Orisha

ଶାରଦା ଏକାଡେମୀରେ ବ୍ଲକସ୍ତରୀୟ ପ୍ରଯୁକ୍ତି ବିଦ୍ୟା ପ୍ରଶିକ୍ଷଣ ଶିବିର

ତିର୍ତ୍ତୋଲ :- ବର୍ତ୍ତମାନ ସମୟରେ ବିଦ୍ୟା ଅଟଇ ମହା ଧନ !ବିଦ୍ୟାର ବିକାଶ ରେ ଜ୍ଞାନର ବିକାଶ ! ସେଥିପାଇଁ ଉନ୍ନତ କୌଶଳଭିତ୍ତିକ ବିଦ୍ୟା ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷା ଦେଇ ବିଦ୍ୟାର୍ଥୀଙ୍କ ଜୀବନକୁ ପରିପୃଷ୍ଟ କରା ଯିବାକୁ ବ୍ଲକ ସ୍ତରୀୟ ପ୍ରଯୁକ୍ତିବିଦ୍ୟାର ତିନିଦିନିଆ ପ୍ରଶିକ୍ଷଣ ଶିବିର ସାରଦା ଏକାଡେମୀ,କନକପୁର ଠାରେ ଅନୁଷ୍ଠିତ ହୋଇଅଛି ! ଉକ୍ତ ଶିବିରକୁ ଉଦଘାଟନ କରିଥିଲେ – ତିର୍ତ୍ତୋଲ ବ୍ଲକ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ସମରେନ୍ଦ୍ର ସାହୁ, ଓ ବିଦ୍ୟାଳୟ ର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସରୋଜ କୁମାର ମହାନ୍ତି !ଏହି ପ୍ରଶିକ୍ଷଣ ଶିବିର ରେ ବ୍ଲକ ର 35 ଟା ହାଇସ୍କୁଲ ରୁ 35 ଜଣ ଗଣିତ ଶିକ୍ଷକ ଯୋଗ ଦେଇଥିଲେ ଯେଉଁ ଥିରେ ନବମ ଦଶମ ପାଠ୍ୟ ଖସଡ଼ା ରେ ମିଶିବାକୁ ଥିବା ଆସପିରେସନାଲ କମ୍ପୋନେଣ୍ଟ ବିଷୟରେ ପ୍ରଶିକ୍ଷଣ ଦେଇଥିଲେ କନକପୁର ର ଗଣିତ ଶିକ୍ଷୟତ୍ରୀ ଶ୍ରୀମତୀ ଅନିନ୍ଦିତା ମିଶ୍ର ଏବଂ ତାଙ୍କୁ ସହଯୋଗ କରିଥିଲେ କୁଜଙ୍ଗ ବ୍ଲକ ର ବୋରିକି ବିଦ୍ୟାଳୟ ର ଶରତ ଚନ୍ଦ୍ର ବେହେରା ଓ ଗୋପାଳ ସାର !ଏହି ଶିବିର ରେ ପ୍ରଶିକ୍ଷକ କିପରି ଛାତ୍ର ଛାତ୍ରୀ ମାନଙ୍କୁ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ସହ ଯୋଡି ଦେଇ ଭବିଷ୍ୟତ ରେ ଏଥିରେ ନିଜର କ୍ୟାରିଅର କରି ପାରିବେ ତାହା ଶିଖେଇ ଥିଲେ.ଏଥିରେ ଶିକ୍ଷକ ମାନଙ୍କୁ ଡିଜିଟାଲ ଲିଟରସି,ଡାଟା ଏବଂ ଡାଟା ଅନାଲିସିସ, ପ୍ରୋଗ୍ରାମୀଙ୍ଗ ଭାଷା ବିଷୟରେ ଟ୍ରେନିଂଦିଆ ଯାଇଥିଲା.! ପ୍ରଶିକ୍ଷଣର ଶେଷ ଦିବସରେ ସମସ୍ତ ଶିକ୍ଷକ ଅନେକ କଥା ଜାଣିପାରି ଥିବାରୁ ପ୍ରଶିକ୍ଷିକା ମହୋଦୟା ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ !

ଜଗତସିଂହପୁର ରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ସମର୍ଥ ନ୍ୟୁଜ ଓଡିଶା

Related Articles

Back to top button