Politics

ଝାରସୁଗୁଡାର ନବନିର୍ବାଚିତ ବିଧାୟିକା ଦୀପାଳି ଦାସଙ୍କ ଶପଥ ଗ୍ରହଣ.

ଭୁବନେଶ୍ୱର,ଆଜି ବିଧାନସଭାରେ ବାଚସ୍ପତିଙ୍କ ପ୍ରକୋଷ୍ଠରେ ମାନ୍ୟବର ଉପବାଚସ୍ପତି ଶ୍ରୀ ରଜନୀ କାନ୍ତ ସିଂ ଝାରସୁଗୁଡାର ନବନିର୍ବାଚିତ ବିଧାୟକ ଦୀପାଳି ଦାସଙ୍କୁ ପଦ ଓ ଗୋପନୀୟତାର ସହ ଶପଥ ପାଠ କରାଇଥିଲେ.ଏହି ଶପଥ ଗ୍ରହଣ ଉତ୍ସବରେ ବିଧାନସଭା ସଚିବ ଓ ବହୁ ଅଧିକାରୀ, ମାନ୍ୟବର ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲିକ,ମାନ୍ୟବର ବୟନଶୀଳ୍ପ ମନ୍ତ୍ରୀ ରିତା ସାହୁ,ମାନ୍ୟବର ବିଧାୟକ ବୃନ୍ଦ,ଦୀପାଳି ଦାସଙ୍କ ପରିବାର ସଦସ୍ୟ ବୃନ୍ଦ ଉପସ୍ଥିତ ଥିଲେ.ଶପଥ ଗ୍ରହଣ ପରେ ଗଣ ମାଧ୍ୟମକୁ ଝାରସୁଗୁଡାର ବିକାଶ ଓ ବାପାଙ୍କ ଅଧୁରା ସ୍ବପ୍ନକୁ ସାକାର କରିବା ପାଇଁ କାମ କରିବି ବୋଲି କହିଥିଲେ ମାନ୍ୟବର ଦୀପାଳି ଦାସ.ଝାରସୁଗୁଡା ରେ ବିକାଶ ପୁରୁଷ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପାଦ ପଡିଛି ଓ ଝାରସୁଗୁଡାର ବିକାଶ ଜାରିରହିବ,ମୁଖ୍ୟମନ୍ତ୍ରୀଙ୍କ ଆଦର୍ଶରେ ଓ ମାର୍ଗଦର୍ଶନରେ କାମ ଚାଲିବ ବୋଲି କହିଛନ୍ତି ଦୀପାଳି ଦାସ.ସେହିଭଳି ଆମେ ଲୋକଙ୍କ ସେବା କରିବା ପାଇଁ ସବୁବେଳେ କାମକରୁଛୁ,ମୁଖ୍ୟମନ୍ତ୍ରୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସେବା କରିଚାଲିଛୁ କିଏ ମନ୍ତ୍ରୀ ହେବ କେବେ ମନ୍ତ୍ରୀ ମଣ୍ଡଳ ପରିବର୍ତନ ହେବ ସେକଥା ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତି ବୋଲି କହିଛନ୍ତି ମାନ୍ୟବର ରାଜସ୍ବ ମନ୍ତ୍ରୀ ଶ୍ରୀମତୀ ପ୍ରମିଳା ମଲିକ.

ଭୁବେଶ୍ବରଠାରୁ ଦେଵ ପ୍ରସାଦ ମହାନ୍ତି. ଙ୍କ ରିପୋର୍ଟ ସମର୍ଥ ନିଉଜ

Related Articles

Back to top button