Orisha

ଦାଣ୍ଡରେ ପଡିଲା ବିଶନପୁର ପଞ୍ଚାୟତର ଆଉ ଏକ ଦୁର୍ନୀତି


ତିର୍ତ୍ତୋଲ :- ଗୋଟିଏ ପରେ ଗୋଟିଏ ଦୁର୍ନୀତିର ପେଡି ଖୋଲୁଛି ଆର.ଟି.ଆଇ ରିପୋର୍ଟ ! ଚର୍ଚ୍ଚା ହେଉଛି, ଯେବେ ଗୋଟିଏ ପଞ୍ଚାୟତରେ ଏତେ ଦୁର୍ନୀତି ତେବେ ବ୍ଲକର ତମାମ ପଞ୍ଚାୟତରେ କେମିତି ଚାଲିଛି ବିକାଶ ଧାରା ? ଖବର ଅନୁସାରେ ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବ୍ଲକ ଅଧୀନ ବିଶନପୁର ପଞ୍ଚାୟତରେ ପଦାରେ ପଡିଯାଉଛି ଦୁର୍ନୀତି ପରେ ଦୁର୍ନୀତି ! ଶେଷରେ ଜଗନ୍ନାଥ ଙ୍କ ନାମରେ ହରିଲୁଟ ! କାର୍ଯ୍ୟାଦେଶର ନାମ ନିରପୋଇ ଜଗନ୍ନାଥ ମନ୍ଦିର ଚତୁର୍ପାର୍ଶ୍ୱରେ ମାଟି ପୋତେଇ ! ଏଥିପାଇଁ ବିଲ ହେଇଛି ଦୁଇ ଲକ୍ଷ ବତିଶ ହଜାର ତେଇଶି(2,32,023) ଟଙ୍କା ! କ୍ୟାମେରା ସାମ୍ନାକୁ ଆସିବାକୁ ଭୟକରି, କିଛି ଗ୍ରାମ ଲୋକଙ୍କ କହିବା ଅନୁସାରେ ମାଟି ପୋତେଇ ପାଇଁ ପଡିଛି ମାତ୍ର ଛଅ ଟ୍ରାକ୍ଟର ମାଟି ! ବିଲ ହୋଇଥିବା ଅର୍ଥ ଗଲା କାହା ପକେଟକୁ ବୋଲି ଚର୍ଚ୍ଚା ଜୋର ଧରିଛି ! ଏହି କାର୍ଯ୍ୟାଦେଶ ଉପରେ ଉଚ୍ଚକର୍ତ୍ତ୍ତୃପକ୍ଷ ତଦନ୍ତ ପୂର୍ବକ ଅର୍ଥ ହାଡପକାରୀ ଦଲାଲଙ୍କୁ ଆଇନ ଅନୁସାରେ ଦଣ୍ଡିତ କରାଯିବାକୁ ବିଶନପୁର ବିକାଶମଞ୍ଚ ତରଫରୁ ସେକ ମେହେବୁବ ଅଲ୍ଲୀ, ଆୟୁବ ଅଲ୍ଲୀ, ସେକ ହବିବ ନୁର, ସେକ ହାଇଦର ଅଲ୍ଲୀ, ସାମସର ଖାନ,ସେକ ସାଜନ, ଲିୟାକତ ଅଲ୍ଲୀ ଖାନ, ପ୍ରମୁଖ ଦାବୀ କରିଛନ୍ତି !

ତିର୍ତ୍ତୋଲରୁ ସନାୱାର ଅଲ୍ଲୀଙ୍କ ରିପୋର୍ଟ ସମର୍ଥ ନ୍ୟୁଜ ଓଡିଶା !

Related Articles

Back to top button