Politics

ଢେଙ୍କାନାଳ ସଦର -:ଢେଙ୍କାନାଳ ଜିଲ୍ଲା ଆମ ଆଦମୀ ପାର୍ଟି ତରଫରୁ ଜିଲ୍ଲା ର ବିଭିନ୍ନ ପ୍ରାନ୍ତରୁ ମୁଖ୍ୟତଃ ବ୍ରାହ୍ମଣୀ ନଦୀ ଅବବାହିକା ଓ ବିଭିନ୍ନ ସ୍ଥାନରେ ଦୂଷିତ ଜଳ ଜନିତ ରୋଗ ମାନଙ୍କ ମଧ୍ୟରେ କୀଡୀନି ରୋଗରେ ଆକ୍ରାନ୍ତ ହୋଇ ଜୀବନ ହାରୁଥିବା ରୋଗୀଙ୍କ ପରିବାର ବର୍ଗଙ୍କୁ ସାଥିରେ ନେଇ ତଥା ବ୍ରାହ୍ମଣୀ ନଦୀ ର ସୁରକ୍ଷା ଦାବିରେ ବହୁ ଦଳୀୟ କର୍ମୀ ଙ୍କ ସହଯୋଗରେ ଆଜି ଜିଲ୍ଲା ଆବାହକ ପଙ୍କଜ କୁମାର ନାୟକଙ୍କ ନେତୃତ୍ୱ ରେ ବିଭିନ୍ନ ସ୍ଲୋଗାନ ଦେଇ ତହସିଲ ଅଫିସ ଠାରୁ ଏକ ଶୋଭାଯାତ୍ରାରେ ଆସି ଜିଲ୍ଲପାଳଙ୍କ କାର୍ଯ୍ୟାଳୟ ଠାରେ ପହଂଚି ଜିଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ 5 ଦଫା ସମ୍ବଳିତ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି… ଉକ୍ତ ଦାବି ମଧ୍ୟରେ କୀଡୀନି ଆକ୍ରାନ୍ତ ରୋଗୀ ମାନଙ୍କୁ ନିଃଶୁଳ୍କ ଆମ୍ବୁଲାନ୍ସ ଓ ଔଷଧ ସେବା ପ୍ରଦାନ କିମ୍ବା ଆର୍ଥିକ ସହାୟତା ମୁଖ୍ୟ ପ୍ରସଙ୍ଗ ରହିଛି… ଆହୁରି ମଧ୍ୟ ବ୍ରାହ୍ମଣୀ ନଦୀ କୁ ସମ୍ପୂର୍ଣ୍ଣ ପ୍ରଦୂଷଣ ମୁକ୍ତ କରିବାକୁ ମଧ୍ୟ ଦାବି ଉପସ୍ଥାପନ କରାଯାଇଛି…

ଢେଙ୍କାନାଳରୁ ଦୀପ ନାରାୟଣ ଷଡ଼ଙ୍ଗୀଙ୍କ ରିପୋର୍ଟ… Samartha News…

Related Articles

Back to top button