Politics

ଝାରସୁଗୁଡା ଉପନିର୍ବାଚନ ଫଳାଫଳରେ ବିଜେଡିର ଶଙ୍ଖ ଭବନରେ ବିଜୟ ଉତ୍ସବ ପାଳିତ.

ଭୁବନେଶ୍ୱର, ଆଜି ରାଜଧାନୀର ବିଜେଡି ପାର୍ଟି ଅଫିସ ଶଙ୍ଖ ଭବନରେ ଝାରସୁଗୁଡା ଉପନିର୍ବାଚନରେ ବିଜୟ ଯୋଗୁଁ ବିଜୟ ଉତ୍ସବ ପାଳନ କରାଯାଇଛି. ମାନ୍ୟବର ମୁଖ୍ୟ ମନ୍ତ୍ରୀ ଉତ୍ସବରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ପ୍ରଚଣ୍ଡ ଖରାରେ କଠିନ ପରିଶ୍ରମ କରି ବିଜେଡି ଲୋକମାନଙ୍କ ପାଖକୁ ଯାଇ ବିକାଶ କଥା ବୁଝାଇଥିବାରୁ ଆଜି ଏହି ସଫଳତା ପାଇଛି ଓ ଏ ବିଜୟ ଝାରସୁଗୁଡା ବାସୀଙ୍କ ବିଜୟ ବୋଲି ସମ୍ବଧନ କରିଥିଲେ. ମା ଭଉଣୀ ମାନେ ବିରୋଧୀ ଦଳକୁ ଠିକ ଜବାବ ଦେଇଛନ୍ତି ଓ ଆଗକୁ ମଧ୍ୟ ଉଚିତ ଜବାବ ଦେବେ ବୋଲି କହିଛନ୍ତି. ଝାରସୁଗୁଡାର ବିକାଶ ଆହୁରି ଆଗକୁ ଯିବ ଓ ଦୀପାଳି ଦାସଙ୍କୁ ଅଭିନନ୍ଦନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ମା ମାନଙ୍କୁ ପ୍ରତି ଉପନିର୍ବାଚନରେ ବିରୋଧୀଙ୍କ ଆକ୍ଷେପ ମୋତେ ବାଧିଛି, ମିଶନ ଶକ୍ତିକୁ ଆହୁରି ସୁଦୃଢ କରିବି. ଏହି ବିଜୟ ଉତ୍ସବରେ ସବୁ ମନ୍ତ୍ରୀ, ସାଂସଦ, ବିଧାୟକ ଓ ଦଳର ନେତୃବୃନ୍ଦ ଯୋଗଦେଇ ଥିଲେ

ଭୁବନେଶ୍ୱର ରୁ ଦେଵ ପ୍ରସାଦ ମହାନ୍ତି. ଙ୍କ ରିପୋର୍ଟ ସମର୍ଥ ନିଉଜ

Related Articles

Back to top button