Politics

ରାଜ୍ୟ ସରକାର ଙ୍କ ଅପାରଗ ବିରୁଦ୍ଧରେ ବର୍ଷିଲେ ବିଜେପି ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ଭୁବନ ମୋହନ ଯେନା l

ଆଜି କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ବ୍ଲକ ବଉଳକଣୀ ପଞ୍ଚାୟତ କାଂଶପାଳ ବହୁମୁଖୀ ଆଶ୍ରୟ ସ୍ଥଳୀ କୁ  ଭାଜପା କର୍ମୀ ମାନେ ରାଲିରେ ଆସି ସଂଯୁକ୍ତ ମୋର୍ଚ୍ଚା ସମ୍ମିଳନୀ ରେ ଯୋଗ ଦେଇଥିଲେ l  ବିଜେପି ସାଧାରଣ ସମ୍ପାଦକ ପବିତ୍ର ପରିଡା ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଜେପି ବରିଷ୍ଠ ନେତା କାର୍ଯ୍ୟ କାରିଣୀ ସଦସ୍ୟ ଭୁବନ ମୋହନ ଯେନା, ବିଜେପି କୃଷକ ମୋର୍ଚ୍ଚାର ରାଜ୍ୟ ଉପସଭାପତି ପୂର୍ବତନ ଦୁର୍ଯ୍ୟୋଧନ ସାହୁ, ଜିଲ୍ଲା ସଭାପତି ରଞ୍ଜିତ ଆଚାର୍ଯ୍ୟ, ଅନୁସୂଚିତ ଜାତି ମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ମାଧବ ମଲ୍ଲିକ, ଜିଲ୍ଲା ଉପସଭାପତି ଅର୍ଜୁନ ମଲ୍ଲିକ, ଯୁବ ନେତା ପ୍ରଶନ୍ନ ପରିଡା ଙ୍କ ସହ ଅନ୍ୟାନ୍ୟ ନେତୃ ବୃନ୍ଦ ଯୋଗ ଦେଇଥିଲେ l

ରାଲି ଓ ଆୟୋଜିତ ସଭାରେ ରାଜ୍ୟ ସରକାର ଙ୍କ ଅପାରଗତା ନେଇ ନାରାବାଜି ଦେଇଥିଲେ l ବରିଷ୍ଠ ନେତା ଭୁବନ ମୋହନ ଜେନା ସରକାର ଙ୍କ କାର୍ଯ୍ୟ ଉପରେ ବର୍ଷି କହିଥିଲେ କେନ୍ଦ୍ରୀୟ ଯୋଜନା କାର୍ଯ୍ୟ କାରି କରିବାରେ ରାଜ୍ୟ ସରକାର ଦଳୀୟ ପ୍ରୀତି ହେତୁ ପ୍ରଧାନ ମନ୍ତ୍ରୀଙ୍କ ଗରିବ କଲ୍ୟାଣ ଯୋଜନାରୁ ଅନେକ ଗରିବ ପରିବାର ବାଦ ପଡୁଛନ୍ତି l ପର୍ଯ୍ୟାପ୍ତ ସହଯୋଗ ପରେ ବି ସୁଧୁରିନାହିଁ ଖଟିଖିଆଙ୍କ ଅବସ୍ଥା l ଯାହାର ଅଛି ଥିଲା ଵାଲା ଛାତ ଉପରେ ଛାତ କରୁଥିବା ବେଳେ,  ଏବେବି ବିନା ଛାତରେ ଅନେକ  ଲୋକ ନିଷ୍ପେସିତ ପରିବାର l ସଚିବ ଙ୍କ ଆଗମନ ନେଇ ତପ୍ତରତା ଦେଖାଉଥିବା ରାଜ୍ୟରେ ଗାଦିସୀନ ବିଜେଡି  ଦଳ ର   ଜନ ପ୍ରତନିଧି  ମାନଙ୍କ ର ଆଉ ନୈତିକ ଅଧିକାର ନାହିଁ ଗାଦିମାଡ଼ିବସିବାକୁ l  ସରକାରୀ ଚାକିରିଆଙ୍କ ଙ୍କ ସେବାରେ ନିୟୋଜିତ ଜନ ପ୍ରତିନିଧି ପଦ ରୁ ଇସ୍ତଫା ଦେବାର ଅଛି l  ଜନ ପ୍ରତିନିଧି ପରିବର୍ତ୍ତେ  ସରକାରୀ ଅଧିକାରୀ    ରାଜ୍ୟ ଶାସନ କଳ  ପରିଚାଳିତ କରୁଥିବାରୁ ସାମ୍ବିଧାନିକ ସଙ୍କଟ ପରିସ୍ଥିତି ସୃଷ୍ଟି ହେଲା ଭଳି ଅନୁମେୟ ହେଉଛି l

କେନ୍ଦ୍ରାପଡା ରୁ ଚନ୍ଦ୍ରକାନ୍ତ ପରିଡା ଙ୍କ ରିପୋର୍ଟ ସମର୍ଥ news

Related Articles

Back to top button