Orisha

ଅଲ ଓଡିଶା ନର୍ସିଂ ଏମ୍ପଲଇଜ ଆସୋସିଏସନର ପ୍ରେସ ମିଟ.

ଭୁବନେଶ୍ୱର, ଆଜି ସ୍ଥାନୀୟ ଇୟୁନିଟ 2ରେ ଥିବା କର୍ମଚାରୀ ଭବନରେ ରାଜ୍ୟ ନର୍ସିଙ୍ଗ କର୍ମଚାରୀ ସଙ୍ଘ ତରଫରୁ ସେମାନଙ୍କ ଦାବି ପୂରଣ ପାଇଁ ସରକାର ଟାଳଟୁଳ ନୀତି ଅବଲମ୍ବନ କରୁଥିବାରୁ ଆଗାମୀ ପଦକ୍ଷେପ ସମ୍ପର୍କରେ ସୂଚନା ଦେବା ପରିପେକ୍ଷୀରେ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଥିଲା.କ୍ୟାଡର ପୁନର୍ଗଠନ ପାଇଁ ଓ କଣ୍ଟ୍ରାକଚୁଆଲ ପଦବି ଉଛେଦ କରି ରେଗୁଲାର କରିବା ପାଇଁ, ସିନିଅର ମାନଙ୍କ ସିନିଅରିଟି ସୁରକ୍ଷା ଦେବା ପାଇଁ ଏବଂ ଅନ୍ୟାନ୍ୟ ଦାବି ଗୁଡିକ ସମ୍ବନ୍ଧରେ ଆମେ ସରକାରଙ୍କ ସହ ଛଅ ମାସ ହେଲା ବାରମ୍ବାର ଆଲୋଚନା କରିଆସୁଥିଲେ ମଧ୍ୟ ଏବଂ ସରକାରଙ୍କ ଠାରୁ ଦାବି ପୂରଣ ପାଇଁ ପ୍ରତିଶୃତି ପାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସରକାର କିଛି ପଦକ୍ଷେପ ନେଇ ନ ଥିବାରୁଆଜି ପ୍ରେସ ମିଟ ଡାକିଛୁ ବୋଲି କହିଛନ୍ତି ସଙ୍ଘର ରାଜ୍ୟ ସଭାପତି ଶୁଚିସ୍ମିତା ଦାସ. ଆସନ୍ତା 7ତାରିଖରୁ 11ତାରିଖ ପର୍ଯ୍ୟନ୍ତ କଳା ବ୍ୟାଚ ପିନ୍ଧିବୁ ଓ 17ତାରିଖରେ ଶାନ୍ତି ପୂର୍ଣ୍ଣ ଭାବେ ରୋଗୀ ସେବା ବ୍ୟାହତ ନ କରି ଧାରଣା ଦେବା ସହ ଯଦି ସରକାର କିଛି ନ ବୁଝନ୍ତି ତେବେ ପରେ ପରେ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିବୁ ବୋଲି କହିଛନ୍ତି ସଭାପତି ଶ୍ରୀମତୀ ଦାସ. ସେହିଭଳି ସରକାର ଆମ କ୍ୟାଡରରୁ ମାତ୍ର 2%ପ୍ରମୋସନ ପୋଷ୍ଟ ରଖିଛନ୍ତି ଆମେ ତାକୁ 30ରୁ 40ପରସେଣ୍ଟ ପ୍ରମୋସନ ପୋଷ୍ଟ କରିବାକୁ ଦାବି ରଖିଛୁ, ସରକାର କଣ୍ଟ୍ରାକଚୁଆଲ ପଦବୀ ଉଛେଦ କରିଛନ୍ତି ବୋଲି ଘୋଷଣା କଲେ ହେଲେ ଆମ ଭଳି ଜରୁରୀ ସେବାରେ ଥିବା 1200ରୁ ଅଧିକ ନର୍ସିଙ୍ଗ ଅଫିସର କଣ୍ଟ୍ରାକଚୁଆଲ ପଦବୀରେ ଅଛନ୍ତି ସେମାନଙ୍କୁ ରେଗୁଲାର କରାଯିବା ପାଇଁ ଓ ଆଉ କେତୋଟି ଦାବି ପାଇଁ ସରକାରଙ୍କୁ ବାରମ୍ବାର ଜଣାଇ ଥିଲେ ମଧ୍ୟ ସରକାର ଆମ ପ୍ରତି ବୈମାତୃକ ମନଭାବ ପୋଷଣ କରିଥିବାରୁ ଆମେ ଆନ୍ଦୋଳନକୁ ଓହ୍ଲାଇବାକୁ ବାଧ୍ୟ ହେଉଛୁ ବୋଲି କହିଛନ୍ତି ଆସୋସିଏସନର ସମ୍ପାଦକ ଅଶ୍ୱିନୀ କୁମାର ଦାସ.

ଭୁବନେଶ୍ୱର ରୁ ଦେବ ପ୍ରସାଦ ମହାନ୍ତି. ଙ୍କ ରିପୋର୍ଟ ସମର୍ଥ ନିଉଜ୍

Related Articles

Back to top button