ରାଜ୍ୟ କଂଗ୍ରେସରେ ମିଶ୍ରଣ ପର୍ବ ଅନୁଷ୍ଠିତ


ଭୁବନେଶ୍ୱର, ଆଜି କଂଗ୍ରେସ ଭବନରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇ ଯାଇଅଛି ଯାଜପୁର ଜିଲ୍ଲାର ବରୀ ନିର୍ବାଚନ ମଣ୍ଡଳୀର ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟା ତଥା ରସୁଲପୁର ବ୍ଲକର ଟାଣୁଆ ବିଜେଡି ନେତ୍ରୀ ଆରତୀ ଦେଓ ଓ ତାଙ୍କର ଶତାଧିକ କର୍ମୀ ମାନେ ଆଜି କଂଗ୍ରେସରେ ସାମିଲ ହୋଇଛନ୍ତି. ରାଜ୍ୟ କଂଗ୍ରେସ ଭବନରେ ପିସିସି ସଭାପତି ଶ୍ରୀ ଶରତ ପଟନାୟକ ସମସ୍ତଙ୍କୁ କଂଗ୍ରେସ ଦଳୀୟ ଉତ୍ତରୀ ଓ ଫୁଲ ମାଳ ଦେଇ କଂଗ୍ରେସରେ ସାମିଲ କରାଇଥିଲେ. କଂଗ୍ରେସରେ ସାମିଲ ହେବା ପରେ ଶ୍ରୀମତୀ ଆରତୀ ଦେଓ ନିଜ ବକ୍ତବ୍ୟରେ କହିଥିଲେ ଜେ ସେ ପୂର୍ବରୁ କଂଗ୍ରେସରେ ଥିଲେ, ଜିଲ୍ଲା ପରିଷଦ ସଭ୍ୟା ଥିଲେ ମଝିରେ ବିଜେଡି ଯାଇଥିଲି ହେଲେ ଶାନ୍ତିରେ ରହି ପାରୁ ନ ଥିଲି. କଂଗ୍ରେସରେ ନୀତି ଆଦର୍ଶ ରେ ଅନୁପ୍ରାଣିତ ହୋଇ ଓ ରାଜୀବ ଗାନ୍ଧୀଙ୍କ ଭାରତ ଯୋଡ ଯାତ୍ରାରେ ଅନୁପ୍ରାଣିତ ହୋଇ ମୁ କଂଗେସକୁ ଆସିବା ପାଇଁ ଇଛା କରି ଏବଂ ପିସିସିରୁ ଫୋନ ପାଇ ପୁଣି ନିଜ ଘରକୁ ଫେରିବା ପାଇଁ ଇଛା କରି ଆସିଛି. ଏହି ମିଶ୍ରଣ ପର୍ବରେ ଅନ୍ୟ ମାନଙ୍କ ମଧ୍ୟରେ ଯାଜପୁର ସଭାପତି, ବରୀ ବ୍ଲକ ସଭାପତି, କଟକ ଜିଲ୍ଲା ସଭାପତି, ଯୁବ ଛାତ୍ର କଂଗ୍ରେସ ସଭାପତି ମାନେ ଉପସ୍ଥିତ ଥିଲେ.
ଭୁବନେଶ୍ୱର ରୁ ଦେଵ ପ୍ରସାଦ ମହାନ୍ତି. ଙ୍କ ରିପୋର୍ଟ ସମର୍ଥ ନିଉଜ




