Entertainment

ଛତିଆ ସରକାରୀ ଉଚ୍ଚ ବିଦ୍ୟାଳୟ ର ମୁଖପତ୍ର “ଅମରାବତୀ “ଉନ୍ମୋଚନ।


ବଡ଼ଚଣା ବ୍ଲକ ଅନ୍ତର୍ଗତ ଛତିଆ ସରକାରୀ ଉଚ୍ଚ ବିଦ୍ୟାଳୟ ର ମୁଖପତ୍ର” ଅମରାବତୀ ” ପତ୍ରିକା ର ଉନ୍ମୋଚନ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଅଶୋକ କୁମାର ପୁଷ୍ଟି ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଏହି ଉନ୍ମୋଚନ କାଯ୍ୟକ୍ରମ ରେ ଅତିଥି ଭାବେ ଟାଙ୍ଗୀ ସ୍ଥିତ ଟେଟ୍ରା କଲେଜ ର ଅଧକ୍ଷ ତ୍ରିଦେବ ବେହେରା, ବିଦ୍ୟାଳୟ ର ପ୍ରାକ୍ତନ ପ୍ରଧାନ ଶିକ୍ଷକ ଭାଗ୍ୟଧର ଶତପଥି, ବିପିନ ଚନ୍ଦ୍ର ପ୍ରହରାଜ, ବିଦ୍ୟାଳୟ ପଞ୍ଚ ଶଖା ସେତୁ ଯୋଜନା ର ସଭାପତି ପ୍ରହଲ୍ଲାଦ ନନ ସ୍ଥାନୀୟ ସରପଞ୍ଚ ରମେଶ ଚନ୍ଦ୍ର ପୃଷ୍ଟି ଓ ବହୁ ନିମନ୍ତ୍ରିତ ଅତିଥି ମାନେ ଯୋଗଦେଇ ଏହି ପତ୍ରିକା “ଅମରାବତୀ “ର ଉନ୍ମୋଚନ କରିଥିଲେ। ଐତିହ ସମ୍ପର୍ଣ୍ଣ ଅମରାବତୀ ର ସମ୍ପର୍କ ରେ ଏକ ପୁସ୍ତକ ରଚନା କରିବା ପାଇଁ ବହୁ ପୂର୍ବରୁ ଯୋଜନା ହୋଇଥିଲେ ମଧ୍ୟ ତାହା ଅଳ୍ପକେ ରହିଯାଇଥିଲା। ଚଳିତ ଥର ପ୍ରଧାନ ଶିକ୍ଷକ, ସ୍ଥାନୀୟ ଅଞ୍ଚଳ ର ବୃଦ୍ଧିଜୀବି ମାନେ ଓ କେତେକ ପୁରାତନ ଛାତ୍ର ଙ୍କ ମିଳିତ ଉଦ୍ୟମ ରେ ଏହା ଫୁଣି ଥରେ ସମ୍ପୂର୍ଣ କରାଯାଇଥିବା ରୁ ଉପସ୍ଥିତି ଅତିଥି ମାନେ ଏହାକୁ ପ୍ରଶଂସା କରିଥିଲେ। ଏହି କାଯ୍ୟକ୍ରମ ରେ ସ୍ୱତନ୍ତ୍ର ନିମନ୍ତ୍ରିତ ଅତିଥି ଭାବେଛତିଆ ହାଡ଼ିଦାସ ମହାବିଦ୍ୟାଳୟ ର ପୂର୍ବତନ ଅଧକ୍ଷ ରବୀନ୍ଦ୍ର କୁମାର ସାମଲ, ପୂର୍ବତନ ପ୍ରଧାନ ଶିକ୍ଷକ ପର୍ଶୁକାନ୍ତ ଜେନା, ନିତ୍ୟାନନ୍ଦ ପ୍ରଧାନ ଶ୍ରୀକାନ୍ତ ପ୍ରହରାଜ, ସମାଜସେବୀ ଅନନ୍ତଚରଣ ଷେଣ୍ଢ,ରମାକାନ୍ତ ସାହୁ ସମାଜସେବିକା ଅପର୍ଣ୍ଣା ଦେବୀ,ସଷିଦେବୀ ବାଳିକା ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ସବିତା ବାରିକ ଧିରେନ ମହାପାତ୍ର ପଣ୍ଡିତ ପ୍ରମୋଦ କୁମାର ସାହୁ ପ୍ରମୁଖ ଯୋଗଦେଇ ଏହି କାଯ୍ୟକ୍ରମ କୁ ପ୍ରଶଂସା କରିଥିଲେ। ଏଥିରେ ପତ୍ରିକା ର ଉପଦେଷ୍ଟା ମଣ୍ଡଳୀ ର ସଦସ୍ୟ ନାରାୟଣ ପ୍ରଧାନ, ହରପ୍ରିୟା ବିଶ୍ୱାଳ, ନିରୁପମା ନାୟକ, ରଶ୍ମିରଂଜନ ଷେଣ୍ଢ, ସମ୍ପାଦକ ଗଗନ ବିହାରୀ ପଣ୍ଡା ପ୍ରମୁଖ ଉପସ୍ଥିତ ରହିଥଲେ। ଶିକ୍ଷୟିତ୍ରୀ ଡ଼. ମାନସୀ ମିଶ୍ର ଅତିଥି ପରିଚୟ ପ୍ରଦାନ କରିଥିବା ବେଳେତରୁଲତା କର ସ୍ୱାଗତ ଭାଷଣ ଦେଇଥିଲେ, ସରୋଜିନୀ ପଢିଆରି ଓ ରୀନା ନାୟକ ସଂଗୀତ ଗାନ କରିଥିଲେ ଶିକ୍ଷକ ରଶ୍ମିରଂଜନ ଷେଣ୍ଢ ଧନ୍ୟବାଦ ଅର୍ପଣ କରିଥିଲେ।ଏହି କାଯ୍ୟକ୍ରମ ରେ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ରହି ସହଯୋଗ କରିଥିବା ବେଳେ ସମସ୍ତ ଛାତ୍ର ଛାତ୍ରୀ ମାନେ ମଧ୍ୟ ଉପସ୍ଥିତ ଥିଲେ।

Related Articles

Back to top button