Politics

କଣ୍ଟାମାଳରେ ବିଜେପି ପକ୍ଷରୁ କଳା ଦିବସ ପାଳିତ

କଣ୍ଟାମାଳ,୨୬/୬: ପୂର୍ବତନ ପ୍ରଧାନ ମନ୍ତ୍ରୀ ଶ୍ରୀମତୀ ଇନ୍ଦିରା ଗାନ୍ଧୀ ୧୯୭୫ ଜୁନ ମାସ ୨୫ ତାରିଖରେ ସାରା ଭାରତବର୍ଷରେ ଜରୁରୀକାଳୀନ ପରିସ୍ଥିତି ଜାରି କରି ଦେଶର ଗଣତନ୍ତ୍ରକୁ କିଭଳି ହତ୍ୟାକରି ଥିଲେ ଓ ଦେଶର ସମସ୍ତ ବିରୋଧୀ ଦଳର ନେତାମାନଙ୍କୁ ବେଆଇନ ଭାବେ ବିଭିନ୍ନ କାରାଗାରରେ ଭର୍ତ୍ତି କରିଥିଲେ, କଂଗ୍ରେସର ଏହି ଗଣତନ୍ତ୍ର ବିରୋଧୀ ନିଷ୍ପତି ପ୍ରତିବାଦରେ ମଙ୍ଗଳବାର ଏହି ଦିନଟିକୁ ବିଜେପି ରାଜ୍ୟବ୍ୟାପୀ ” କଳା ଦିବସ ଭାବେ” ସମସ୍ତ ନିର୍ବାଚନ ମଣ୍ଡଳୀରେ ପାଳନ କରିଅଛି। ଏହି ପରିପ୍ରେକ୍ଷୀରେ ବୌଦ୍ଧ ଜିଲ୍ଲା ଭାରତୀୟ ଜନତା ପାର୍ଟି କଣ୍ଟାମାଳ ବିଧାନସଭା ନିର୍ବାଚନ ମଣ୍ଡଳୀ ତରଫରୁ ଆଜି କଣ୍ଟାମାଳ ସ୍ଥିତ କଲ୍ୟାଣ ମଣ୍ଡପ ଠାରେ ଭାଜପା ବୌଦ୍ଧ ଜିଲ୍ଲା ସଭାପତି ବିପ୍ର ଚରଣ ମହାନ୍ତିଙ୍କ ସଭାପତିତ୍ୱରେ କଳା ଦିବସ ପାଳନକୁ ନେଇ ଏକ ସଭା ଅନୁଷ୍ଠିତ ହୋଇଯାଇଛି l ଅନୁଷ୍ଠିତ ସଭାରେ ବରିଷ୍ଠ ଆଇନଜୀବୀ ତଥା ସଂଗ୍ରାମୀ ନେତା ଦୂତିଆ ଚରଣ ସାହୁ ମୁଖ୍ୟଅତିଥି ଓ କଣ୍ଟାମାଳ ବିଧାୟକ କହ୍ନେଇ ଚରଣ ଡାଙ୍ଗ,ପୂର୍ବତନ ରାଜ୍ୟ ବୟନିକା ସଭାପତି ଶେଷଦେବ ମେହେର, ଚାରି ନମ୍ବର ଜୋନ ଜିଲ୍ଲାପରିଷଦ ସଭ୍ୟ ରାକେଶ କୁମାର ତ୍ରିପାଠୀ, ଦୁଇ ନମ୍ବର ଜୋନ ଜିଲ୍ଲାପରିଷଦ ସଭ୍ୟା ଶ୍ରୀମତୀ ପଦ୍ମାଳୟା ପ୍ରଧାନ, ବୌଦ୍ଧ ବିଜେପି ଜିଲ୍ଲା ସଭାପତି ବିପ୍ରଚରଣ ମହାନ୍ତି, ବରିଷ୍ଠ ବିନେପି ନେତା ନବୀନ ମହାପାତ୍ର,ଘଣ୍ଟାପଡା ମଣ୍ଡଳ ସଭାପତି ପିନାକ ଧର ରଣା, କଣ୍ଟାମାଳ ବିଧାନସଭା ନିର୍ବାଚନ ମଣ୍ଡଳୀ ଭାଜପା ପ୍ରଭାରୀ ପ୍ରେମାନନ୍ଦ ମିଶ୍ର, ପ୍ରମୁଖ ସମ୍ମାନିତ ଅତିଥିଭାବେ ଯୋଗଦେଇ ଉକ୍ତ ଦିନଟିକୁ କାହିଁକି କଳା ଦିବସ ରୂପେ ପାଳନ କରାଯାଇଛି ସେ ବିଷୟକୁ ନେଇ ସେତେବେଳେ ଗଣତନ୍ତ୍ରକୁ କଂଗ୍ରେସ ସରକାର ହତ୍ୟାକରିବା ସହିତ ଲୋକଙ୍କ ସମ୍ବିଧାନର ମୌଳିକ ଅଧିକାରକୁ କିପରି ଛଡ଼ାଇ ନେଇଥିଲେ ସେସବୁ ଉପରେ ଅଭିଭାଷଣ ପ୍ରଦାନ କରିଥିଲେ।

ମଣ୍ଡଳ ସଭାପତି ଅନିଲ କୁମାର ପ୍ରଧାନ ସଭାକୁ ପରିଚାଳନା କରିଥିଲେ l ଏହି ଅବସରରେ ଜରୁରୀକାଳୀନ ପରିସ୍ଥିତି ସମୟରେ ଦୀର୍ଘ ଏଗାର ମାସ କାରାଦଣ୍ଡ ଭୋଗିଥିବା ସଂଗ୍ରାମୀ ବରିଷ୍ଟ ଆଇନଯିବି ଦୂତିଆ ଚରଣ ସାହୁଙ୍କୁ ପୁଷ୍ପଗୁଛ ଓ ଉପଢୌକନ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା l କଂଗ୍ରେସ କେବଳ ପରିବାରବାଦ ରାଜନୀତି କରୁଥିବାବେଳେ ବିଜେପି ରାଷ୍ଟ୍ରବାଦ ଓ ରାଜ୍ୟବାଦ ତଥା ଦଳ ଗତ କଥା ଚିନ୍ତା କରିଥାଏ ବୋଲି ବିଧାୟକ ଶ୍ରୀ ଡାଙ୍ଗ କହିଥିଲେ l ବୈଠକରେ ଭାଜପା ନେତା, କର୍ମକର୍ତ୍ତା ଓ ବିଭିନ୍ନ ପଞ୍ଚାୟତର ନିର୍ବାଚିତ ପ୍ରତିନିଧି ଯୋଗଦେଇଥିଲେ l

 

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ

Related Articles

Back to top button