ବାଉଁଶୁଣି ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଜନ୍ମାଷ୍ଟମୀ ଉତ୍ସବ ପାଳିତ।


ବୌଦ୍ଧ -୬-୯ (ସମର୍ଥ ନ୍ୟୁଜ) ବୌଦ୍ଧ ଜିଲ୍ଲା ସଦର ବ୍ଲକ ବାଉଁଶୁଣି ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ ଜନ୍ମାଷ୍ଟମୀ ଉତ୍ସବ ପାଳିତ ହୋଇଯାଇଛି। ପରିଷଦର ସଭାପତି ହୃଦୟ ରଞ୍ଜନ ଖମାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ଶିକ୍ଷାବିତ ଚିତ୍ତରଞ୍ଜନ ମେହେର ମୁଖ୍ୟ ଅତିଥି ଏବଂ ବୌଦ୍ଧ ସଙ୍କୁଳ ପ୍ରମୁଖ ଦଶରଥ ମେହେର,ଉପସଭାପତି ସଦାନନ୍ଦ ମିଶ୍ର, ଯୁଗ୍ମ ସମ୍ପାଦକ ସୁଧାଂଶୁ ମହାକୁଳ, ପୂର୍ବ ସମ୍ପାଦକ ହରିହର ମେହେର, ପରିଷଦ ସଦସ୍ୟା ଜୟନ୍ତୀ ମେହେର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଜନ୍ମାଷ୍ଟମୀ ଉତ୍ସବ ପାଳନର ମହତ୍ତ୍ୱ ଉପରେ ବକ୍ତବ୍ୟ ରଖିଥିଲେ। ପ୍ରଧାନ ଆଚାର୍ଯ୍ୟ ଦଧିବାମନ ରଣା ଅତିଥି ପରିଚୟ ଓ ସମ୍ପାଦକ ସୁନୀଲ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ। ସଭା ପରେ ବିଦ୍ୟାମନ୍ଦିରର କୁନି କୁନି ଛାତ୍ରଛାତ୍ରୀ ମାନେ ଶ୍ରୀକୃଷ୍ଣ, ରାଧା, ସୁଦାମାଙ୍କ ବେଶ ଧାରଣ କରି ନଗର ପରିକ୍ରମା କରିଥିଲେ। ଅଭିଭାବକ ନବଘନ ମେହେର ଜନ୍ମାଷ୍ଟମୀ ଉତ୍ସବ ପାଇଁ ଅନ୍ନପ୍ରସାଦର ବ୍ୟବସ୍ଥା କରିଥିଲେ। ଏଥିରେ ସମସ୍ତ ଆଚାର୍ଯ୍ୟ/ଆଚାର୍ଯ୍ୟା ଓ କର୍ମଚାରୀ ସହଯୋଗ କରିଥିଲେ।
ବୌଦ୍ଧରୁ ଉମାକାନ୍ତ ମହାକୁଳଙ୍କ ରିପୋର୍ଟ ସମର୍ଥ ନ୍ୟୁଜ।




