଗତ ଘଣ୍ଟୋପାଲି ଗ୍ରାମରେ ଆଜିକୁ ପ୍ରାୟ ୧୪ ବର୍ଷ ଉପରେ ହେବ ଭଗବାନ ଗିରି (୬୮) ଓ ତାଙ୍କ ପରିବାର ବସବାସ କରିଆସୁଛନ୍ତି। ଦିର୍ଘ୍ୟ ୧୪ ବର୍ଷ ପରେ ମଧ୍ୟ ମୌଳିକ ଅଧିକାରରୁ ବଞ୍ଚିତ ଥିବା କୌହ ଭରା କଥା କହନ୍ତି ଭଗବାନଙ୍କ ସ୍ତ୍ରୀ ଓ ପରିବାର ଲୋକେ। ଚାରିପାର୍ଶ୍ଵରେ କନା ଗାଡି ଉପରେ ଜରି ତଳେ ବିତୁଛି ଜୀବନ। ଧୂକା ବର୍ଷା ହେଲେ ଅନ୍ୟ ଘର ବାରଣ୍ଡାରେ ଜୀବନ ବିତାଇଥାନ୍ତି। ଭଗବାନ ଗିରିଙ୍କୁ ୬୮ ବର୍ଷ ଓ ତାଙ୍କ ସ୍ତ୍ରୀ ସୁବାସିନୀ ଗିରିଙ୍କୁ ୬୫ ବର୍ଷ ହେଉଥିଲେ ମଧ୍ୟ ଭତ୍ତା ଟଙ୍କା ମିଳୁନାହିଁ। ଭଗବାନ ଗିରି (୬୮), ସୁବାସିନୀ ଗିରି (୬୫), ଆସାରାମ ଗିରି (୨୬), ରଶ୍ମିତା ଗିରି(୨୨) ଓ ସାଇ ଗିରି (୨) ଏହି ପରିବାର ପାଇଁ ଆବାସ ଘର ଯୋଜନା ସାତ ସପନ ହୋଇଛି। ପଞ୍ଚାୟତ ପକ୍ଷରୁ ରାସନ କାର୍ଡ ଟିଏ ମଧ୍ୟ ମିଳିନାହିଁ ବୋଲି ଉକ୍ତ ପରିବାର ଓ ଗ୍ରାମବାସୀ କହିଛନ୍ତି। ଏନେଇ ସମର୍ଥ ନ୍ୟୁଜ, ସେଲେଡି ପ୍ରତିନିଧି ପରକ୍ଷିତ ବାଘଙ୍କୁ ସୂଚନା ମିଳିବା ପରେ ସମର୍ଥ ନ୍ୟୁଜ୍ ପ୍ରତିନିଧି ଶ୍ରୀବାଘ ଘଣ୍ଟୋପାଲି ଗ୍ରାମକୁ ଯାଇ ଉକ୍ତ ପରିବାରକୁ ଭେଟିଥିଲେ। ୪ ପ୍ରାଣୀ ସହିତ ୧ କୋମଳ ମତି ଶିଶୁ ସହିତ ସମସ୍ତେ ଏକତ୍ର ବସି ମୁଢି ଖାଉଥିବା ଦୃଶ୍ୟ ଦେଖି ପଚାରି ବୁଝିଥିଲେ କି ସେମାନଙ୍କ ପାଇଁ ସକାଳ ଜଳଖିଆ କି ବାସିଖାଦ୍ୟ ନ ଥିଲା। ବହୁତ କଷ୍ଟରେ ଜୀବନ କାଟୁଥିବା ପରିବାର ଲୋକେ କହିଛନ୍ତି। ଭତ୍ତା ଟଙ୍କା, ରାସନ କାର୍ଡ, ଭଳି ସରକାରଙ୍କ ଯାହାସବୁ ଯୋଜନା ଅଛି, ତାହା କାହା ପାଇଁ ବୋଲି କହିଛନ୍ତି। ଏନେଇ ଉଭୟ ପଞ୍ଚାୟତ ଓ ବ୍ଲକ କତୃପକ୍ଷଙ୍କୁ ଜଣେଇଥିଲେ ମଧ୍ୟ ଆଜିଯାଏ କୌଣସି ସୁବିଧା ମଳିନାହିଁ ବୋଲି କହିଛନ୍ତି। ଦରଜି ମେସିନ ଚଲେଇ କନ୍ଥା ସିଲେଇ ବିକ୍ରି କଲେ ପେଟକୁ ଦାନା ମିଳିଥାଏ। ଏବଂ ଯେଉଁ ଦିନ କନ୍ଥା ବିକ୍ରି ହୁଏନାହିଁ, ସେହି ଦିନ ଭୋକ ଉପାସରେ ଦୀନ କଟିଥାଏ। ଭୋଟ ସମୟରେ ନେତାମାନେ ଭୋଟ ପାଇଁ କେବଳ ପ୍ରତିଶ୍ରୁତି ଦିଅନ୍ତି। ଭୋଟ ସରିଗଲା ପରେ ଯେଉଁ ଦୁଃଖକୁ ସେହି ଦୁଃଖ ହୁଏ ବୋଲି କହିଛନ୍ତି। ତେଣୁ ଜିଲ୍ଲାପାଳ ଏଦିଗରେ ଦୃଷ୍ଟି ଦେଇ ଉକ୍ତ ପରିବାରକୁ ମୌଳିକ ସୁବିଧା ସୁଯୋଗ ଦେବାକୁ ପରିବାର ସମେତ ଗ୍ରାମବାସୀ ଅନୁରୋଧ କରିଛନ୍ତି।
ବିନିକା ରୁ ପରୀକ୍ଷିତ ବାଘ ଙ୍କ ରିପୋର୍ଟ ସମର୍ଥ ନୀୟୁଜ୍




