ଛତିଆ ରାଜଦୋଳ ମିଳନ ମହୋତ୍ସବ ର ଅନ୍ତିମ ସନ୍ଧ୍ୟା, ମୁଖ୍ୟ ଆକର୍ଷଣ କଣ୍ଠ ଶିଳ୍ପୀ ଶର୍ମିଷ୍ଠା ସରକାର୍।

ଛତିଆ ,୧୦।୩,(ଆ ପ୍ର) ରାଜ୍ୟ ସରକାର ଙ୍କ ହସ୍ତଶିଳ୍ପ, ବୟନ ଓ ହସ୍ତଶିଳ୍ପ ବିଭାଗ ପକ୍ଷରୁ ଯାଜପୁର ଜିଲ୍ଲା ହସ୍ତ ଶିଳ୍ପ ବିଭାଗ ଆନୁକୂଲ୍ୟରେ ଆୟୋଜିତ ଛତିଆ ରାଜଦୋଳ ମିଳନ ମହୋତ୍ସବ ଓ ପୁସ୍ତକ ମେଳା ର ଅନ୍ତିମ ସନ୍ଧ୍ୟା ରେ ବିଭିନ୍ନ ବିଦ୍ୟାଳୟ ର କୁନି କଳାକାର ମାନେ ଚିତା କର୍ଷକ ନୃତ୍ୟ ପରିବେଷଣ କରିଥିଲେ, ସୋଲର ପିଟିଆଇ ଅଧକ୍ଷ ଏସପି ଅଶୋକ କୁମାର ଦେଉରି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କୃତି କଳାକାର ମାନଙ୍କୁ ସାର୍ଟିଫିକେଟ ପ୍ରଦାନ କରିଥିଲେ, ଅରବିନ୍ଦ ସେଣ୍ଡ ମଞ୍ଚ ପରିଚାଳନା କରିଥିଲେ, ସେବକ ଜରା ନିବାସ ଅଧକ୍ଷ ସୁରେଶ ବିଶ୍ୱାଳ ନେଳିଆ ସରପଞ୍ଚ ଜୟନ୍ତୀ ସ୍ୱାଇଁ ଶିକ୍ଷକ ରଶ୍ମି ରଞ୍ଜନ ସେଣ୍ଡ ଧୀରେନ୍ଦ୍ର ନାଥଓ ସାମ୍ବାଦିକ କାର୍ତିକ ରାଉତ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ, ପ୍ରତ୍ୟହ ସନ୍ଧ୍ୟାରେ ସାଂସ୍କୃତିକ ପାରମ୍ପରିକ ରଙ୍ଗା ରଙ୍ଗ ନାଚ ସହିତ ଦର୍ଶକ ମାନେ ମହୋତ୍ସବ କୁ ଉପଭୋଗ କରିଥିବା ବେଳେ ମୁଖ୍ୟ ଆକର୍ଷଣ ଥିଲା କଣ୍ଠ ଶିଳ୍ପୀ ଶର୍ମିଷ୍ଠା ସରକାର୍ ଙ୍କ ସୁ ମଧୁର ସଙ୍ଗୀତ ରେ ଦର୍ଶକ ଝୁମି ଥିଲେ । ଉକ୍ତ ଉଦଯାପନୀ ସନ୍ଧ୍ୟା ରେ ମାନ୍ୟବର ବିଧାୟକ ବଡ଼ଚଣା ଶ୍ରୀଯୁକ୍ତ ଅମର କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦାନ କରି ସମସ୍ତ ଙ୍କୁ ଉତ୍ସାହିତ କରାଇଥିଲେ,ଏହି କାଯ୍ୟକ୍ରମ କୁ ଜିଲ୍ଲା ହସ୍ତଶିଳ୍ପ ସହକାରୀ ନିର୍ଦ୍ଧେଶକ ପ୍ରକାଶ କୁମାର ମହାନ୍ତି,ମହୋତ୍ସବ କମିଟି ର ଆବାହକ ମିହିର ପ୍ରତାପ ଦାସ, ରାଷ୍ଟ୍ର ପତି ପୁରସ୍କାର ପ୍ରାପ୍ତ ପ୍ରସ୍ତର ଶିଳ୍ପୀ ମହେଶ୍ୱର ଓଝା, ସରପଞ୍ଚ ରମେଶ ପୃଷ୍ଟି , ସନ୍ତୋଷ ମହାନ୍ତି, ସମିତି ସଭ୍ୟ ଦୀପକ ସାହୁ ପ୍ରମୁଖ ଉପସ୍ଥିତ ଥିବା ବେଳେ , କମିଟି ର ସମସ୍ତ ସଦସ୍ୟ ସହଯୋଗ କରି ଥିଲେ। ବର୍ଣ୍ଣାଢ଼୍ୟ ସନ୍ଧ୍ୟାରେ ବିଭିନ୍ନ ସାଂସ୍କୃତିକ ତଥା ପାରମ୍ପରିକ ଓଡ଼ିଶୀ ନୃତ୍ୟ ଦର୍ଶକଙ୍କୁ ଝୁମେଇ ଥିଲା । ବିଶେଷ ଭାବରେ ବିଭିନ୍ନ ଜିଲ୍ଲାରୁ ଆସିଥିବା ବିଭିନ୍ନ ଗୃହ ଉପକରଣ ସାମଗ୍ରୀ ଜିନିଷ ପତ୍ର ବେତ ରେ ତିଆରି ସାମଗ୍ରୀ, କାଇଁଚ ରେ ତିଆରି ସାମଗ୍ରୀ, କଂସା ପିତଳ, ସମ୍ବଲ ପୁରୀ, ସୂକ୍ଷ୍ମ ପଥର ଖୋଦେଇ ମୂର୍ତ୍ତୀ, ମାଟି ରେ ତିଆରି ଜିନିଷ, ତନ୍ତ ବୁଣା ଲୁଗାପଟା, ଝୋଟ ରେ ତିଆରି ଜିନିଷ ପତ୍ର କିଣିବାକୁ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା।ଆସନ୍ତା କାଲି 11ତାରିଖ ଦିନ ମେଳଣ ଯାତ୍ରା ଅନୁଷ୍ଠିତ ହେବ, 42ଟି ବିମାନ ଗାଦି ରେ ବସି ଭୋଗ ଖାଇବେ ବୋଲି କମିଟି ପକ୍ଷରୁ ସୂଚନା ଦିଆଯାଇଅଛି,