

ବୌଦ୍ଧ ଜିଲ୍ଲା କଂଗ୍ରେସ ଏବଂ ରାଜୀବ ଗାନ୍ଧୀ ପଞ୍ଛାୟତିରାଜ୍ ସଂଗଠନ ପକ୍ଷରୁ ଜିଲ୍ଲା ସ୍ତରୀୟ ସର୍ବୋଦୟ ସଂକଳ୍ପ ଷିବିର ଅନୁଷ୍ଠିତ,,, ବୌଦ୍ଧ ଜିଲ୍ଲା କଂଗ୍ରେସ ଓ ରାଜୀବ ଗାନ୍ଧୀ ପଞ୍ଚାୟତିରାଜ ସଂଗଠନ ତରଫରୁ ଜିଲ୍ଲା ସ୍ତରୀୟ ଏକ ଦିବସୀୟ “ସର୍ବୋଦୟ ସଂକଳ୍ପର ଶିବିର” ଆୟୋଜନ କରାଯାଇଥିଲା। MGNREGS ରେ ଅନିୟମତା ବିଷୟରେ ଆଲୋଚନା ହୋଇଥିଲା।ଉକ୍ତ ଶିବିରରେ ବୌଦ୍ଧ ଜିଲ୍ଲା ସଭାପତି ଶ୍ରୀ ନବ ମିଶ୍ର, RGPRS ର ଜିଲ୍ଲା ସଂଯୋଜକ ସମରେନ୍ଦ୍ର ମହାକୁଡ, ଜିଲ୍ଲା କଂଗ୍ରେସର ବରିଷ୍ଠ ନେତା ଶ୍ରୀ ସମରେଶ ମିଶ୍ର ଓ ଶାନ୍ତନୁ ମହାପାତ୍ର, ଓ ନୂତନ ଭାବେ ମନୋନୀତ ହୋଇଥିବା ପ୍ରଦେଶ କଂଗ୍ରେସ କମିଟି ର ସମ୍ପାଦକ ଓ ଲଢୁଆ ଭଉଣୀ ଅମୃତିଆ ମହାନନ୍ଦିଆ, ଓ ହରଭଙ୍ଗା ଓ ବୌଦ୍ଧ ବ୍ଲକର କଂଗ୍ରେସ କର୍ମୀ ଯୋଗ ଦେଇଥିଲେ। RGPRS ର ଓଡ଼ିଶା ଆବାହକ ବିଜୟ ପ୍ରଧାନ ପ୍ରଶିକ୍ଷଣ ଦେଇଥିଲେ, RGPRS social mediaର ଓଡ଼ିଶା ସଂଯୋଜକ ଆଦିତ୍ଯ ନାଗ ଶିବିର ପରିଚାଳନା କରିଥିଲେ। ସମସ୍ତ ପ୍ରଶିକ୍ଷଣଆର୍ଥି ଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା।
। ବୌଦ୍ଧ ରୁ ଧରଣୀଧର ଲଉରିଆ ଙ୍କ ରିପୋର୍ଟ ସମର୍ଥ ନ୍ୟୁଜ




