Orisha

ଛତିଆ ପ୍ରେସ କ୍ଳବ୍ ର ଉପ-ସଭାପତି ଙ୍କ ମାତୃ ବିୟୋଗ ।

ବଡ଼ଚଣା , ୫।୯(ନି;ପ୍ର): ବଡ଼ଚଣା ବ୍ଳକ୍ ଅନ୍ତର୍ଗତ ଛତିଆ ଅଞ୍ଚଳର ପ୍ରମେୟ ପ୍ରତିନିଧ୍, ତଥା ଛତିଆ ପ୍ରେସ କ୍ଳବ୍ ର ଉପ-ସଭାପତି କାର୍ତିକ ଚନ୍ଦ୍ର ରାଉତ ଙ୍କ ମାଆ ପ୍ରମିଳା ଦେବୀଙ୍କର ଗତ କାଲି ଅପରାହ୍ନ ପ୍ରାୟ ୫ଟା ସମୟରେ ଇହ ଲୀଳା ସମ୍ବରଣ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ହୋଇଥିଲା। ସ୍ଵର୍ଗୀୟା ପ୍ରମିଳା ଦେବୀ ଦୀର୍ଘଦିନ ହେବ କର୍କଟ ରୋଗରେ ପୀଡ଼ିତ ଥିଲେ । ସେ ଜଣେ ସ୍ନେହୀ, ପରୋପକାରୀ, ଧର୍ମପ୍ରାଣା ମହିଳା ଥିଲେ । ତାଙ୍କ ପରଲୋକରେ ଶୋକର ଛାୟା ଖେଳିଯାଇଛି । ଶେଷ ନିଃଶ୍ୱାସ ସମୟରେ ପରିବାର ଓ ବନ୍ଧୁପରିଜନ ଉପସ୍ଥିତ ଥିଲେ । ଖବରପାଇ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ସୋଲର ସ୍ଥିତ ବାସଭବନରେ ପହଞ୍ଚି ଶେଷଦର୍ଶନ କରିବା ସହିତ ଶୋକସନ୍ତପ୍ତ ପରିବାର ବର୍ଗ ଙ୍କୁ ଏହି କଠିନ ସମୟରେ ଈଶ୍ୱର ଧର୍ଯ୍ୟ ଦିଅନ୍ତୁ ବୋଲି ସମବେଦନା ଜଣାଇଥିଲେ। ଶୋକାକୁଳ ପରିବେଶରେ ଗାଁ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଥିବା ବେଳେ ଏକମାତ୍ର ପୁଅ କାର୍ତ୍ତିକ ରାଉତ ମୁଖାଗ୍ନି ପ୍ରଦାନ କରି ଥିଲେ।

Related Articles

Back to top button