କପିଳେଶ୍ଵରର ପାଲା କମିଟି ର ଉଦଯାପନୀ ସମାରୋହ

ବଡ଼ଚଣା ବ୍ଲକ ବନ୍ତଳା ପଂଚାୟତ କପାଷ୍ଟିକିରି କପିଳେଶ୍ଵରର ପାଲା କମିଟି ର ଉଦଯାପନୀ ସମାରୋହ ଗତ କାଲି ଅନୁଷ୍ଠିତ ହୋଇଯାଇଅଛି, ପାଲା ର ଚତୁର୍ଥ ରଜନୀ ରେ ବଡ଼ଚଣା ବିଧାୟକ ଅମରକୁମାର ନାୟକ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ସମୀର ରାଉତ ଯୁବ ସମାଜ ସେବୀ ଦିବାକରବେହେରା ଓ ସମ୍ପାଦକ ଜନାର୍ଦନ ସ୍ୱାଇଁ ଯୋଗ ଦେଇ ଗ୍ରାମ ବାସି ଙ୍କୁ ଉତ୍ସାହିତ କରାଇଥିଲେ, ଗତ କାଲି ଉଦଯାପନୀ ସମାରୋହ ରେ ବଡ଼ଚଣା ର ଯୁବ ନେତା କ୍ୟାପଟେନ ରାଜ ନାରାୟଣ ମହାପାତ୍ର ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ଉପାଧକ୍ଷ ଶ୍ରୀଯୁକ୍ତ ଗଣେଶ୍ୱର ବରାଳଯୋଗ ଦେଇ ମଂଚାସୀନ ଗାୟକ ଙ୍କୁ ସମ୍ବର୍ଦ୍ଧିତ କରିଥିଲେ,କପିଳେଶ୍ୱର ପାଲା କମିଟି ସଭାପତି ପରମାନନ୍ଦ ମହାରଣା ମଞ୍ଚ ପରିଚାଳନା କରିଥିଲେ,କମିଟି ସଦସ୍ୟ ନାରାୟଣ ବିଶ୍ୱାଳ କୋଷାଧକ୍ଷ ଅନାମ ବିଶ୍ୱାଳ ଅମୁଲ୍ୟ ବିଶ୍ୱାଳ ବିଜୟ କୁମାର ମଲିକ ଶରତ ଚନ୍ଦ୍ର ସ୍ୱାଇଁ ଭୀମସେନ ନାୟକ ପ୍ରମୁଖ କାର୍ଯକ୍ରମପରିଚାଳନା କରିଥିବା ବେଳେ ସମସ୍ତ ଗ୍ରାମ ବାସି ସହଯୋଗ କରିଥିଲେ, ସମ୍ପାଦକ ଶ୍ରୀଯୁକ୍ତ ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ, ପାଲା କମିଟି ର ସମସ୍ତ ସଦସ୍ୟ ଙ୍କୁ ମୁଖ୍ୟ ଅତିଥି ଉତ୍ତରୀୟ ଦେଇ ସମ୍ମାନିତ କରିଥିଲେ,