Politics

ବିଜେପି ବୌଦ୍ଧ ଜିଲ୍ଲା ତରଫରୁ କଣ୍ଟାମାଳ ବିଧାନସଭା ର ମତଦାତା ସମ୍ପର୍କ ଅଭିଯାନ” ର ଶୁଭାରମ୍ଭ l 

ବୌଦ୍ଧ ( ଚିତ୍ତରଞ୍ଜନ ସିଂହ )–ଆଜି ଭାରତୀୟ ଜନତା ପାର୍ଟି ବୌଦ୍ଧ ଜିଲ୍ଲା ର କଣ୍ଟାମାଳ ବିଧାନସଭା କ୍ଷେତ୍ର ଅନ୍ତର୍ଗତ ଜିଲ୍ଲା ପରିଷଦ ,ଚାରି ନମ୍ୱର୍ ଜୋନ ବାଉଁଶୁଣି ର ” ଅମର୍ଡା ଗ୍ରାମ ଠାରେ

ମତଦାତା ସମ୍ପର୍କ ଅଭିଯାନ ର ଶୁଭାରମ୍ଭ ସ୍ଥାନୀୟ ବିଧାୟକ ଶ୍ରୀ ଯୁକ୍ତ କହ୍ନେଇ ଚରଣ ଡାଙ୍ଗ ଉଦଘାଟନ କରିଥିଲେ। ଏହି ସଭାରେ ଜିଲ୍ଲା ବିଜେପି ସଭାପତି ଶ୍ରୀ ବିପ୍ର ଚରଣ ମହାନ୍ତି ଙ୍କ ସଭାପତିତ୍ବରେ ଆୟୋଜିତ ମତଦାତା ସମ୍ପର୍କ ଅଭିଯାନ ଅନୁଷ୍ଟିତ ହୋଇଥିଲା। ରାଜ୍ୟ ବିଜେପି ସଭାପତି ଙ୍କ ନିର୍ଦ୍ଦେଶ ଅନୁସାରେ ତା ୨୭.୦୬.୨୪ ଠାରୁ ୧୪.୦୭.୨୪ ପର୍ଯ୍ୟନ୍ତ କଣ୍ଟାମାଳ ବିଧାନସଭା ଅନ୍ତର୍ଗତ ସମସ୍ତ ମତଦାତା ମାନଙ୍କ ସହିତ ସମ୍ପର୍କ ଅଭିଯାନ ଅନୁଷ୍ଟିତ ହେବ। ଚଳିତ ନିର୍ବାଚନ ରେ ମତଦାତା ବୌଦ୍ଧ ଜିଲ୍ଲା ର ବିଜେପି ଦଳର ଦୁଇ ଜଣ ବିଧାୟକ ଙ୍କ ସହିତ କନ୍ଧମାଳ ଲୋକସଭା ପ୍ରାର୍ଥୀ ଙ୍କୁ ବିପୁଳ ଭୋଟ ଦେଇ ଜୟଯୁକ୍ତ କରାଇଥିବାରୁ ସମସ୍ତ ମତଦାତା ମାନଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହିତ ସବୁ ବର୍ଗ ର 

ମୁଖ୍ୟ ବ୍ୟକ୍ତି ମତଦାତା ମାନଙ୍କ ସହିତ ସମ୍ପର୍କ ରଖି ସେମାନଙ୍କୁ ଉପ ଢୌକନ ପ୍ରଦାନ କରିବା ସହିତ ସମସ୍ତ ଙ୍କ ମତାମତ ଗ୍ରହଣ କରାଯାଇଥିଲା । ଆଜିର ଏହି ମତଦାତା ସମ୍ପର୍କ ଅଭିଯାନ ରେ ବାଉଁଶୁଣି ଜିଲ୍ଲା ପରିଷଦ ଜୋନ ଅନ୍ତର୍ଗତ ବିଭିନ୍ନ ଗ୍ରାମ ର ମତଦାତା ମାନଙ୍କ ସହିତ ସମ୍ପର୍କ କରାଯାଇ ଥିଲା l ଆଜିର ଏହି ନୂତନ କାର୍ଯ୍ୟକ୍ରମ ରେ ଜିଲ୍ଲା ବିଜେପି ସଭାପତି ଶ୍ରୀ ବିପ୍ର ଚରଣ ମହାନ୍ତିଙ୍କ ସହିତ , କଣ୍ଟାମାଳ ବିଧାୟକ ଶ୍ରୀଯୁକ୍ତ କହ୍ନେଇ ଚରଣ ଡାଙ୍ଗ , ଶ୍ରୀ ରାକେଶ କୁମାର ତ୍ରିପାଠୀ, ପ୍ରେମାନନ୍ଦ ମିଶ୍ର, ସୁଶାନ୍ତ କୁମାର ବାଘ, ଅଟଳ ବିହାରୀ ପ୍ରଧାନ ପଞ୍ଚମାନ ଜଗଦଲା , ଯୀଶୁ ପ୍ରଧାନ, ଅନିଲ କୁମାର ପ୍ରଧାନ,ପିନାକ ରଣା , କିଶୋର ମେହେର, ଯୁଗଳ ମେହେର, ଶିବ ଶଙ୍କର କର୍ଣ୍ଣ, ଶାନ୍ତନୁ କୁମାର ଥାଟି, କେଦାର ସାହୁ , ପଞ୍ଚାନନ ସାହୁ, ଡମ୍ବରୁ କହଁର ଙ୍କ ସହିତ ଅନ୍ୟାନ୍ୟ କାର୍ଯ୍ୟକର୍ତ୍ତା ଙ୍କ ସହିତ ବିଭିନ୍ନ ଗ୍ରାମର ମତଦାତା ମାନେ ଯୋଗଦାନ କରିଥିଲେ l

Related Articles

Back to top button