Orisha

ଘରେ ଘରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ, ପାରମ୍ପରିକ ଉତ୍ସବରେ ଆନନ୍ଦମୁଖର ଗାଆଁ

ତିର୍ତ୍ତୋଲ :- ମନ୍ଦିରମାଳିନୀ ଓଡ଼ିଶାର ଘରେ ଘରେ ଆନନ୍ଦ ଉତ୍ସାହ ରେ ପାଳିତ ହେଉଛି ଶ୍ରୀକୃଷ୍ଣଙ୍କ ଜନ୍ମ ଜୟନ୍ତୀ !କିଏ ଡାକେ କଳାକାହ୍ନୁ, କିଏବା କହ୍ନେଇଁ, କାହା ମନ ମନ୍ଦିରରେ ସିଏ ଗୋବିନ୍ଦ ଗୋସାଇଁ !

କିଏ ଭାବରେ ଡାକଇ ଲବଣି ଚୋର ତ କାହାପାଇଁ ସିଏ ମୁରଲୀଧର ! ଗୋପ ଗୋପାଳୁଣୀ ପାଖେ କଦମ୍ବ ମୂଳିଆ, ରାଧା ପାଶେ ବଂଶୀଧାରୀ ଯମୁନା କୁଳିଆ ! ଯଶୋଦା ନୟନ ତାରା , ନନ୍ଦପାଖେ କାହ୍ନା, ଯାହା ଲାଗି ନିତି ବହେ ଉଜାଣି ଯମୁନା ! ସେଇ ନଟଖଟିଆ ମୟୂରଚୁଳିଆ ବନମାଳୀଆ କଳାକାଇଁଚ ଶ୍ରୀକୃଷ୍ଣଙ୍କର ଜନ୍ମୋତ୍ସବ ରେ ଧରା ଆଜି ଆନନ୍ଦ ମୁଖର ! ଗ୍ରାମରୁ ସହର ସବୁ ସ୍ଥାନରେ ମହିଳା ମାନେ ଉପବାସ ରହି ଓଷା ବ୍ରତ ପାଳନ କରି ମନେଇ ଥାନ୍ତି ଉତ୍ସବ ! ନାନା ରକମର ଫଳ ସାଙ୍ଗକୁ ପିଠା ମିଠା ଆଉ ଉଖୁଡା ଆଦି ଭୋଗ ନୈବେଦ୍ୟ ଉପହାର ଦେଇ ପୂଜନ କରିଥାନ୍ତି ଶ୍ରୀକୃଷ୍ଣଙ୍କୁ ! ରାତି ବାରଟା ଯାଏ ଚାଲେ ପୂଜା ! ପୌରାଣିକ ମତ ଅନୁସାରେ ଏହି ଦିନ ଚାରିମେଘ ଏକାଠି ହୁଅନ୍ତି ! ମୁଷଳ ଧାରାରେ ବର୍ଷା ହୁଏ ! ଘନଘନ ବିଜୁଳି ସାଙ୍ଗକୁ ଘଡଘଡିର ଘର୍ଘରନାଦ ପ୍ରକମ୍ପିତ କରେ ଧରାପୃଷ୍ଠ ! ନଦୀ ମାନଙ୍କରେ କୂଳ ଲଂଘନ କରେ ଜଳରାଶି ! ତାପରେ ଜନ୍ମାଷ୍ଟମୀ ର ତାତ୍ପର୍ଯ୍ୟ ସମ୍ପୂର୍ଣ୍ଣ ହୁଏ ! କିନ୍ତୁ ବର୍ତ୍ତମାନ ସମୟରେ ଯେତେବେଳେ ଋତୁ ବଦଳେଇ ଦେଇଛି ତାର ଗତିପଥକୁ ! ଚାରିମେଘ ଏକାଠି ହେବେ କିପରି ?ନଦୀରେ ପାଣି ଆସିବ କୁଆଡୁ ? କିମ୍ବା ବିଜୁଳି ଘଡଘଡି ସମ୍ଭବ ହେବ କୋଉଠୁ ???

ସମୟ ବଦଳେଇ ଦେଇଛି ସବୁକିଛି କିନ୍ତୁ ବଦଳେଇ ପାରିନି ଘରେ ଘରେ ଜନ୍ମାଷ୍ଟମୀକୁ ! ଜଗତସିଂହପୁର ରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ସମର୍ଥ ନ୍ୟୁଜ ଓଡିଶା !

Related Articles

Back to top button