Politics

ନିଆରା ଢଙ୍ଗରେ ଜନ୍ମ ଦିନ ପାଳନ କଲେ ବଡଚଣା ବିଧାୟକଙ୍କ ସୁପୁତ୍ର ଅଦ୍ୱିତିୟ ଶତପଥି

ଯାଜପୁର ଜିଲ୍ଲା ବଡଚଣା ବ୍ଲକରେ ବିଧାୟକ ଅମର ପ୍ରସାଦ ଶତପଥିଙ୍କ ସୁପୁତ୍ର ଅଦ୍ୱିତିୟ ଶତପଥି ନିଆରା ଢଙ୍ଗରେ ଟିମ୍ ବଡଚଣାକୁ ନେଇ ଜନ୍ମଦିନ ପାଳନ କରିବା ସହିତ ସକାଳ ସମୟରେ ବଡଚଣା ମେଡିକାଲରେ ରୋଗୀଙ୍କ ସମସ୍ୟା ବୁଝିବା ସହିତ ଫଳ ମୂଳ ବାଣ୍ଟନ କରିଥିଲେ।ପରେ ବିଭିନ୍ନ ପ୍ରକାର ଡକ୍ଟରଙ୍କ ସହିତ ମେଡିକାଲର ସମସ୍ୟା ଉପରେ ପଚାରି ବୁଝିଥିଲେ।ପରେ ସମିଆ ସ୍ଥିତ ନେସନ ଶିଶୁ ପରିଚର୍ଯ୍ୟା କେନ୍ଦ୍ର ରେ ପହଂଚି ପିଲାମାନଙ୍କ ସହିତ ନିଜର ଜନ୍ମ ଦିନ ପାଳନ କରିଥିଲେ ।ଏହି ଜନ୍ମଦିନ ଉତ୍ସବରେ ଉପସ୍ଥିତ ଥିଲେ ସମିଆ ପଂଚାୟତର ପୂର୍ବତନ ସରପଂଚ ଜୁଗଳ କିଶୋର ଖିଲାର,ପୂର୍ବତନ ସରପଂଚ ରତ୍ନାକର ପ୍ରଧାନ,ନେସନର ମୂଖ୍ୟ ପରିଚାଳକ ପ୍ରଦ୍ୟୁମ୍ନ ପାତ୍ର,ସମିଆ ପଂଚାୟତ ବିଜେଡି ଯୁବ ସଭାପତି ଲିକୁ ଦାସ,ସମାଜସେବି ସିତାକାନ୍ତ ବ୍ରହ୍ମ,ସମିଆ ପଂଚାୟତ ଡିଜିଟାଲ ସେକ୍ରେଟେରୀ ଅଜୟ କୁମାର ବେହେରା ପ୍ରମୁଖ ଯୋଗ ଦେଇଥିଲେ।
ବଡ଼ଚଣା ରୁ କାର୍ତ୍ତିକ ରାଉତ ଙ୍କ ରିପୋର୍ଟ ସମଥ ନିଉଜ

Related Articles

Back to top button