Orisha

ବାଇକ ଦୁର୍ଘଟଣା ଗ୍ରସ୍ତ ଦୁଇ ଗୁରୁତର।

ଉମରକୋଟ -୦୫-୦୯-୨୩-(ଆପ୍ର)- ବାଇକ ଦୁର୍ଘଟଣା ଘଟି ଦୁଇ ଜଣ ଗୁରୁତର ହୋଇଛନ୍ତି। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ଠାରୁ ରାଇଘର ଯିବା ରାସ୍ତା ୫ ନଂ ଛକ ନିକଟରେ। ଗୁରୁତର ଦୁଇ ବାଇକ୍ ଆରୋହୀ ହେଲେ ଝରିଗାଁ ବ୍ଲକ ରତାଖଣ୍ଡି ଗୁଡା ପଞ୍ଚାୟତର ଭଇଁଶି ବନ୍ଦା ଗ୍ରାମର ଫୁରସତି ସାନ୍ତା (୪୫) ଓ ଲଳିତ ସାନ୍ତା (୩୮)। ମିଳିଥିବା ସୂଚନା ଅନୁଯାୟୀ ଫୁରସତି, ଲଳିତ ଓ କାଠି ସାନ୍ତା (୫୮) ଏହି ତିନି ଜଣ ଗୋଟିଏ ବାଇକ୍ ଉମରକୋଟ ବ୍ଲକ ବୁର୍ଜା ପଞ୍ଚାୟତର କରଲା ଡଙ୍ଗରି ଗ୍ରାମକୁ ଯାଇ ଏକ ଦଶା କାମରେ ଯୋଗ ଦେଇ ନିଜ ଗ୍ରାମ ଭଇଁଶି ବନ୍ଦା କୁ ଫେରୁଥିଲେ। ଏହି ସମୟରେ ୫ ନଂ ଛକ ନିକଟରେ ସାମନା ପଟୁ ଆସୁଥିବା ଟ୍ରକ ସହିତ ଧକ୍କା ହୋଇଥିଲା। ଫଳରେ ତିନି ଜଣ ଯାକ ରାସ୍ତାରେ ଛିଟିକି ପଡ଼ିଥିଲେ। ଗୁରୁତର ଅବସ୍ଥାରେ ଫୁରସତି ପରିବାର ଲୋକଙ୍କୁ ଫୋନ ଯୋଗେ ଘଟଣା ସମ୍ପର୍କରେ କହିଥିଲେ। ପରିବାର ଲୋକେ ଘଟଣାସ୍ଥଳରେ ପହଂଚି ତିନି ଜଣଙ୍କୁ ଉଦ୍ଧାର କରି ଅଟୋ ଯୋଗେ ଉମରକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ଆଣିଥିଲେ। ଫୁରସତି ଓ ଲଳିତ ଙ୍କ ବାମ ଗୋଡ ଭାଙ୍ଗିଯାଇଛି। କାଠି ଙ୍କୁ ମୁଣ୍ଡ ଓ ଡାହାଣ ଗୋଡ଼ରେ ଆଘାତ ଲାଗିଛି। ପ୍ରାଥମିକ ଚିକିତ୍ସା ପରେ ଫୁରସତି ଓ ଲଳିତ ଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତର କରାଯାଇଥିଲା।

ନବରଙ୍ଗପୁର ରୁ ଜିତେନ୍ଦ୍ର ମହାନ୍ତି ଙ୍କ ରିପୋର୍ଟ ସମର୍ଥ ନୀୟୁଜ୍

Related Articles

Back to top button