ନିରପୋଇ ଆଖଣ୍ଡଳମଣି ମନ୍ଦିରରେ ବିଶ୍ଵଶାନ୍ତି ମହାଯଜ୍ଞ ର ପୂର୍ଣ୍ଣାହୂତି

ତିର୍ତ୍ତୋଲ ::-ପରିବେଶ ପର୍ଯ୍ୟାବରଣ ଯେତେବେଳେ ପ୍ରଦ୍ୟୁଷିତ ହୋଇଯାଏ ମାନବ ସମାଜରେ ଜନ୍ମନିଏ ନକାରାତ୍ମକ ଶକ୍ତି !ପ୍ରକୃତି ପରିବେଶ କୁ ସଜାଡ଼ିବାକୁ ଯଜ୍ଞ ହିଁ ଏକମାତ୍ର ମଧ୍ୟମ ବୋଲି ରୁକବେଦ ସୂଚାଇଥାଏ !ଏହିଭଳି ଏକ ଆଧ୍ୟାତ୍ମିକ ଯାଗି°କ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ନିରପୋଇ ଗ୍ରାମରେ !ମହାନଦୀର ଶାଖା ନଦୀ ଭାବେ ଉତ୍ପନ୍ନ ଗୁପ୍ତଯମୁନା ପୂଣ୍ୟତୋୟା ପାଇକା ନଦୀ ର ତଟଦେଶ ନିରପୋଇ ଠାରେ,ବିରାଜିତ ବାବା ଆଖଣ୍ଡଳମଣି ଙ୍କ ପବିତ୍ର ପୀଠରେ ଗତ ଅକ୍ଷୟ ତୃତୀୟା ଠାରୁ ଆରମ୍ଭ ହୋଇ ଥିବା ଯଜ୍ଞ ଉତ୍ସବ ଶନିବାର ଦିନ ବିଳମ୍ବିତ ରାତ୍ରୀରେ ଉଦଯାପିତ ହୋଇଯାଇଛି। ପ୍ରତିଷ୍ଠାତା ରମାକାନ୍ତ ପଣ୍ଡା ଙ୍କ ଦ୍ଵାରା ଆୟୋଜିତ ଏହି ଆଧ୍ୟାତ୍ମିକ ସାରସ୍ୱତ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ବିଶିଷ୍ଟ ଜ୍ୟୋତିର୍ବିଦ ପଣ୍ତିତ ପ୍ରମୋଦ କୁମାର ପଣ୍ଡା ( ବୁଲୁ ନନା) ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଯାଇଛି !ଯଜ୍ଞ ଵିଧି ଅନୁସାରେ କଳସ ଶୋଭାଯାତ୍ରା, ଅଙ୍କୁରାରୋପଣ , ଅଗ୍ନି ସ୍ଥାପନ, ରୁଦ୍ରା ଅଭିଷେକ , ଗୋପୁଜା, ଶାଲା ପୂଜା,ଗୀତା ପାଠ ,ସୂର୍ଯ୍ୟପୂଜା , ଚଣ୍ଡୀପାଠ ସହିତ ପ୍ରତିଦିନ ଯଜ୍ଞରେ ଆହୁତି ପ୍ରଦାନ କରାଯାଇ ଥିଲା। ପୂର୍ଣ୍ଣାହୂତି ସନ୍ଧ୍ୟାରେ ବିଶେଷ ଆକର୍ଷଣ ର କେନ୍ଦ୍ର ବିନ୍ଦୁ ପାଲଟିଥିଲା,ଝଙ୍କଡ଼ ଶାରଳା ଙ୍କ ପୀଠ ର ସର୍ବପୁରାତନ ଲୋକକଳା “ମା ଶାରଳା ଘଟନୃତ୍ୟ” !ପ୍ରକୃତିର ସଂଯୋଗ ଏପରି ହେଲା ଯେ ପୂର୍ଣ୍ଣାହୁତି ସମୟରେ ପ୍ରବଳ ବର୍ଷା ଭକ୍ତ ମାନଙ୍କ ମାନସ କୁ ଶାନ୍ତ ଶୀତଳ କରିବା ସହିତ ପରିବେଶକୁ ନୂତନ ଉର୍ଜା ପ୍ରଦାନ କରିଥିବାର ସାଧାରଣରେ ଚର୍ଚ୍ଚା ହେଉଥିଲା। ତେବେ ପ୍ରାତଃ ଓ ସଂଧ୍ୟା ସମୟରେ ବୈଦିକ ବ୍ରାହ୍ମଣ ମାନଙ୍କ ଦ୍ୱାରା ଆବୃତ୍ତ ବେଦଧ୍ଵନି ସ୍ଥାନୀୟ ଅଞ୍ଚଳରେ ଏକ ଆଧ୍ୟାତ୍ମିକ ଭକ୍ତି ଭାବମୟ ପରିବେଶ ସୃଷ୍ଟି କରିପାରି ଥିଲା। ଏହି ସମସ୍ତ କାର୍ଯ୍ୟକ୍ରମକୁ ନିରପୋଇ ଗ୍ରାମବାସୀ ଓ ସ୍ଥାନୀୟ ଅଞ୍ଚଳର ଅଧିବାସୀ ମାନେ ପରିଚାଳନା କରିବା କ୍ଷେତ୍ରରେ ସକ୍ରିୟ ସହଯୋଗ କରିଥିବାର ଦେଖିବାକୁ ମିଳିଥିଲା।
ଜଗତସିଂହପୁର ରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ସମର୍ଥ ନ୍ୟୂଜ ଓଡିଶା !!