Politics

ଢେଙ୍କାନାଳରେ ବିଜେପିର ମହା ମିଶ୍ରଣ ପର୍ବ

ରିପୋର୍ଟ-ଦୀପ୍ ନାରାୟଣ ଷଡଂଗୀ ସମର୍ଥ ନ‍୍ୟୁଜ୍ ଢେଂକାନାଳ
ଢେଙ୍କାନାଳ ସଦର ନିର୍ବାଚନ ମଣ୍ଡଳୀରେ ବିଜେପିର ମହା ମିଶ୍ରଣ ପର୍ବ। ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ସାଂସଦ ରୁଦ୍ର ପାଣି ଓ କାମାକ୍ଷାନଗର ବିଧାୟକ ଶତୃଘ୍ନ ଜେନା ଓ ପରଜଙ୍ଗ ବିଧାୟକ ବିଭୁତି ଭୂଷଣ ପ୍ରଧାନଙ୍କ ଉପସ୍ଥିତିରେ ଏହି ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି।ମିଶ୍ରଣ ପର୍ବରେ ବିଜେଡି ଛାଡି ବିଜେପିରେ ମିଶିଲେ ପୂର୍ବତନ ସଦର ବ୍ଲକ ସଭାପତି ବିଭୂପ୍ରସାଦ ଦେହୁରୀ।ତାଙ୍କ ସହିତ ସଦର ବ୍ଲକର ବେଲଟିକିରି, କାଇମାଟି, ନାଗିଆପଶି, ଶୁଆଖାଇ କାଟେଣି, ତାଳବୟକୋଟ, ଗୋବିନ୍ଦପୁର, ଶଙ୍କରପୁର ସମେତ ୧୫ଟି ପଞ୍ଚାୟତ ର ପାଞ୍ଚ ଶହ ରୁ ଅଧିକା ବିଜେଡି ଓ କଂଗ୍ରେସ କର୍ମି ଦଳ ଛାଡି ବିଜେପିରେ ମିଶିଛନ୍ତି।ସେହିଭଳି ସଦର ନିର୍ବାଚନ ମଣ୍ଡଳୀର ଗଂଦିଆ ବ୍ଲକର ବେଗା, ଲେଥକା, ଗଂଦିଆ, ମଠ ତେନ୍ତୁଳିଆ, ରତନପୁର, କରମୁଳ, କାଲୁରିଆ ଭଳି ୧୦ ଟି ପଞ୍ଚାୟତର ଶତାଧିକ କର୍ମୀ ଆଜି ବିଧିବଦ୍ଧ ଭାବରେ ବିଜେପିରେ ସାମିଲ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କ ନେତୃତ୍ୱକୁ ପସନ୍ଦ କରି ହଜାର ହଜାର କର୍ମୀ ଆଜି ବିଜେପିରେ ସାମିଲ ହୋଇଥିବା କହିଛନ୍ତି ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର।ଏହି ମିଶ୍ରଣ ପର୍ବ ଦ୍ୱାରା ବିଜେପି ଆହୁରି ଶକ୍ତିଶାଳୀ ହୋଇଛି।ଆଗାମୀ ଦିନରେ ହେବାକୁ ଥିବା ନିର୍ବାଚନରେ ଦଳ ନିଶ୍ଚୟ ଭଲ ପ୍ରଦର୍ଶନ କରିବ ବୋଲି ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଏବଂ ସାଂସଦ ରୁଦ୍ରନାରାୟଣ ପାଣୀ ପ୍ରକାଶ କରିଛନ୍ତି

Related Articles

Back to top button