ଢେଙ୍କାନାଳ ଜିଲ୍ଲା ବିଜେପି କାଯ୍ୟଳୟରେ ସଦସ୍ୟତା ଅଭିଯାନ କର୍ମଶାଳା ଅନୁଷ୍ଠିତ

ରିପୋର୍ଟ -ଦୀପ ନାରାୟଣ ଷଡ଼ଙ୍ଗୀ ସମର୍ଥ ନ୍ୟୁଜ ଢେଙ୍କାନାଳ
-ଢେଙ୍କାନାଳ ଜିଲ୍ଲା ବିଜେପି କାର୍ଯାଳୟରେ ସଦସ୍ୟତା ଅଭିଯାନ କର୍ମଶାଳା ଅନୁଷ୍ଠିତ ହୋଇଛି।ଜିଲ୍ଲାର ସମସ୍ତ ବରିଷ୍ଠ କର୍ମକର୍ତ୍ତା ଙ୍କୁ ନେଇ ଏହି ସଦସ୍ୟତା ଅଭିଯାନ କିଭଳି ବ୍ୟାପକ ହେବ ସେଥିପାଇଁ ଲକ୍ଷ୍ୟ କରାଯାଇଛି।ତା ସହିତ ସଂଗଠନକୁ ମଧ୍ୟ ଆହୁରି ମଜବୁତ କରିବା ପାଇଁ ଏହି ଅଭିଯାନ ମାଧ୍ୟମରେ ଲକ୍ଷ୍ୟ ରଖିଛି ଭାରତୀୟ ଜନତା ପାର୍ଟି ବୋଲି କହିଛନ୍ତି ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର।ବୁଥ ସ୍ତରରୁ ନିର୍ବାଚନ ମଣଳୀ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ କରାଯିବ।ଆସନ୍ତା ସେପ୍ଟେମ୍ବର ମାସ ୧ ତାରିଖରେ ପ୍ରଥମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସଦସ୍ୟତା ଗ୍ରହଣ କରିବା ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ରାଜ୍ୟ ସଭାପତି ଏହି ସଦସ୍ୟତା ଗ୍ରହଣ କରିବେ।ପରେ ଜିଲ୍ଲା ସ୍ତରରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହେବ।ଏହି କର୍ମଶାଳାରେ ଜିଲ୍ଲାର ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକ , କାମାକ୍ଷାନଗର ବିଧାୟକ ଶତ୍ରୁଘନ ଜେନା , ପରଜଙ୍ଗ ବିଧାୟକ ବିଭୁତି ଭୂଷଣ ପ୍ରଧାନ ଓ ଢେଙ୍କାନାଳ ବିଧାୟକ ତଥା ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ପ୍ରମୁଖ ଯୋଗ ଦେଇଥିଲେ।ତା ସହିତ ରାଜ୍ୟ ଉପ ସଭାପତି ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ଓ ଅନ୍ୟ ନେତୃତ୍ୱ ମଧ୍ୟ ଏହି କର୍ମଶାଳାରେ ଯୋଗ ଦେଇଥିଲେ।