Entertainment
ଉତ୍ତାରଣ ପଞ୍ଚାୟତରେ ୫ଦିନ ବ୍ୟାପୀ ବାଦୀ ପାଲା ଅନୁଷ୍ଠିତ

କଟକ-କଣ୍ଟାପଡ଼ା ବ୍ଳକ ଉତ୍ତାରଣ ପଞ୍ଚାୟତରେ ମା’ଅମ୍ବିକାଙ୍କ ମନ୍ଦିର ପ୍ରାଙ୍ଗଣରେ ୫ ଦିନ ବ୍ୟାପୀ ବାଦୀ ପାଲା ଅନୁଷ୍ଠିତ ହୋଇଯାଇଛି। ବହୁ ବର୍ଷର ସରକାରୀ ପ୍ରାପ୍ତ ଅନୁଷ୍ଠାନ, ଏହି ଅନୁଷ୍ଠାନରେ ବିଶିଷ୍ଟପାଲା କଳାକାରମାନେ ପାଲା ପରିବେଷଣ କରିଆସୁଛନ୍ତି।ଏବର୍ଷର ବାଦୀ ପାଲାମଞ୍ଚରେ ଆମନ୍ତ୍ରିତ ଅତିଥି ଗାୟକ ପ୍ରବୀର-ଶ୍ରୀଯୁକ୍ତ ସନାତନ ଦାଶ, ଗାୟକପୀୟୁଷ-ଶ୍ରୀଯୁକ୍ତ ବିଶ୍ଵନାଥ ସ୍ୱାଇଁ, ଏବଂ ଗାୟକ ସୁଧାକର ଶ୍ରୀଯୁକ୍ତ-ଅଭିମନ୍ୟୁ ନାଏକଙ୍କ ପାଲା ପରିବେଷଣ ବହୁତ ଉଚ୍ଚକୋଟୀର ଥିଲା । ପାଲା ପରିବେଷଣ ଶୈଳୀ ଦର୍ଶକଙ୍କ ମନକୁ ବେଶ୍ ଛୁଇଁପାରିଥିବା ଦେଖିବାକୁ ମିଳିଥିଲା ।ଏହି ଅନୁଷ୍ଠାନଟି ବହୁତ ଜଣାଶୁଣା ଅନୁଷ୍ଠାନ ଭାବେ ଖ୍ୟାତି ଅର୍ଜନ କରିଛି । ଅନୁଷ୍ଠାନର ଦାୟିତ୍ୱ ବହନରେ ଶ୍ରୀଯୁକ୍ତ ପଲବିନ୍ଦୁରାୟଙ୍କ ଅବଦାନ ବହୁତ । ଏହା ସହିତ ଉତ୍ତାରଣ ର ସମସ୍ତ ଗ୍ରାମବାସୀ ବୃନ୍ଦ ସହ ଯୋଗ କରିଥିଲେ। କଣ୍ଟାପଡ଼ାରୁ ପୁଷ୍ପଲତା ଦୀକ୍ଷିତଙ୍କ ରିପୋର୍ଟ ସମର୍ଥ ନିୟୁଜ-ଓଡ଼ିଶା